ଓଡିଶା

odisha

ETV Bharat / bharat

ଜୁନ ୨୭ ଗୁରୁବାର ରାଶିଫଳ: ଆଶା କରୁଥିବା ଫଳ ପାଇବେ ଏହି ରାଶି ବ୍ୟକ୍ତି, ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ତୁଳା-ସିଂହ ରାଶି - HOROSCOPE OF 27 JUNE

Today Rashiphala Horoscope 27 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟ ଏବଂ ଖର୍ଚ୍ଚ ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

By ETV Bharat Odisha Team

Published : Jun 27, 2024, 12:01 AM IST

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଆପଣଙ୍କ ବନ୍ଧୁମାନଙ୍କ ସହ ଭେଟ କରିବାର ଏକ ଅତି ଉତ୍ତମ ଦିନ । ଆପଣ ଉପହାର ଗ୍ରହଣ କରିପାରନ୍ତି । ସେମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହିବେ । ଆପଣଙ୍କ ଭବିଷ୍ୟତ ପାଇଁ ନୂଆ ବନ୍ଧୁମାନେ ଲାଭଦାୟୀ ହେବେ । ଆପଣଙ୍କ ପିଲାମାନେ ଆପଣଙ୍କ ଭାଗ୍ୟକୁ ଅଧିକ ପ୍ରୋତ୍ସାହିତ କରିପାରନ୍ତି । କୌଣସି ଦୃଶ୍ୟମୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜି ସମସ୍ତ ଅଫିସ ଯିବା ଲୋକମାନଙ୍କ ପାଇଁ ହସଖୁସି ଭରା ଭାଗ୍ୟଶାଳୀ ଦିନଟିଏ ରହିବ । ଆଜି ସମସ୍ତ ଭଲ ଜିନିଷରେ ଭରା ରହିବ ଏବଂ ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସଫଳତାର ସହ ନୂଆ କାର୍ଯ୍ୟ ମିଳିବ । ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଯିବେ, ପୁରସ୍କାର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି । ଘରୋଇ ଦ୍ୱନ୍ଦ ଆଶା କରାଯାଏ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସନ୍ତୁଷ୍ଟତାର ସହ ଶେଷ ହେବ । ଅଫିସିଆଲ ସହାୟତା ଆପନଙ୍କୁ ମିଳିବାର ଆଶା କରାଯାଏ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆଜି ଦିନଟି ଭଲ ଭାବରେ ଯିବାର ଆଶାକରା ଯାଇପାରେ ନାହିଁ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଚିନ୍ତିତ ରହିବେ । ଆପଣଙ୍କ କାର୍ଯ୍ୟରେ ଆଗ୍ରହ କମି ଯାଇପାରେ। ଆପଣଙ୍କ ସହକର୍ମୀ ଏବଂ ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ, ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ । ଦିବସର ଶେଷାର୍ଦ୍ଧରେ ଅର୍ଥପ୍ରାପ୍ତି ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆଜି ଦିନଟି ଆପଣଙ୍କ ପାଇଁ ପ୍ରତିକୂଳ ପ୍ରଭାବ ଦେଖାଇବ। ଆପଣ ଶକ୍ତି ଏବଂ ଆଗ୍ରହ ହରାଇପାରନ୍ତି । ଏହା ଆପଣଙ୍କ ପାଇଁ ସାହାଯ୍ୟ କରିବ ଯଦି ଆପଣ ଏହାକୁ ନିରବ ରହିବେ । ଆପଣଙ୍କର ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରନ୍ତୁ । ଆଶାନୁତିତ ଖର୍ଚ୍ଚ କରିବା ପ୍ରସ୍ତୁତ ରୁହନ୍ତୁ । ପରିବାରବର୍ଗଙ୍କର ଚିକଣିଆ କଥାରୁ ବିରତ ରୁହନ୍ତୁ । ସାଙ୍ଗମାନଙ୍କ ସହ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଅପରାହ୍ନ ପରେ ଅଯଥା କଥା