ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ଦୀର୍ଘ ୨୭ ବର୍ଷ ପରେ ଫୁଟିଛି ପଦ୍ମ। ୨୦୨୫ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୪୮ ସିଟ ହାସଲ କରି ଐତିହାସିକ ବିଜୟ ଲାଭ କରିଛି । ସେପଟେ ୧୦ ବର୍ଷ ଧରି ଦିଲ୍ଲୀରେ ଶାସନ କରୁଥିବା ଆମ ଆଦମୀ ପାର୍ଟିକୁ ବଡ ପରାଜୟ ମିଳିଛି । ଆପ କେବଳ ୨୨ଟି ଆସନରେ ଜିତିପାରିଛି । ଅରବିନ୍ଦ କେଜ୍ରିଓ୍ବାଲ, ମନିଷ ସିସୋଦିଆ, ସତୈନ୍ଦ୍ର ଜୈନ, ଅବୋଧ ଓଝା, ସୌରଭ ଭରଦ୍ୱାଜଙ୍କ ଭଳି ହେଭିଓ୍ବେଟଙ୍କୁ ନାପସନ୍ଦ କରିଛନ୍ତି ଦିଲ୍ଲୀବାସୀ । ସେପଟେ ସବୁଠୁ ପୁରୁଣା ପାର୍ଟି କଂଗ୍ରେସ ଦିଲ୍ଲୀରେ ଖାତା ଖୋଲି ପାରିନି ।
ଆପ ଉପରେ ଭରସିଲାନି ଦିଲ୍ଲୀ:
୧୯୯୮ରେ ଦିଲ୍ଲୀର ସତ୍ତା ହାସଲ କରିଥିଲା ବିଜେପି । ଏହାପରେ ୨୦୧୩ରେ ସରକାର ଗଢିଥିଲା ଆମ ଆଦମୀ ପାର୍ଟି । ଏହାପରେ ଲଗାତର ୨ ଥର ସରକାର ଗାଦିରେ ବସିଥିଲା ଆପ । ୨୦୧୫ ନିର୍ବାଚନରେ ୭୦ ଆସନରୁ ୬୭ ଆସନରେ ବିଜୟ ଲାଭ କରିଥିଲା କେଜ୍ରିଓ୍ୱାଲଙ୍କ ପାର୍ଟି ଆପ । ୨୦୨୦ ନିର୍ବାଚନରେ ୭୦ ସିଟରୁ ୬୨ ସିଟକୁ ନିଜ ଦଖଲକୁ ଆଣିିଥିଲା ଆପ । ହେଲେ ଚଳିତ ନିର୍ବାଚନରେ ଦିଲ୍ଲୀବାସୀ ଆଉ ଆପ ଉପରେ ଭରସି ନାହାନ୍ତି । ଆମ ଆଦମୀ ପାର୍ଟିକୁ ମାତ୍ର ୨୨ଟି ସିଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଅନ୍ୟପଟେ ଅରବିନ୍ଦ କେଜ୍ରିଓ୍ବାଲ, ମନିଷ ସିସୋଦିଆ, ସତୈନ୍ଦ୍ର ଜୈନ, ଅବୋଧ ଓଝା, ସୌରଭ ଭରଦ୍ୱାଜଙ୍କ ଭଳି ହେଭିଓ୍ବେଟ ନିର୍ବାଚନରେ ହାରିଯିବା ଆପକୁ ବଡ ଝଟକା ଦେଇଛି । ୨୨ଟି ଆସନରେ ବିଜୟ ଲାଭ କରିଥିଲେ ମଧ୍ୟ ଏହାକୁ ସେଲିବ୍ରେସନ କରିବା ମୁଡରେ ନାହାନ୍ତି ଆପ ନେତା ଓ କର୍ମୀ ।
ବିଜେପିକୁ ଦିଲ୍ଲୀବାସୀଙ୍କ ଦିଲ୍-ଖୋଲା ସମର୍ଥନ:
୨୭ ବର୍ଷ ହେଲା ଦିଲ୍ଲୀ ସର୍ତ୍ତାରୁ ଦୂରରେ ଥିବା ବିଜେପିକୁ ଏଥର ଦିଲ୍ଲୀବାସୀ ଦିଲ୍ ଖୋଲା ସମର୍ଥନ ଦେଇଛନ୍ତି । ୭୦ ଆସନରୁ ୪୮ ଆସନରେ ବିଜୟୀ ହୋଇ ସଂଖ୍ୟା ଗରିଷ୍ଠତା ଅଙ୍କ ୩୬କୁ ପାର କରିଛି ପଦ୍ମ ।
ବିଜେପି, ଆପ ଓ କଂଗ୍ରେସର ଭୋଟ ପ୍ରତିଶତ:
