ETV Bharat / bharat

ରାମୋଜୀ ରାଓ: ଭବିଷ୍ୟତକୁ ଆକାର ଦେଇଥିବା ସ୍ୱପ୍ନର ସୌଦାଗର - CHERUKURI RAMOJI RAO

ତେଲଗୁ ଅସ୍ମିତାର ପ୍ରବାଦ ପୁରୁଷ ରାମୋଜୀ ରାଓ । ଗଣମାଧ୍ୟମରୁ ସିନେମା, ଆହ୍ବାନପୂର୍ଣ୍ଣ କ୍ଷେତ୍ରରୁ ସଫଳତା ସାଉଁଟିଥିବା ଜଣେ ଦୁର୍ଦ୍ଦଶ ଉଦ୍ୟମୀ । ତାଙ୍କ ଜନ୍ମ ବାର୍ଷିକୀରେ, ଇନାଡୁ ସଂପାଦକ ମାନୁକୋଣ୍ଡା ନାଗେଶ୍ବରରାଓଙ୍କ ଆଲେଖ୍ୟ

ରାମୋଜୀ ରାଓ: ଭବିଷ୍ୟତକୁ ଏକ ଆକାର ଦେଇଥିବା ଜଣେ ସ୍ୱପ୍ନର ସୌଦାଗର
ରାମୋଜୀ ରାଓ: ଭବିଷ୍ୟତକୁ ଏକ ଆକାର ଦେଇଥିବା ଜଣେ ସ୍ୱପ୍ନର ସୌଦାଗର (ETV Bharat Odisha)
author img

By ETV Bharat Odisha Team

Published : Nov 16, 2024, 2:32 PM IST

Updated : Nov 16, 2024, 4:30 PM IST

ମାନୁକୋଣ୍ଡା ନାଗେଶ୍ବରରାଓ

ସଂପାଦକ, ଇନାଡୁ

ହାଇଦ୍ରାବାଦ: ‘‘ଆମେ ସ୍ବତନ୍ତ୍ର, ନିରପେକ୍ଷ ଏବଂ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ପାଇଁ ପ୍ରତିବଦ୍ଧ ।’’ ଆଜି ଦେଶର ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ଏହି ଆପ୍ତବାକ୍ୟ ସହ ଏକାଧିକ ବିଜ୍ଞାପନ ପ୍ରକାଶିତ କରିଛନ୍ତି । ଏହାର କାରଣ ହେଉଛି ‘ଆଜି ଜାତୀୟ ଗଣମାଧ୍ୟମ ଦିବସ’ । ଆଜିକୁ ଠିକ 58 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ପ୍ରେସ ପରିଷଦ ବା ‘ପ୍ରେସ କାଉନସିଲ ଅଫ ଇଣ୍ଡିଆ’ ପ୍ରତିଷ୍ଠା ହୋଇଥିଲା । ପ୍ରତିବର୍ଷ 16 ନଭେମ୍ବରକୁ ଭାରତୀୟ ଗଣମାଧ୍ୟମ ଜଗତ ନିଜର ଜାତୀୟ ଦିବସ ଭାବେ ପାଳନ କରିଆସୁଛି । ହେଲେ ଏହି ଆପ୍ତବାକ୍ୟ ଅନେକ ମିଡିଆ ହାଉସ୍ ପାଇଁ କେବଳ ଏକ ବିଜ୍ଞାପନ ମାତ୍ର ହୋଇପାରେ । କିନ୍ତୁ ‘ଇନାଡୁ ଗ୍ରୁପ୍’ ପାଇଁ ଏହା ଏକ ଲାଇଫ-ଲାଇନ୍‌ କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଏହା ଥିଲା ସଂସ୍ଥାର ପ୍ରତିଷ୍ଠାତା ତଥା ଭାରତୀୟ ଗଣମାଧ୍ୟମକୁ ନୂଆ ଦିଶା ଓ ଧାରା ଦେଇଥିବା ରାମୋଜୀ ରାଓଙ୍କ ଆତ୍ମସଙ୍କଳ୍ପ ।

1936ରେ ତତ୍କାଳୀନ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ରାମୋଜୀ ରାଓ:

ପ୍ରେସ କାଉନସିଲ ଅଫ ଇଣ୍ଡିଆ ଅସ୍ଥିତ୍ବକୁ ଆସିବାର ଦୀର୍ଘ ତିରିଶ ବର୍ଷ ପୂର୍ବରୁ, ‘ଇନାଡୁ’ର ପ୍ରତିଷ୍ଠାତା ଚେରୁକୁରି ରାମୋଜୀ ରାଓ 1936 ମସିହା ଆଜିର ଦିନରେ (16 ନଭେମ୍ବର 1936) ରେ ମାଡ୍ରାସ ପ୍ରେସିଡେନ୍ସି କ୍ରୀଷ୍ଣା ଜିଲ୍ଲାର ପେଡାପୁରୁପୁଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

  • ରାମୋଜୀ ଛାଡି ଯାଇଥିବା ପଦାଙ୍କ ବାସ୍ତବରେ ଅନୁକରଣୀୟ:

ପରବର୍ତ୍ତୀ ସମୟରେ ଭାରତୀୟ ମିଡିଆ ଦୁନିଆରେ ରାମୋଜୀ ଯେଉଁ ଅଗ୍ରଗତି କରିଛନ୍ତି ଓ ପଦାଙ୍କ ଛାଡିଛନ୍ତି ତାହା କେବଳ ଏକ ମାଇଲଖୁଣ୍ଟ ନୁହେଁ ବରଂ ବାସ୍ତବରେ ଅନୁସରଣୀୟ ମଧ୍ୟ । ସେ ନିଜର କାର୍ଯ୍ୟକ୍ଷେତ୍ରକୁ କେବଳ ଗଣମାଧ୍ୟମରେ ସୀମିତ କରିନଥିଲେ । ଆର୍ଥିକ ବ୍ୟାପାର, ଚଳଚ୍ଚିତ୍ର ନିର୍ମାଣ, ଷ୍ଟୁଡିଓ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ହୋଟେଲ, ହସ୍ତଶିଳ୍ପ, ବୟନଶିଳ୍ପ, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉଦ୍ୟମ କରି ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଯାହା ତାଙ୍କ ଦୂରଦୃଷ୍ଟି ଓ ଅଧ୍ୟବସାୟର ବଳିଷ୍ଠ ପରିଚୟ ଦିଏ ।

  • ଦେଶର ରାଜସ୍ବକୁ ହଜାର ହଜାର କୋଟି ଦେଇଛି ରାମୋଜୀ ଗ୍ରୁପ:-

ରାମୋଜୀ ରାଓଙ୍କ ଏହି ବ୍ୟବସାୟିକ ସାମ୍ରାଜ୍ୟରୁ ଟିକସ ଏବଂ ଶୁଳ୍କ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଗ୍ରହଣ କରିଛନ୍ତି । ଯାହା ଦେଶର ପ୍ରଗତିରେ ବ୍ୟବହୃତ ହୋଇଛି । ପ୍ରତିଷ୍ଠା ହେବା ପରଠାରୁ ବିଶ୍ୱର ସର୍ବବୃହତ ଫିଲ୍ମ ସିଟି ‘ରାମୋଜି ଫିଲ୍ମ ସିଟି’ ଏବେ ସୁଦ୍ଧା ପ୍ରାୟ 2.5 କୋଟି ପର୍ଯ୍ୟଟକଙ୍କ ଦ୍ବାରା ପରିଦର୍ଶନ କରାଯାଇ ସାରିଲାଣି । ଚଳିତ ବର୍ଷ ଆରମ୍ଭରେ ରାମୋଜୀଙ୍କର ଦେହାନ୍ତ ପରେ ଆମେ ତାଙ୍କର ପ୍ରଥମ ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛୁ । ଏବେ ଏହା ସ୍ପଷ୍ଟ ଅନୁଭବ ଯୋଗ୍ୟ ଯେ, ଦେଶ ରାମୋଜୀଙ୍କ ପରି ଜଣେ ସୃଜନକର୍ତ୍ତା ଓ ନିଯୁକ୍ତିଜନକଙ୍କ ଆବଶ୍ୟକତା କରୁଛି ।

