ଓଡିଶା

odisha

ETV Bharat / bharat

ଜୁଲାଇ ୬ ଶନିବାର ରାଶିଫଳ: ଆଜି ଦୂର ଯାତ୍ରା କରନ୍ତୁନି, ସାବଧାନତାର ସହ ଚଳନ୍ତୁ ଏହି ରାଶି ବ୍ୟକ୍ତି - DAILY HOROSCOPE OF 6 JULY

Today Rashiphala Horoscope 5 July: ଆଜିର ଦିନ ଆପଣଙ୍କର କେମିତି କଟିବ ? ଚାକିରି ବା ବ୍ୟବସାୟ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

By ETV Bharat Odisha Team

Published : Jul 6, 2024, 12:01 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ସହଜ ଦିନ ରହିବ । ଆଜି ଦିନଟିକୁ ଉତ୍ସାହିତ ହୋଇ କାଟିପାରନ୍ତି । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆପଣ ଜିନିଷ ପତ୍ର ସଜାଡନ୍ତୁ, ବ୍ୟବସାୟ କାମରେ ବାହାରକୁ ଯାତ୍ରା କରି ପାରନ୍ତି । ଆଜିର ବିଚାର ମୂଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ, ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆପଣ ଆଜି ସ୍ଥିର ଓ ଶାନ୍ତ ରହନ୍ତୁ । ଆପଣଙ୍କର ଆନ୍ଦୋଳିତ ମନ ଆଜି ଅପ୍ରତିଭା ସୃଷ୍ଟି କରିବ । ଯାହାର ଫଳାଫଳ ସ୍ୱରୁପ ସମୟ ନଷ୍ଟ ହେବ । ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । ପରସ୍ପର ମଧ୍ୟରେ ବୁଝାମଣାରେ ଆପଣଙ୍କ ଦିନ ଗୁଡିକ ସହଜ ହେବ । ଏହା ବିଶେଷତଃ ଲେଖକ ଓ କଳାକାର ମାନଙ୍କ ପାଇଁ ଅଟେ । ସୃଜନାତ୍ମକ ଶୈଳୀରେ ଲୋକଙ୍କୁ ଆକୃଷ୍ଟ କରିବା ସହ ପ୍ରଶଂସିତ ହେବେ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ କ୍ଷତିରେ ପଡିପାରନ୍ତି । ଆଜି ଭ୍ରମଣକୁ ସ୍ଥଗିତ ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳ ମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର, ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୂର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ । ଏକ ଅଧିକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବେ ଏବଂ ଶାନ୍ତି ପୂର୍ଣ୍ଣଭାବେ ଦିନଟି ଶେଷ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି । ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେ କରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ତାଙ୍କ ସହ ଯାତ୍ରାଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଆପଣଙ୍କର ଦିନଟି ମଧ୍ୟମ ଫଳ ଦେବ । ଆପଣଙ୍କ ଉଦ୍ୟମ ଫଳରେ କାର୍ଯ୍ୟରେ ସଫଳତା ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ମା'ଙ୍କ ସହ ସମ୍ପର୍କ ନିବିଡ ହେବ । ସରକାରୀ ସ୍ତରରୁ ସୁବିଧା ଆଶା କରାଯାଇଛି । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆପଣଙ୍କର ଆଜି ହେଉଛି ଏକ ବଢିଆ ଦିନ । ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ଲାଭ ହୋଇପାରେ । ଆପଣମାନଙ୍କ ପାଇଁ ଚର୍ତୁଦିଗରୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୂତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧିଏବଂ ପଦନ୍ନୋତି ଭାବେ ଆପଣଙ୍କ ପାଖକୁ ଆସିପାରେ । ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କଠାରୁ ଲାଭବାନ ହେବେ । ଘରେ ଖୁସି ଏବଂ ଶାନ୍ତି ପୂର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସି ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆଜିର ଦିନ ଆପଣଙ୍କୁ ପ୍ରତ୍ୟେକ କୋଣରୁ ଖୁସି ପ୍ରଦାନ କରିବ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ, ଯାହା ଆପଣ ଯୋଜନା କରିଛନ୍ତି । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । କେବଳ ସେତିକି ଯଥେଷ୍ଟ ନୁହେଁ,ଯେତେବେଳେ ବନ୍ଧୁ ମାନଙ୍କୁ ମିଳିବେ ଶକ୍ତି ଏବଂ ଉତ୍ସାହ ତାଙ୍କଠାରୁ ପାଇବେ । ଏହି ଅମୂଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ନକ୍ଷତ୍ରଗଣ ଆଜି ଆପଣଙ୍କ ସପକ୍ଷରେ ରହିଛନ୍ତି । ପ୍ରତ୍ୟେକ କୋଣରୁ ଖୁସି ମିଳିବ । ମନୋରଞ୍ଜନ ହୋଇପାରେ । ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ । ଯାହା ଆପଣ ଯୋଜନା କରିଛନ୍ତି । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରି ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । ମାନସିକ ଏବଂ ଶାରୀରିକ ଭାବେ ଆପଣ ଉତ୍ସାହିତ ରହିବେ । ଆପଣଙ୍କର ଆର୍ଥିକ କ୍ଷତି ହେବାର ସମ୍ଭାବନା ଅଛି । କିଛି ଘଟଣା ଆପଣଙ୍କର ସମ୍ମାନ ହାନି ଘଟାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ , କର୍ମଚାରୀ , ଗୃହିଣୀ ଏବଂ ବିଦ୍ୟାର୍ଥିଙ୍କ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ପାରିବାରିକ ଜୀବନରେ, ବୃତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଜି ଦିନରେ ଆପଣ ନିଜ କାର୍ଯ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି । ସାବଧାନତାର ସହ କାମ କରନ୍ତୁ । ସରକାରୀ କାର୍ଯ୍ୟରେ ଏବଂ ଉପରିସ୍ଥ ଗୁରୁଜନମାନଙ୍କ ସହିତ ବାର୍ତ୍ତାଳାପରେ ସନ୍ତୋଷଲାଭ କରିବେ । ଆଜି ଦିନରେ ଯାତ୍ରା ଶୁଭ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଆତୁର ଓ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦୀୟ ମନୋବୃତ୍ତିକୁ ପ୍ରତ୍ୟାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍‍ । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀ ମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ । ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ । କର୍ମଚାରୀ ମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

ABOUT THE AUTHOR

...view details