ନୂଆଦିଲ୍ଲୀ: ଓଲ୍ଡ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରର ବେସମେଣ୍ଟରେ ୟୁପିଏସସି(UPSC) ଆଶାୟୀ 3 ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ମାମଲାର ଶୁଣାଣି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ କୋର୍ଟ ବର୍ଷିଛନ୍ତି । କୋଚିଂ ଆଳରେ ସେଣ୍ଟରମାନେ ଏବେ ‘ମୃତ୍ୟୁର କୋଠରୀ’ ( Death Chambers) ହୋଇସାରିଲେଣି ବୋଲି କୋର୍ଟ ଟିପ୍ପଣୀ କରିବା ସହ ଏହି ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି, ସେନେଇ ରିପୋର୍ଟ ମଧ୍ୟ ତଲବ କରିଛନ୍ତି । ଏହା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିବା କୋଚିଂ ସେଣ୍ଟର ଫେଡେରେସନ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଭର୍ତ୍ସନା କରିଛନ୍ତି । ଏହା ସହ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କାର ଫାଇନ ମଧ୍ୟ କରିଛନ୍ତି ।
- କୋଚିଂ ସେଣ୍ଟର ଫେଡେରେସନ ଯାଇଥିଲା ସୁପ୍ରିମକୋର୍ଟ:- ଦିଲ୍ଲୀ କୋଚିଂ ସେଣ୍ଟର ଟ୍ରାଜେଡି: ସୁପ୍ରିମକୋର୍ଟ କହିଲେ କୋଚିଂ ସେଣ୍ଚର ଏବେ ଡେଥ ଚାମ୍ବର, ଆବେଦନକାରୀଙ୍କ ଉପରେ ଲକ୍ଷ ଟଙ୍କାରେ ଫାଇନ (ETV Bharat Odisha)
ଦିଲ୍ଲୀରେ ଥିବା ଏକାଧିକ କୋଚିଂ ସେଣ୍ଟରରେ ଚଢାଉ ପରେ ନିର୍ଦ୍ଦେଶାବଳି ଉଲ୍ଲଙ୍ଘନ କରିଥିବା ସେଣ୍ଟରକୁ ସିଲ କରିଥିଲା ମହାନଗର ନିଗମ । ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା । କୋର୍ଟ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ସଠିକ ଦର୍ଶାଇବା ସହ ନିୟମ ଉଲ୍ଲଂଘନକାରୀ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବା ପାଇଁ ହାଇକୋର୍ଟ କହିଥିଲେ । ଏହାକୁ ଚ୍ୟାଲେଞ୍ଜ କରି କୋଚିଂ ସେଣ୍ଟର ଫେଡେରେସନ ପକ୍ଷରୁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ଜଳା ଭୂୟାଁଙ୍କ ଦୁଇଜଣିଆ ଖଣ୍ଡପୀଠରେ ହୋଇଥିଲା ।