ଜଣେ ଦୁଃସାହସିକ ଉଦ୍ୟମୀ :-

ରାମୋଜୀ ଜଣେ କେବଳ ସଫଳ ଉଦ୍ୟୋଗୀ କିମ୍ବା ବ୍ୟବସାୟୀ ନଥିଲେ । ଥିଲେ ଜଣେ ଦୁଃସାହସିକ ବ୍ୟକ୍ତି, ଯିଏ କୌଣସି ଅଜ୍ଞାତ ବ୍ୟବସାୟିକ ଅଞ୍ଚଳରେ ପ୍ରବେଶ କରିବାକୁ ସାହସ ରଖୁଥିଲେ । ତାଙ୍କ ଜୀବନ ସହ ଏହି ଉକ୍ତିର ଅର୍ଥକୁ ଯୁକ୍ତିଯୁକ୍ତତାର ସହ ଯୋଡ଼ା ଯାଇପାରେ,‘‘ଯେଉଁମାନଙ୍କର ବିଶାଳ ସ୍ୱପ୍ନ ଦେଖିବା ପାଇଁ ଅସାଧାରଣ ସାହସ ଅଛି, କେବଳ ସେମାନେ ହିଁ ସଫଳତାକୁ ଛୁଇଁ ପାରିବେ ।’’ ଷ୍ଟିଭ ଜବସଙ୍କ ଶବ୍ଦରେ,‘‘ଯେଉଁମାନେ ବିଶ୍ବକୁ ପରିବର୍ତ୍ତନ କରିପାରିବାର ଦୁଃସାହସରେ ପାଗଳ ଥାଆନ୍ତି, ସେମାନେ ହିଁ ତାହା କରିପାରନ୍ତି ।’’ ଏହି ବାକ୍ୟ ହୁଏତ, ରାମୋଜୀଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଠିକ ପ୍ରମାଣିତ ହୋଇପାରେ ।

  • ଲୌହ ପରି ଇଚ୍ଛାଶକ୍ତି

ରାମୋଜୀ ରାଓ 1974ରେ ବିଶାଖାପାଟଣାରେ ‘ଇନାଡୁ’ ଖବର କାଗଜ ଆରମ୍ଭ କରିଥିଲେ । ଚାରି ବର୍ଷ ମଧ୍ୟରେ ଏହି ଦୈନିକ ଖବର କାଗଜ ଲୋକାଦୃତିର ଶୀର୍ଷରେ ପହଞ୍ଚିଥିଲା । ଫଳରେ ସଂସ୍କରଣ କେନ୍ଦ୍ରକୁ 26ଟି ଜିଲ୍ଲାକୁ ବିସ୍ତାର କରାଯାଇଥିଲା । 1983 ମସିହାରେ ସେ ଏକ ଅସ୍ଥିର ରାଜନୈତିକ ସ୍ଥିତି ମଧ୍ୟରେ ‘ତେଲୁଗୁ ଦେଶମ ପାର୍ଟି’ (ଟିଡିପି) କୁ ସମର୍ଥନ କରିଥିଲେ । ପରବର୍ତ୍ତୀ ବର୍ଷରେ ସେ କେନ୍ଦ୍ର ସରକାର ଦ୍ବାରା ‘ଏନଟିଆର ସରକାର’କୁ ବରଖାସ୍ତ କରାଯିବା ପରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଆନ୍ଦୋଳନକୁ ବଳ ଦେଇଥିଲେ ।

  • ଭାରତୀୟ ଫିଲ୍ମ ଜଗତରେ ଆଣିଥିଲେ ବିକଳ୍ପ:-

ଭେଟେରାନ୍ ମିଡିଆ ମହାନାୟକ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟି ନିର୍ମାଣ କରି ସିନେମା ନିର୍ମାଣରେ ବିପ୍ଳବ ଆଣିଥିଲେ ରାମୋଜୀ ରାଓ । ପରେ ଇଟିଭି (ETV) ଚ୍ୟାନେଲ ଆରମ୍ଭ ହୋଇଥିଲା । ଯାହା ବେଶ ଲୋକପ୍ରିୟତା ହାସଲ କରିବାରେ ସଫଳତା ପାଇଥିଲା । ଏହା ପରେ ଆସିଥିଲା ଡିଜିଟାଲ ଯୁଗ । ରାମୋଜୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଡିଜିଟାଲ ନ୍ୟୁଜ ନେଟଓ୍ବାର୍କ ‘ଇଟିଭି ଭାରତ’ (ETV BHARAT) ପ୍ରତିଷ୍ଠା ହୋଇଥିଲା । ସମଗ୍ର ଭାରତରେ ଏକାଧିକ ଭାଷାରେ ଖବର ପ୍ରସାରଣ କରିବାର ଏକ ପ୍ରମୁଖ ମାଧ୍ୟମ ଏବେ ‘ଇଟିଭି ଭାରତ’ ।

