ଓଡିଶା

odisha

ETV Bharat / bharat

ଦିଲ୍ଲୀବାସୀଙ୍କୁ କେଜ୍ରିୱାଲଙ୍କ ୧୫ ଗ୍ୟାରେଣ୍ଟି: ମହିଳାଙ୍କୁ ୨୧୦୦, ବୟସ୍କଙ୍କ ପାଇଁ ସଞ୍ଜୀବନୀ - DELHI ASSEMBLY ELECTION 2025

ଦିଲ୍ଲୀ ନିର୍ବାଚନକୁ ନେଇ AAPର ୧୫ ଗ୍ୟାରେଣ୍ଟି, ପୂଜାରୀମାନଙ୍କୁ ପ୍ରତିମାସରେ ମିଳିବ ୧୮ହଜାର ।

AAP manifesto with 15 guarantees
AAP manifesto with 15 guarantees (PTI)

By ETV Bharat Odisha Team

Published : Jan 27, 2025, 1:55 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି । ଏହାମଧ୍ୟରେ ଆଜି(ସୋମବାର) ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଏଥିରେ ଜନତାଙ୍କୁ ୧୫ ଗ୍ୟାରେଣ୍ଟି ଦେଇଛି ଆପ୍ ।

ଏନେଇ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲକହିଛନ୍ତି, "ଦିଲ୍ଲୀ ନିର୍ବାଚନ ପାଇଁ ଆଜି AAPର ଗ୍ୟାରେଣ୍ଟି ଜାରି କରୁଛୁ । କେଜ୍ରିଓ୍ବାଲଙ୍କ ଗ୍ୟାରେଣ୍ଟି ପକ୍କା ଗ୍ୟାରେଣ୍ଟି, ଯାହା ପୂରଣ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ପୁରା ହେବାକୁ ଯାଉଥିବା ୧୫ ଗ୍ୟାରେଣ୍ଟି ଜାରି କରୁଛୁ ।’

AAPର ୧୫ ଗ୍ୟାରେଣ୍ଟି:

  1. ରୋଜଗାର ଗ୍ୟାରେଣ୍ଟି
  2. ମହିଳା ସମ୍ମାନ ଯୋଜନା ଗ୍ୟାରେଣ୍ଟି, ପ୍ରତିମାସରେ ମହିଳାଙ୍କୁ ୨୧୦୦ଟଙ୍କା ଦିଆଯିବ ।
  3. ବୟସ୍କଙ୍କ ପାଇଁ ସଞ୍ଜୀବନୀ ଯୋଜନା
  4. ପାଣି ପାଇଁ ଆସିଥିବା ଭୁଲ ବିଲକୁ ଛାଡ କରାଯିବ
  5. ପ୍ରତି ଘରକୁ ୨୪ ଘଣ୍ଟିଆ ପରିଷ୍କାର ପାଣି ଯୋଗାଇବା ଗ୍ୟାରେଣ୍ଟି
  6. ଯମୁନା ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ
  7. ଦିଲ୍ଲୀ ରାସ୍ତା ମରାମତି କରାଯିବା
  8. ଡ. ଆମ୍ବେଦକର ସ୍କଲାରସିପ ଯୋଜନା ଅଧିନରେ ପ୍ରତ୍ୟେକ ଦଳିତ ଛାତ୍ରଛାତ୍ରୀଙ୍କ ବିଦେଶରେ ପଢା ଖର୍ଚ୍ଚ ଆପ ସରକାର ବହନ କରିବେ
  9. ସ୍କୁଲ-କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବସରେ ଟିକେଟ ଫ୍ରି ଓ ମେଟ୍ରୋ ଟିକେଟରେ ୫୦ ପ୍ରତିଶତ ଛାଡ
  10. ପୂଜାରୀ ଓ ଗୁରୁଦ୍ୱାରର ଗ୍ରନ୍ଥିମାନଙ୍କୁ ପ୍ରତିମାସରେ ୧୮ହଜାର ଟଙ୍କା ଦିଆଯିବା ଗ୍ୟାରେଣ୍ଟି
  11. ଭଡାଟିଆମାନଙ୍କୁ ମାଗଣା ବିଜୁଳି- ପାଣି ଗ୍ୟାରେଣ୍ଟି
  12. ଓଭର ଫ୍ଲୋ ସମସ୍ୟା ଦୂର କରାଯିବା ଓ ପୁରୁଣା ଲାଇନ ବଦଳାଯିବା ଗ୍ୟାରେଣ୍ଟି
  13. ନୂଆ ରାସନ କାର୍ଡ ତିଆରି କରାଯିବ
  14. ଅଟୋ, ଟ୍ୟାକ୍ସି, ଇ-ରିକ୍ସାବାଲାଙ୍କ ଝିଅ ବିବାହ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଓ ଜୀବନ ବୀମା ଓ ପିଲାମାନଙ୍କୁ ଭଲ ଶିକ୍ଷା ଦାନ ଗ୍ୟାରେଣ୍ଟି
  15. ଦିଲ୍ଲୀର ସମସ୍ତ ଆରଡବ୍ଲ୍ୟୁଏ ଙ୍କୁ ପ୍ରାଇଭେଟ ଗାଡି ରଖିବା ପାଇଁ ଟଙ୍କା ଦିଆଯିବ

ଏହାମଧ୍ୟ ପଢନ୍ତୁ...

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ 5 ରେ ଭୋଟିଂ, 8ରେ ଗଣତି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ ନିର୍ବାଚନ:

ଆସନ୍ତା ଫେବୃଆରୀ 5ରେ 70 ଆସନ ବିଶିଷ୍ଟ ଦିଲ୍ଲୀରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ସମସ୍ତ 70ଟି ଆସନରେ ପଡିବ ଭୋଟ । ଏଥିସହ 8ରେ ଭୋଟ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନୀ ତଥ୍ୟ ଅନୁସାରେ ଏଥର ଦିଲ୍ଲୀରେ ପ୍ରାୟ 2 ଲକ୍ଷ ନୂଆ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ନିର୍ବାଚନକୁ ମାତ୍ର ଦିନ କେଇଟା ଥିବାରୁ ରାଜଧାନୀରେ ଜମୁଛି ପ୍ରଚାର । ଆପ, ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details