ଭୋଟ ପ୍ରତିଶତ ଦେଖିବାକୁ ଗଲେ, ବିଜେପିକୁ ଏଥର ୪୫.୬୬ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ ଆପକୁ ୪୩.୫୫ ପ୍ରତିଶତ ଓ କଂଗ୍ରେସକୁ ୬.୩୫ ପ୍ରତିଶତ ଭୋଟ ମିଳିଛି । ଏହି ନିର୍ବାଚନରେ କଂଗ୍ରେସ ଅନେକ ଆସନରେ ଆମ ଆଦମୀ ପାର୍ଟିର ଭୋଟ କାଟିବାରେ ସଫଳ ହୋଇଥିଲା ।ଯାହାର ସିଧାସଳଖ ଫାଇଦା ମିଳିଛି ପଦ୍ମକୁ ।
ଭିଆଇପି ଆସନରେ ଆପର ଆପଦା:
- ନୂଆଦିଲ୍ଲୀ ବିଧାନସଭା ଆସନ:ଆପର ହେଭିଓ୍ବେଟ ଲିଷ୍ଟରେ ପ୍ରଥମରେ ଆସୁଥିବା ନାଁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଭରସା କରିପାରିନାହାନ୍ତି ଦିଲ୍ଲୀବାସୀ । ନୂଆଦିଲ୍ଲୀ ଆସନରୁ ଲଢୁଥିବା କେଜ୍ରିଓ୍ବାଲଙ୍କୁ ପ୍ରଥମ ଥର ପାଇଁ ହାରର ସାମ୍ନା କରିବାକୁ ପଡିଛି । ଏହି ଆସନରୁ କ୍ରମାଗତ ୩ଥର ବିଜୟୀ ପରେ ଚତୁର୍ଥ ଥର ମଧ୍ୟ ଆପ ପତାକା ଉଡାଇବାକୁ ରଣନୀତି ପ୍ରସ୍ତୁତ କରିଥିଲେ । କିନ୍ତୁ ଚଳିତ ଥର ସବୁ ପ୍ଲାନ ଫେଲ ହୋଇଛି । ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମାଙ୍କ ଠାରୁ ୪ହଜାରରୁ ଉର୍ଦ୍ଧ୍ବ ଭୋଟରେ ହାରିଛନ୍ତି କେଜ୍ରିଓ୍ବାଲ ।
- ଜଙ୍ଗପୁରା ବିଧାନସଭା ଆସନ:ଜଙ୍ଗପୁରା ଆସନରେ ୩ ଦଳର ହେବିଓ୍ୱେଟ ନିର୍ବାଚନ ଲଢିଥିଲେ । ଆପ ପ୍ରାର୍ଥୀ ମନିଷ ସିସୋଦିଆ, ବିଜେପି ପ୍ରାର୍ଥୀ ତରବିନ୍ଦର ମରାବାହ ଓ କଂଗ୍ରେସ ପ୍ରାର୍ଥୀ ଫରହାଦ ସୁରୀଙ୍କ ମଧ୍ୟରେ ତ୍ରିମୁଖୀ ମୁକାବିଲାରେ ବିଜେପି ପ୍ରାର୍ଥୀ ତରବିନ୍ଦର ମରାବାହ ବିଜୟ ହାସଲ କରିଛନ୍ତି । ଏଥିସହ ଆପରୁ ଲଢୁଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୬୦୦ ଭୋଟ ବ୍ୟବଧାନରେ ପରାଜୟ ସ୍ୱୀକାର କରିବାକୁ ପଡିଛି ।
- କରାବଲ ନଗର ବିଧାନସଭା ଆସନ:କରାବଲ ନଗରରେ ବିଜେପି ପ୍ରାର୍ଥୀ କପିଲ ମିଶ୍ର ଆମ୍ ଆଦମୀ ପାର୍ଟିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନୋଜ କୁମାର ତ୍ୟାଗୀଙ୍କୁ ୨୩ହଜାର ୩୫୫ ଭୋଟରେ ପରାସ୍ତ କରିଛନ୍ତି । କପିଲ ମିଶ୍ର ୧ ଲକ୍ଷ ୭ ହଜାର ୩୬୭ ଭୋଟ ପାଇଥିବାବେଳେ ଆମ ଆଦମୀ ପାର୍ଟି ପ୍ରାର୍ଥୀ ମନୋଜ କୁମାର ତ୍ୟାଗୀ ମୋଟ ୮୪ହଜାର ୧୨ ଖଣ୍ଡ ଭୋଟ୍ ପାଇଛନ୍ତି ।
