ହାଇଦ୍ରାବାଦ: ମିଡିଆ ଟାଇକୁନ ରାମୋଜୀ ରାