ଓଡିଶା

odisha

ETV Bharat / bharat

ଅବକାରୀ ଘୋଟାଲା ମାମଲାରେ କେଜ୍ରିଓ୍ବାଲଙ୍କୁ ଆଶ୍ବସ୍ତି, ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ - Delhi Excise Policy Scam

Delhi CM Arvind Kejriwal granted Bail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଜାମିନ । ରାଉଜ ଆଭେନ୍ୟୁ କୋର୍ଟ ବେଲ୍‌ ଆବେଦନକୁ ମଞ୍ଜୁରି ଦେଇଛନ୍ତି । ୧୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ମିଳିଲା ବେଲ୍ । ଅଧିକ ପଢନ୍ତୁ

Delhi CM Arvind Kejriwa
Delhi CM Arvind Kejriwa

By ETV Bharat Odisha Team

Published : Mar 16, 2024, 10:44 AM IST

Updated : Mar 16, 2024, 11:18 AM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଡ଼ ଆଶ୍ବସ୍ତି । ଇଡି ସମନକୁ ଏଡାଇବା ମାମଲାରେ ମିଳିଲା ଜାମିନ । କେଜ୍ରିୱାଲ ଆଜି ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିବା ବେଳେ, ତାଙ୍କ ବେଲ୍‌ ଆବେଦନକୁ ମଞ୍ଜୁରି ଦେଇଛନ୍ତି କୋର୍ଟ । 15,000 ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ରାଉଜ ଆଭେନ୍ୟୁ କୋର୍ଟ । ଅବକାରୀ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିୱାଲଙ୍କୁ ଆଠ ଥର ସମନ ଦେଇଥିବା ବେଳେ, ସେ ଏହାକୁ ଅଣଦେଖା କରିବାରୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଇଡି ।

ଅତିରିକ୍ତ ମେଟ୍ରୋପୋଲିଟନ୍ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରା ୧୫ ହଜାର ଟଙ୍କା ମୁଚାଲିକା ଏବଂ 1 ଲକ୍ଷ ଟଙ୍କାର ଜରିମାନା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । କେଜ୍ରିଓ୍ବାଲ ବିରୋଧରେ ଇଡି ଦୁଇଟି ଅଭିଯୋଗ ପତ୍ର ଦାଖଲ କରିଥିଲା । ମାର୍ଚ୍ଚ 16 ତାରିଖରେ କେଜ୍ରିଓ୍ବାଲକୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସେ ଏହାକୁ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ଗୁରୁବାର ସେସନ କୋର୍ଟ ଆବେଦନକୁ ଖାରଜ କରିବା ପରେ ଆଜି ସେ କୋର୍ଟରେ ହାଜର ହୋଇଥିଲେ । ତେବେ ବେଲ୍ ପାଇବା ପରେ କୋର୍ଟରୁ ନିଜ ବାସଭବନକୁ ଫେରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ।

ଏହା ମଧ୍ୟ ପଢନ୍ତୁ: ଅବକାରୀ ଦୁର୍ନୀତି ମାମଲା, ଆଜି କୋର୍ଟରେ ହାଜର ହେବେ କେଜ୍ରିୱାଲ

ତେବେ କୋର୍ଟରୁ ଜାମିନ ପାଇବା ପରେ ଆପ୍ ଆଇନଜୀବୀ ସଞ୍ଜୀବ ନାସିୟାର କହିଛନ୍ତି, "କୋର୍ଟ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବରୁ ସେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ତେବେ ତାଙ୍କୁ ଶାରୀରିକ ଭାବେ ହାଜର ହେବା ପାଇଁ କୁହାଯାଇଥିବା ବେଳେ ସେ ହାର ହୋଇ ଜାମିନ ବଣ୍ଡ ଜମା କରିଥିଲେ । କୋର୍ଟ ତାଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । କୋର୍ଟ ଯାହା ନିର୍ଣ୍ଣୟ ନେବେ ଆମ ନିର୍ଣ୍ଣୟ ତାହାର ଅନୁରୂପ ହେବ ।"

ଅନ୍ୟପଟେ ବିଜେପି ସାସଂଦ ମନୋଜ ତିଓ୍ବାରୀ କହିଛନ୍ତି, "ଇଡି ଦାଖଲ କରିଥିବା ଅଭିଯୋଗରେ ତାଙ୍କୁ ୧୫ ହଜାର ଟଙ୍କା ମୁଚାଲିକାରେ ରାଉଜ ଆଭେନ୍ୟୁ କୋର୍ଟରୁ ଜାମିନ ମିଳିଛି । ତେବେ ଇଡି ସମନକୁ ସହଯୋଗ କରିବା ସହିତ ଆଇନ ପାଳନ କରିବା ପାଇଁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବିଧାନର ଶପଥ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆଇନ ଅନୁସରଣ କରିବା ଉପଯୁକ୍ତ ଅଟେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ


Last Updated : Mar 16, 2024, 11:18 AM IST

ABOUT THE AUTHOR

...view details