  • ସରକାରୀ ଷଡ଼ଯନ୍ତ୍ର ବିରୋଧରେ ଦୃଢ ଭାବେ ଲଢିଥିଲେ:-

ଏପରିକି ରାମୋଜୀ ରାଓଙ୍କ ଜୀବନରେ ଆସିଥିବା ଏକାଧିକ ରୋମାଞ୍ଚକ ମୋଡ ତାଙ୍କୁ ବିପଦରେ ପକାଇବା ପ୍ରୟାସ କରିଥିଲା । 2006 ଏବଂ 2022 ମସିହାରେ ‘ଇନାଡୁ ଗ୍ରୁପ’କୁ ଧ୍ୱଂସ କରିବାକୁ ତତକାଳୀନ ସରକାରଙ୍କ ଷଡଯନ୍ତ୍ର ବିରୋଧରେ ସେ ଦୃଢତାର ସହ ଲଢିଥିଲେ । ସେ ସର୍ବଦା କହିଥିଲେ, “ଯଦି ନିଷ୍ଠା ଅଛି, ତେବେ ଆକାଶ ବି ସୀମିତ” । ଦେହାନ୍ତ ପର୍ଯ୍ୟନ୍ତ ତାଙ୍କର ନମ୍ରତା ସର୍ବଦା ସେହିପରି ରହିଥିଲା । ସେ ବ୍ୟବସାୟ ଓ ଅନ୍ୟ କ୍ଷେତ୍ରରେ ହାସଲ କରିଥିବା ଉଚ୍ଚତା ଓ ସଫଳତା କେବେ ତାଙ୍କ ବ୍ୟକ୍ତିତ୍ବକୁ ପ୍ରଭାବିତ କରିପାରିନଥିଲା । ସେ ସମସ୍ତ ପ୍ରଭାବରୁ ଯେମିତି ଆଜୀବନ ମୁକ୍ତ ଥିଲେ ।

ଭିନ୍ନ ଥିଲା ବ୍ୟକ୍ତିତ୍ବ ଓ ଚିନ୍ତାଧାରା

ରାମୋଜୀ ରାଓଙ୍କ ବ୍ୟକ୍ତିତ୍ବରେ ଏକ ଭିନ୍ନ ସ୍ବଭାବ ଥିଲା । ସେ ସମସ୍ତ ଘଟଣାକୁ ଭିନ୍ନତାର ସହ ଦେଖୁଥିଲେ ଓ ଚିନ୍ତା କରୁଥିଲେ । ସେ ଯେକୌଣସି ବ୍ୟବସାୟିକ କ୍ଷେତ୍ରରେ ପ୍ରବେଶ କଲେ, ସେ ଏକ ନୂତନ ଧାରା ସୃଷ୍ଟି କରୁଥିଲେ । ସେ ଯେମିତି ସର୍ବଦା ପରିଣାମର ସଠିକ ପୂର୍ବାନୁମାନ କରିପାରୁଥିଲେ କହିବା ଭୁଲ ହେବନାହିଁ । 88 ବର୍ଷ ବୟସରେ ମଧ୍ୟ ତାଙ୍କର ଚିନ୍ତାଧାରା ସମସାମୟିକ ଥିଲା । ଶେଷ ମୁହୂର୍ତ୍ତରେ ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ମଧ୍ୟ ତାଙ୍କ ନବସୃଜନ ଚିନ୍ତାଧାରାକୁ ବାଧା ଦେଇପାରିଲା ନାହିଁ ।

