ଓଡିଶା

odisha

ETV Bharat / bharat

ଆସିଲା ନୂଆ ନିୟମ, ଏଣିକି ଜଳ ନଷ୍ଟ କଲେ ଗଣିବେ ଜରିମାନା - Punishment For Water Wastage - PUNISHMENT FOR WATER WASTAGE

Punishment For Water Wastage: ଜଳ ନଷ୍ଟ କରୁଥିଲେ ହୋଇଯାଆନ୍ତୁ ସାବଧାନ । ଯିଏ ପାଣି ନଷ୍ଟ କରୁଥିବାବେଳେ ଧରାପଡ଼ିବ ତାକୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଅଧିକ ଖବର ପଢନ୍ତୁ

Water Wastage
Water Wastage (ETV Bharat)

By ETV Bharat Odisha Team

Published : May 29, 2024, 4:36 PM IST

ନୂଆଦିଲ୍ଲୀ: ଜଳ ନଷ୍ଟ କରିଲେ ଏଥର ଦେବାକୁ ପଡ଼ିବ ଜରିମାନା । ଏଭଳି ନୂଆ ନିୟମ ଲାଗୁ ହୋଇଛି ରାଜଧାନୀ ଦିଲ୍ଲୀରେ । ମନ୍ତ୍ରୀ ଆତିଶୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ଭୀଷଣ ଗରମ ଅନୁଭୀତ ହେଉଥିବାବେଳେ ଜଳ ସମସ୍ୟା ଦେଖାଦେଇଛି । ଯାହାକୁ ନଜରରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର । ଯିଏ ପାଣି ନଷ୍ଟ କରୁଥିବାବେଳେ ଧରାପଡ଼ିବ ତାକୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହି ନିୟମ ଆସନ୍ତାକାଲି (ଗୁରୁବାର) ଠାରୁ ଲାଗୁ ହେବ ।

ମନ୍ତ୍ରୀ ଆତିଶୀ କହିଛନ୍ତି, "ଏହି କାର୍ଯ୍ୟାନୁଷ୍ଠାନ ପାଇଁ ଜଳ ବୋର୍ଡ ତରଫରୁ ୨୦୦ ଟିମ୍ ଗଠନ ହୋଇଛି । ଆସନ୍ତାକାଲି ସକାଳୁ ଏହି ଟିମର ସଦସ୍ୟମାନେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଦୋକାନ ବଜାର, ଗଳିକନ୍ଦି ସବୁଠି ପଇଁତରା ମାରିବା ସହ କଡ଼ା ନଜର ରଖିବ ଟିମ୍ । ଆଉ ଯିଏ ପାଣି ନଷ୍ଟ କରୁଥିବାବେଳେ ଧରାପଡ଼ିବ ତା ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଜଳ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଠାରୁ ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।"

ସୂଚନା ଅନୁସାରେ, ମଙ୍ଗଳବାର ଯମୁନା ନଦୀର ଜଳସ୍ତର ୭୬୯.୮ ଫୁଟ୍ ରେକର୍ଡ କରାଯାଇଛି । ଯେତେବେଳେ ଏହା ୭୭୪ ଫୁଟ୍ ହେବା ଉଚିତ । ଏହାବ୍ୟତୀତ ଜଳମନ୍ତ୍ରୀ ଆତିଶୀ ଅଭିଯୋଗ ଆଣିଛନ୍ତି ଯେ, ହରିୟାଣା ସରକାର ଯମୁନା ନଦୀକୁ ପାଣି ଛାଡିବା ବନ୍ଦ କରିଦେଇଛନ୍ତି । ଫଳରେ ଜଳସ୍ତର କମିବାରେ ଲାଗିଛି । ତେବେ ଜଳସ୍ତର କମୁଥିବାରୁ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ (WTP)କୁ ମଧ୍ୟ ପାଣି ଆସିପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ...ପାଣି ପାଇଁ ରାସ୍ତାରେ ରତ୍ନପୁରବାସୀ, ଗରା-ବାଲଟି ଧରି ବସିଲେ ଧାରଣାରେ - Road Block For Water

ସୂଚନା ମୁତାବକ, WTPକୁ ଯମୁନା ନଦୀରୁ ପାଣି ଆସିବା ପରେ ବିଶୋଧିତ କରାଯାଏ । ଏହାପରେ ଦିଲ୍ଲୀର ବିଭିନ୍ନ ଅଞ୍ଚଳକୁ ସପ୍ଲାଏ କରାଯାଏ । ହେଲେ ପୂର୍ବରୁ ଯେଉଁଠାରେ ଦୁଇ ଦୁଇ ଥର ପାଣି ଦିଆଯାଉଥିଲା ଏବେ ସେହି ଅଞ୍ଚଳକୁ ମାତ୍ର ଥରେ ସପ୍ଲାଏ କରାଯାଉଛି । ସେପଟେ ଦିଲ୍ଲୀରେ ଯାନବାହନ ସଂଖ୍ୟା ଅଧିକ ଥିବାବେଳେ ଅନେକ ଗୁଡ଼ିଏ ସର୍ଭିସ ସେଣ୍ଟର ରହିଛି । ଯେଉଁଠାରେ ଯାନବାହନଗୁଡ଼ିକୁ ପାଣିରେ ଧୋଇବା ସହ ସଫା କରାଯାଇଥାଏ । ଜଳ ସଙ୍କଟ ଦେଖା ଦେବା ଦ୍ବାରା ଏହି ସବୁ ବ୍ୟବସାୟ ମଧ୍ୟ ଠପ୍ ହୋଇପଡ଼ିବ ବୋଲି ଏକ ପ୍ରକାର ଆଶଙ୍କା କରାଯାଉଛି ।

ABOUT THE AUTHOR

...view details