ବା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଆପଣ ଆପଣଙ୍କ ସ୍ତ୍ରୀ/ସ୍ୱାମୀଙ୍କ ସହ ଝଗଡା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମସ୍ୟା ହେବ । ଘଟଣା ବହୁତ ଜଟିଳ ଏବଂ ହ୍ୟାଣ୍ଡେଲ୍‌ କରିବା କଷ୍ଟକର ହୋଇପାରେ। ଏହି ମତାନ୍ତର ପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡିପାରେ ତେଣୁ ଏଥିପ୍ରତି ସଜାଗ ରୁହନ୍ତୁ । ସାଧାରଣ ଘଟଣାବଳୀ ଆପଣ ପ୍ରତିକୂଳ ଭାବନା ସହ ମିଶିଯାଇପାରେ । ସର୍ବସାଧାରଣ ଘଟଣାରେ, ସେହି ଘଟଣାକୁ ବର୍ଜନ କରନ୍ତୁ ଯାହା ଆପଣଙ୍କ ନାମ ବଦନାମ କରିବ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିବାଦୀୟ ଦିନଟିରେ ନିଜର ମନଟିକୁ ପ୍ରଫୁଲ୍ଳ ରଖିବାକୁ ଧ୍ୟାନ ଏବଂ ଯୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନଟି ବ୍ୟବସାୟୀ ଏବଂ ପେଶାଦାରମାନଙ୍କ ପାଇଁ ଅତି ଉତ୍ତମ ଦିନ । ଆପଣ ଆପଣଙ୍କ ପ୍ରତିଯୋଗୀ, ପାର୍ଟନର୍‌ , ଏବଂ ସହକର୍ମୀ ମାନଙ୍କ ଅପେକ୍ଷା ଉର୍ଦ୍ଧ୍ୱ ରହିବେ । ସହକର୍ମୀମାନେ ଟିକିଏ ସାହାଯ୍ୟକାରୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରନ୍ତି । ଆପଣଙ୍କର ଘରେ ଅନେକ ଆନନ୍ଦ ଏବଂ ଖୁସି ଆପଣଙ୍କ ଅପେକ୍ଷାରେ ଅଛି । ଅଳ୍ପ ପରିମାଣର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଆପଣ ଅଭିନବ ଧାରଣା ମନରେ ଆଣିବେ ଓ ଆପଣଙ୍କ ସମସ୍ୟା ସମାଧାନର ପଦ୍ଧତି ମଧ୍ୟ ଅଧିକ ବିକଶିତ ହେବ । ଅବିବାହିତ ବ୍ୟକ୍ତିମାନେ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଆଜି ହେଉଛି ଶୁଭ ଦିନ । ଶାରୀରିକ ସୁସ୍ଥତା ବଜାୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା:ଆପଣଙ୍କ ନମ୍ର ବ୍ୟବହାର ଦ୍ୱାରା ଆପଣ ବନ୍ଧୁ ଏବଂ ଅଜଣା ଲୋକମାନଙ୍କ ମନ ଜୟଯୁକ୍ତ କରିବା ସମ୍ଭବ ହୋଇପାରିବ । ଆଲୋଚନା ଏବଂ ତର୍କ ମାଧ୍ୟମରେ ଆପଣ ଭାବନା ଅନ୍ୟମାନକୁ ଖୁସି ଏବଂ ପ୍ରଭାବିତ କରିପାରେ । କାର୍ଯ୍ୟ କରିବା କ୍ଷେତ୍ରରେ, ଆପଣଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ । କାର୍ଯ୍ୟକ୍ଷେତ୍ରରେ ନିଜ ପ୍ରତି ଅନ୍ୟମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରନ୍ତୁ ନାହିଁ । ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି । ଏଥିପ୍ରତି ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଘନିଷ୍ଟ ବନ୍ଧୁ ଏବଂ ସମ୍ପର୍କୀୟ ମାନଙ୍କୁ ଦାୟିତ୍ୱର ସହ ହ୍ୟାଣ୍ଡେଲ୍‌ କରନ୍ତୁ । ଆପଣଙ୍କର ଶାରୀରିକ ଏବଂ ମାନସିକ ଅସୁସ୍ଥତା ଆପଣଙ୍କର ଚିନ୍ତାର କାରଣ ହେବ । କାରଣ ଆପଣଙ୍କର ମାଆ ମଧ୍ୟ ଅସୁସ୍ଥ ହୋଇପାରନ୍ତି । ଆଜି ଆପଣଙ୍କର ଆର୍ଥିକ ଅବସ୍ଥା ଏବଂ ମର୍ଯ୍ୟାଦା ଯୋଗୁଁ ଆପଣ ଅଶାନ୍ତି ହୋଇପାରନ୍ତି । ପାରିବାରିକ ଶାନ୍ତି ଅସୁସ୍ଥ ମନୋଭାବ ଯୋଗୁଁ ଦବିଯାଇପାରେ ଏବଂ ଆଗ୍ରହ ମଧ୍ୟ କମି ଯାଇପାରେ । ଆପଣଙ୍କର କର୍ମଦକ୍ଷତା ପ୍ରଦର୍ଶନ କରି ଉପରିସ୍ଥ ଅଧିକାରୀଙ୍କୁ ପ୍ରଭାବିତ କରନ୍ତୁ, ଯାହାଦ୍ୱାରା ଆପଣ ଆତ୍ମସନ୍ତୋଷ ଲାଭ କରିବେ ଏବଂ ଶୁଭ ଫଳାଫଳ ପାଇପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ନୂଆ ପ୍ରକଳ୍ପ ଶୁଭାରମ୍ଭ କରିବା ପାଇଁ ଆଜି ଦିନଟି ହେଉଛି ଅତ୍ୟନ୍ତ ଉତ୍ତମ । ବନ୍ଧୁ ଏବଂ ସଂପର୍କୀୟମାନଙ୍କ ସହ ଆପଣ ଅନେକ ଖୁସିବାସୀରେ ସମୟ କାଟି ପାରନ୍ତି । ଗୋଟିଏ ଛୋଟ ଯାତ୍ରା କରିପାରିବେ । ଶରୀର ସମସ୍ୟା ରହିବ ନାହିଁ । ଧାର୍ମିକ ବିଷୟ ଉପରେ ଆଗ୍ରହ ନେଇପାରନ୍ତି । କାର୍ଯ୍ୟକଳାପ ଭଲ ଭାବରେ ହୋଇପାରେ । କ୍ରୋଧ, ହତାଶା, ହତୋତ୍ସାହ କିମ୍ଵା ଅଳସୁଆମିକୁ ପରିତ୍ୟାଗ କଲେ ଆଗକୁ ଅଗ୍ରଗତି କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କଳହପ୍ରିୟ ଲୋକଙ୍କ ସଙ୍ଗେ କୌଣସି ସମ୍ପର୍କ ରଖନ୍ତୁ ନାହିଁ କି ସେମାନଙ୍କ ସଙ୍ଗେ କୌଣସି ବାର୍ତ୍ତାଳପ କରନ୍ତୁ ନାହିଁ । ନଚେତ ଆପଣଙ୍କ ଦିନଟି ଅଯଥାରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆପଣ ପରିବାର ଭିତରେ କଳହ ଏବଂ ଗଣ୍ଡଗୋଳ ନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ଆପଣ କୋମଳ ଭାଷୀ ରହିବେ ତେବେ ସମସ୍ୟାଠାରୁ ଦୂରରେ ରହିବେ । ଆଜି ଷ୍ଟକ୍‌ ଏବଂ ସେୟାରରେ ନିବେଶ କରିପାରନ୍ତି । ଶରୀର ପକ୍ଷେ ଆପଣ ଅତ୍ୟନ୍ତ ଭଲ ହୋଇ ନ ପାରନ୍ତି । ଆଖି ସମସ୍ୟା ଦେଖା ଦେଇପାରେ । ଛାତ୍ରମାନେ ନିଜ ପାଇଁ କଠିନ ପରିଶ୍ରମ କରିପାରନ୍ତି । ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ମନରୁ ଦୁଃଶ୍ଚିନ୍ତା ପ୍ରତ୍ଯାହାର କରନ୍ତୁ । ମାନସିକ ଶାନ୍ତି ପାଇବା ପାଇଁ ଧ୍ୟାନ ଓ ଯୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ‌ଆଜି ଦିନଟି ଆପଣଙ୍କ ପାଇଁ ଖୁସି ଏବଂ ଲାଭଦାୟକ ଦିନ ହେବ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆପଣ ଉଭୟ ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ଖୁସି ଅନୁଭବ କରିବେ । ଆଜି ଦିନରେ ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଆନନ୍ଦରେ ଖିଆପିଆ କରି ଉପହାର ଗ୍ରହଣ କରି, ବାହାରେ ସମୟ ବିତାଇବେ, ଏ ସମସ୍ତ ତାରକାମାନଙ୍କ ଦ୍ୱାରା ସମ୍ଭବ ହେଉଛି । ଆପଣ ସାରାଦିନ ଆଧ୍ୟାତ୍ମିକ ଭାବନା ଅନୁଭବ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆପଣଙ୍କ ଲୋଭ ଏବଂ ଆଶାକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଅର୍ଥ ସମ୍ବନ୍ଧୀୟ ବିଷୟ ହ୍ୟାଣ୍ଡେଲିଙ୍ଗ କରିବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିବ । କଥାବାର୍ତ୍ତା ଏବଂ ନିବେଶ କରିବା ପୂର୍ବରୁ ଦୁଇଥର ଭାବନ୍ତୁ । ଆପଣଙ୍କ ଶରୀର ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ମାନସିକ ଭାବରେ, ଆପଣଙ୍କୁ ଲକ୍ଷ୍ୟ ଏବଂ ସନ୍ତୁଳନ ବଜାୟ ରଖିବାରେ କଷ୍ଟସାଧ୍ୟ ହେବ । ଧାର୍ମିକ ବିଷୟରେ ହେଉଥିବା ଖର୍ଚ୍ଚକୁ ହଟାଇପାରିବେ ନାହିଁ । ପାରିବାରିକ କଳହ ହେବାର ସମ୍ଭାବନା ଅଛି ।

ABOUT THE AUTHOR

...view details