ଓଡିଶା

odisha

ଜୁଲାଇ ୩ ବୁଧବାର ରାଶିଫଳ: ପାଠପଢାରେ ଲକ୍ଷ୍ୟ ହାସଲ କରିବେ ମକର ରାଶି ବ୍ୟକ୍ତି, ଏମାନଙ୍କ ରହିଛି ବିବାହ ଯୋଗ - HOROSCOPE OF 3 JULY

By ETV Bharat Odisha Team

Published : Jul 3, 2024, 12:02 AM IST

Today Rashiphala Horoscope 3 July: ଆଜିର ଦିନ ଆପଣଙ୍କର କେମିତି କଟିବ ? କର୍ମ ବା ବ୍ୟବସାୟ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପରିବାରେ ଅସମର୍ଥ ହେବେ । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗ କଲେ ଏଥିରୁ ମୁକ୍ତି ପାଇପାରିବେ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍‌ ସମୟରେ ଖାଇବା କଷ୍ଟକର ହୋଇପାରେ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍‌ ଭିତରେ ରଖନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଆର୍ଥିକ ବିଷୟରେ ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆପଣ ଅର୍ଥ ସମ୍ୱନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଇଁ ଦିନଟିକୁ ଉତ୍ସର୍ଗ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସେ ବିଷୟରେ ଯୋଜନା ଏବଂ କାର୍ଯ୍ୟସୂଚୀ ବିସ୍ତାର ଭାବରେ ତିଆରି କରିବାକୁ ପଡିପାରେ । ଅର୍ଥ ଲାଭର ସଂଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ । ଆପଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଏକ ଅତି କଷ୍ଟଦିନ ଅଟେ । ଏଣୁ ସଠିକ୍‌ ସ୍ଥାନରେ ନିବେଶ କରୁଛନ୍ତି କି ନାହିଁ ସୁନିଶ୍ଚିତ ହେବେ । ଆଇନ ଏବଂ କୋର୍ଟ ସମ୍ପର୍କିତ କାମରେ ଅଧିକ ସତର୍କତା ଅବଲମ୍ବନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକରାତ୍ମକ ବିଚାର ଠାରୁ ଦୂରେଇ ରହନ୍ତୁ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ ।ଆପଣଙ୍କର କଥା ଏବଂ କାର୍ଯ୍ୟ ଅବୁଝାମଣାର କାରଣ ହୋଇପାରେ । ଆପଣଙ୍କ ଇଛା ଏବଂ ଆଗ୍ରହକୁ ଚେକ୍‌ କରନ୍ତୁ । ଶାରିରୀକ ସମସ୍ୟା ଭୋଗିପାରନ୍ତି । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ଆପଣଙ୍କ ପରିବାର ସଦସ୍ୟଙ୍କ ସହ କିଛି ବି ଖରାପ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଏଣୁ ପ୍ରାର୍ଥନା ଏବଂ ଧ୍ୟାନ କଲେ ମାନସିକ ଶାନ୍ତି ପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜିର ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ଉତ୍ତମ ଅଟେ । ପେଶାଦାର ଏବଂ ବ୍ୟବସାୟ ଶ୍ରେଣୀର ଲୋକମାନଙ୍କ ପାଇଁ ଲାଭ ଏବଂ ଆୟ ସୁନିଶ୍ଚିତ । ଆପଣ ଆପଣଙ୍କର ମଜାଦାର ସମୟ ବନ୍ଧୁମାନଙ୍କ ସହ ଆନନ୍ଦରେ ବିତାଇବେ । ଯଦି ଆପଣ ବିବାହ କରିନାହାନ୍ତି ତେବେ ସେମାନଙ୍କ ପାଇଁ ବିବାହର ଯୋଗ ରହିଛି । ଆୟର ସୂତ୍ର ବହୁଗୁଣିତ ଆଶା କରାଯାଏ । ଆଜି ଆପଣଙ୍କ ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିବସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍‍ ଅସୁବିଧାରେ ପଡିପାରନ୍ତି । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର ସଫଳତା ମିଳିପାରେ । ମଝିରେ ମଝିରେ ବିଶ୍ରାମ ନିଅନ୍ତୁ ନଚେତ୍‍ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଅପ୍ରତ୍ୟାଶିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନମ୍ର ଓ ଶାନ୍ତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆପଣଙ୍କ ବନ୍ଧୁଙ୍କ ସହ ସକାଳଟି ଆନନ୍ଦମୟ ଏବଂ ଖୁସିରେ କଟିବ । ଆଜି ଆପଣ ଯାହା କରିବେ ସେଥିରେ ବହୁତ ଭଲ କରିବେ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ଆପଣ ଆପଣଙ୍କ ବ୍ୟକ୍ତିଗତ ରୂପକୁ ଅଧିକ ଧ୍ୟାନ ଦେଇପାରନ୍ତି, ଯାହା ଆପଣଙ୍କ ମନୋବଳକୁ ଯଥେଷ୍ଟ ବଢାଇବ । ମଉଜ ମଜଲିସ୍‌ କରିପାରନ୍ତି । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଆପଣଙ୍କ ବଦାନ୍ୟ ରୂପ ଆଗକୁ ଆସିବ, କାରଣ ଆପଣ ଆଜି ଯାଏ ଯାହା ଠାରୁ ପାଇଛନ୍ତି ସମସ୍ତଙ୍କୁ ସେ ସବୁ ଫେରାଇବେ । ସମାଜ ସେବାରେ ବ୍ୟସ୍ତ ରହି ଆପଣ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢାଇବେ ଓ ସେମାନଙ୍କୁ ଦୁଇଗୁଣ କରି ଫେରାଇବେ । ଆଜି ଆପଣ ସମ୍ପୂର୍ଣ୍ଣ ଖୋଲା ହୃଦୟରେ ରହିବେ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍‌ ରହିବ । ଆପଣଙ୍କ ମନର ହଠାତ୍‌ ପରିବର୍ତ୍ତନ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ । ଦିନର ଶେଷରେ ବନ୍ଧୁମାନଙ୍କ ସହ ବାହାରକୁ ଯିବା କିମ୍ବା ସିନେମା ଦେଖିବାକୁ ଯାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: କାର୍ଯ୍ୟବ୍ୟସ୍ତ ରହି ଆପଣ ପରିବାର ଠାରୁ ନିଜ ଧ୍ୟାନ ହଟାଇ ଦେଇପାରନ୍ତି ଓ ଆପଣଙ୍କୁ ତାହାର ପରିଣାମ ମଧ୍ୟ ଭୋଗ କରିବା ପଡିପାରେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଥିବା ଆନମନାର ସମାଧାନ କରାଯିବା ଦରକାର । କିନ୍ତୁ ଏହି ସମୟରେ ଆପଣଙ୍କୁ ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆବଶ୍ୟକ । କୌଣସି ଯୁକ୍ତି କ୍ଷେତ୍ରରେ ଆପଣଙ୍କ କଥାବାର୍ତ୍ତାକୁ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି; ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ କାରଣ ଆଜି ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବା ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି । ଆପଣଙ୍କ ରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ । ଧାର୍ମିକ ଗତି ବିଧିରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର । ଆଜି ଆପଣ କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିଲେ, ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିପାରିବେ । ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କ ପ୍ରାଥମିକତା ସୁନିଶ୍ଚିତ କରନ୍ତୁ ଓ ଦେଖନ୍ତୁ କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଉଛନ୍ତି, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା କରି ହି ଆପଣ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତ କରିବାକୁ ସଫଳ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କୁ ଆପଣଙ୍କ ରୁଟିନ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଦ୍ଵାରା ସବୁ କିଛି ବହୁତ ବଢିଆ ଚାଲିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଆତ୍ମସନ୍ତୋଷ ଲାଭ କରିବେ । କଷ୍ଟ କରି ଚାଲନ୍ତୁ ଯାହା ଦ୍ଵାରା ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ । ଦିନର ପରବର୍ତ୍ତୀ ଭାଗ ଆପଣ ଯାହା ବି କାର୍ଯ୍ୟ କରିବେ ତାହା ଆପଣଙ୍କୁ ସଫଳତା ଆଣିଦେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହାର ସଦୁପଯୋଗ କରି ପରିବାର ସହ ସମୟ ବିତାନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତନରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ । ଆଜିର ଦିବସଟି ଏଥିପାଇଁ ଉପଯୁକ୍ତ ଅଟେ । ଜଗିରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି । ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ ।

ABOUT THE AUTHOR

...view details