  • ଜନ କଲ୍ୟାଣ ସର୍ବୋପରି:-

ଜନସେବା ତାଙ୍କ ପାଇଁ ସର୍ବୋପରି ଥିଲା । ଯେକୌଣସି ବ୍ୟବସାୟରେ ସେ ପାଦ ରଖୁଥିଲେ ସୁଦ୍ଧା ଜନକଲ୍ୟାଣ ତାଙ୍କର ଆଦ୍ୟ ଇଚ୍ଛା ଓ ଲକ୍ଷ୍ୟ ଥିଲା । ସେ ସର୍ବଦା ଅନ୍ୟମାନଙ୍କ ପ୍ରତି ସହାନୁଭୂତିଶୀଳ ଥିଲେ । ଯାହା ବି କରିଥିଲେ ସେଥିରେ ଜନସାଧାରଣଙ୍କୁ ପ୍ରାଧାନ୍ୟ ଦେଇଥିଲେ । ଯଦି ବ୍ୟକ୍ତିଗତ ଲାଭ ଏବଂ ଜନ କଲ୍ୟାଣ ମଧ୍ୟରେ ବିବାଦ ଥାଏ, ତେବେ କୌଣସି ନିଷ୍ପତ୍ତିଗତ କ୍ଷେତ୍ରରେ ସେ ଜନ କଲ୍ୟାଣ ସପକ୍ଷରେ ଦୃଢ ଭାବରେ ଶେଷ ପର୍ଯ୍ୟନ୍ତ ଠିଆ ହୋଇଥିଲେ । ଯେତେବେଳେ ରାଜନୈତିକ ଘଟଣାକ୍ରମରେ ଗଣତନ୍ତ୍ର ବିପଦରେ ଥିଲା ପରି ସ୍ଥିତି ସୃଷ୍ଟି ହୋଇଥିଲା । ସେତେବେଳେ ସେ ଜନସାଧାରଣଙ୍କ ଅଧିକାର ପାଇଁ ଗଣମାଧ୍ୟମକୁ ଅସ୍ତ୍ର କରିଥଲେ ।

  • ମାତୃଭାଷା ତେଲଗୁ ପାଇଁ ଥିଲା ଅସୀମ ପ୍ରେମ:-

ରାମୋଜୀ ରାଓ ଜଣେ ଭାଷାପ୍ରେମୀ ଥିଲେ । ତାଙ୍କ ଗଣମାଧ୍ୟମ ବ୍ୟବସାୟିକ ସାମ୍ରାଜ୍ୟର କେନ୍ଦ୍ରରେ ଥିଲା ମାତୃଭାଷା ତେଲୁଗୁ । ‘ଇନାଡୁ’ ତେଲୁଗୁ ଭାଷାଭାଷୀ ପାଠକଙ୍କ ମଧ୍ୟରେ ବେଶ ଆଦୃତି ସାଉଁଟିଥିଲା । ବିପର୍ଯ୍ୟୟ ସମୟରେ ସେ ଆର୍ଥିକ ସହାୟତା ପ୍ରଦାନ କରି ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଥିଲେ । ‘ଇନାଡୁ’ ପ୍ରତିଷ୍ଠା ସହ ସେ 'ଇନାଡୁ ରିଲିଫ ପାଣ୍ଠି' ପ୍ରତିଷ୍ଠା କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତଙ୍କ ଉତ୍ଥାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ପାଣ୍ଠି । ଚାଳିଶ ବର୍ଷରୁ ଅଧିକ ସମୟ ଧରି ଏହି ପାଣ୍ଠି ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ଲୋକଙ୍କ ସେବାରେ ନିୟୋଜିତ ରହିଛି । କେବଳ ରାମୋଜୀ ଫାଉଣ୍ଡେସନ ଜନ କଲ୍ୟାଣ ପାଇଁ ପ୍ରାୟ 100 କୋଟି ଟଙ୍କା ଖର୍ଚ୍ଚ କରିଛି । ରମୋଜୀଙ୍କ ଦେହାନ୍ତ ପରେ ‘ରାମୋଜୀ ଗ୍ରୁପ’ର ବିଭିନ୍ନ କମ୍ପାନୀ ଓ ସଂସ୍ଥାଗୁଡିକ ସେହି ପଦାଙ୍କ ଅନୁସରଣ କରୁଛନ୍ତି ।

ସଂପାଦକୀୟ....

Last Updated : Nov 16, 2024, 4:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.