ଓଡିଶା

odisha

ETV Bharat / bharat

ପ୍ରଦୂଷଣ ଟେନସନ, ଦୀପାବଳିରେ ସତର୍କ ରହିବାକୁ ଏହି ଉପାୟ ଆପଣାନ୍ତୁ

ଦିଲ୍ଲୀ ପରେ ଏବେ ବିଭିନ୍ନ ରାଜ୍ୟକୁ ଘାରିଛି ପ୍ରଦୂଷଣ ଚିନ୍ତା। ତେଣୁ ଦୀପାବଳିରେ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି।

air pollution tension
air pollution tension (ETV Bharat)

By ETV Bharat Odisha Team

Published : 4 hours ago

ନୂଆଦିଲ୍ଲୀ:ଆସୁଛି ଦୀପାବଳି । ଚାରିଆଡେ ଫୁଟିବ ବାଣ, ଜଳିବ ଦ୍ବୀପ ଓ କ୍ୟାଣ୍ଡେଲ। ଏହା ଦ୍ବାରା ପ୍ରଦୂଷଣ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଢେର ଅଧିକ ଥିବାବେଳେ ଚାରିଆଡ ଧୂଆଁ ଭଳି ଦୃଶ୍ୟମାନ ହେଉଛି । ସୂଚନା ଅନୁସାରେ, ଆଜି ଦିଲ୍ଲୀ ଏନସିଆରରେ 400 ପାର୍ କରିଛି AQI। ସେହିପରି କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଅନ୍ୟ ଅଞ୍ଚଳରେ 300ରୁ ଅଧିକ ରହିଛି AQI । ଗତ କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଦୀପାବଳି ପୂର୍ବରୁ ଏଭଳି ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ ହୋଇଥିବାବେଳେ ଦୀପାବଳି ପରେ ଏହା ଆହୁରି ଅଧିକ ବଢିବା ନେଇ ଆଶଙ୍କା ଦେଖା ଦେଇଛି ।

delhi air pollution (ETV Bharat)

ଦିଲ୍ଲୀ ପରେ ଏବେ ବିଭିନ୍ନ ରାଜ୍ୟକୁ ଘାରିଛି ପ୍ରଦୂଷଣ ଚିନ୍ତା। କାରଣ ବାୟୁ ପ୍ରଦୂଷଣ କାରଣରୁ ବିଭିନ୍ନ ରୋଗ ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ କିପରି ସଚେତନ ରହିବେ ଆସନ୍ତୁ ଜାଣିବା।

ଦୀପାବଳିରେ ପ୍ରଦୂଷଣରୁ କେମିତି ରକ୍ଷା ପାଇବେ?

ବାଣ ଫୁଟାଇବା ଦ୍ବାରା ବାୟୁରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥାଏ। ଏଥିରୁ ବର୍ତ୍ତିବାକୁ ଆପଣଙ୍କୁ ମାକ୍ସ ବ୍ୟବହାର କରିବା ଜରୁରୀ। ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ।

ଘରେ ଏୟାର ପ୍ୟୁରିଫାୟର ରଖନ୍ତୁ:

ବାୟୁ ପ୍ରଦୂଷଣ କାରଣରୁ ଘରେ ମଧ୍ୟ ଦୂଷିତ ବାୟୁ ପ୍ରବାହିତ ହୋଇଥାଏ। ଯାହାଦ୍ବାରା ଅନେକ ରୋଗ ହେବାର ଆଶଙ୍କା ଦେଖାଦେଇଥାଏ। ଏଣୁ ଏୟାର ପ୍ୟୁରିଫାୟର ବ୍ୟବହାର କରିବା ଦ୍ବାରା ଘର ଭିତରେ ପ୍ରବେଶ କରୁଥିବା ବାୟୁର ଗୁଣବତ୍ତାରେ ସୁଧାର ଆସିବ।

ଏହା ବି ପଢନ୍ତୁ...ବିନା ଇଟାରେ ଘର: ରୋକିବ ପ୍ରଦୂଷଣ, ଭୁଶୁଡିବାର ନାହିଁ ଟେନସନ ! - House Construction Without Bricks

ଏହା ବି ପଢନ୍ତୁ...ବାୟୁ ଗୁଣବତ୍ତା ହ୍ରାସ କରୁଛି ଜଙ୍ଗଲ ନିଆଁ; ବନାଗ୍ନିରୁ ନିର୍ଗତ ଅଙ୍ଗାରକାମ୍ଳ 60%ରେ ପହଞ୍ଚିଲା

ହାଇଡ୍ରେଟେଡ୍ ରୁହନ୍ତୁ:

ଦୀପାବଳିରେ ପ୍ରଦୂଷଣର ମାତ୍ରା ଅଧିକ କାରଣରୁ ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେଇପାରେ। ତେଣୁ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏହାଦ୍ବାରା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ଆକାରରେ ବାହାରକୁ ଆସିବାରେ ସହାୟକ ହେବ। ଏହାସହ ଦୀପାବଳି ପାଳନ ବେଳେ ଗ୍ରୀନ କ୍ରାକର ବା ସବୁଜ ବାଣ ମଧ୍ୟ ଫୁଟାଇବା ଦ୍ୱାରା ପ୍ରଦୂଷଣରୁ ଅପେକ୍ଷାକୃତ ରକ୍ଷା ପାଇପାରିବେ।

ଏହା ବି ପଢନ୍ତୁ...ଚିଲିକାରୁ ଭିତରକନିକା, ବିହଙ୍ଗ ଭୂସ୍ବର୍ଗକୁ ଏବେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ

ଏହା ବି ପଢନ୍ତୁ...ଅକ୍ଟୋବରରେ ଛୁଟି ହିଁ ଛୁଟି, ସ୍କୁଲ-କଲେଜ ବନ୍ଦ, ଦଶହରା ଓ ଦୀପାବଳି ମଜା ଉଠାଇବେ ଛାତ୍ରଛାତ୍ରୀ - October Month Holidays

ABOUT THE AUTHOR

...view details