- ପଟପଡଗଞ୍ଜ ବିଧାନସଭା ଆସନ: ଜଣାଶୁଣା UPSC କୋଚିଂ ଶିକ୍ଷକ ଅବୈଧ ଓଝାଙ୍କ ପ୍ରାରମ୍ଭିକ ରାଜନୈତିକ ଇନିଂସ ଝଟକାରୁ ଆରମ୍ଭ ହୋଇଛି । ଆପରୁ ଛିଡା ହୋଇଥିବା ଅବୈଧ ଓଝା ବିଜେପି ପ୍ରାର୍ଥୀ ରବିନ୍ଦର ସିଂହଙ୍କ ଠାରୁ ପରାଜୟ ହୋଇଛନ୍ତି । ଗତ ନିର୍ବାଚନରେ ରବିନ୍ଦର ନେଗି ମଧ୍ୟ ଖୁବ କମ୍ ଭୋଟ ବ୍ୟବଧାନରେ ହାରି ଯାଇଥିଲେ ।
- ବିଜବାସନ ବିଧାନସଭା ଆସନ: ଆମ୍ ଆଦମୀ ପାର୍ଟି ଛାଡିଥିବା ପୂର୍ବତନ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ୍ ପୁଣି ଥରେ ବିଜେପିର ବିଧାୟକ ହୋଇଛନ୍ତି । ସେ ଆମ୍ ଆଦମୀ ପାର୍ଟିର ସୁରେନ୍ଦ୍ର ଭରଦ୍ୱାଜଙ୍କୁ ୧୧ହଜାର ୨୭୬ ଭୋଟରେ ପରାସ୍ତ କରିଛନ୍ତି ।
- ଗ୍ରେଟର କୈଳାଶ ବିଧାନସଭା ଆସନ: ଆମ୍ ଆଦମୀ ଦଳର ହେବିଓ୍ବେଟ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ ନିର୍ବାଚନରେ ହାରିଛନ୍ତି । ବିଜେପିର ଶିଖା ରାୟ ଗ୍ରେଟର କୈଳାଶ ତାଙ୍କୁ ହରାଇ ବିଧାନସଭା ଆସନ ଜିତିଛନ୍ତି । ସୌରଭ ଭରଦ୍ୱାଜଙ୍କ କ୍ରମାଗତ ଚତୁର୍ଥ ଥର ଜିତିବାର ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି ଶିଖା ରାୟ ।
- ଶକୁରବସ୍ତି ବିଧାନସଭା ଆସନ:AAP ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନ ଶକୁର ବସ୍ତି ବିଧାନସଭା ଆସନରୁ ହାରିଯାଇଛନ୍ତି । ତାଙ୍କୁ ବିଜେପିର କର୍ଣ୍ଣେଲ ସିଂ ପରାସ୍ତ କରିଛନ୍ତି । ପାଖାପାଖି ୨୦ ହଜାର ୯ ଶହ ୯୮ ଭୋଟରେ ହାରିଛନ୍ତି ସତ୍ୟୈନ୍ଦ୍ର ଜୈନ୍ ।
ବିଜେପିର ଜୋରଦାର ସେଲିବ୍ରେସନ:
ମ୍ୟାଜିଙ୍କ ଅଙ୍କରୁ ଢେର ଅଧିକ ଆସନରେ ବିଜୟ ଲାଭ କରିଛି ବିଜେପି । ୭୦ ଆସନରୁ ୪୮ ଆସନରେ ବିଜୟୀ ହେବା ସହ ଅନେକ ହଟ ଆସନରେ ବସିଥିବା ହେବିଓ୍ବେଟମାନଙ୍କୁ ମାତ ଦେଇଛନ୍ତି ବିଜେପି ପ୍ରାର୍ଥୀ । ଏହି ମହାବିଜୟ ପରେ ଦିଲ୍ଲୀରେ ବିଜେପିର ସେଲିବ୍ରେସନ ଜୋରଦାର ରହିଛି ।କେବଳ ଦିଲ୍ଲୀର ଦଳୀୟ କର୍ମୀ ଓ ନେତା ନୁହଁନ୍ତି ଏହି ବିଜୟୀ ସେଲିବ୍ରେସନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ନେଇ ଅମିତ ଶାହା, ଜେ ପି ନଡ୍ଡା ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଛନ୍ତି ।
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଚର୍ଚ୍ଚା: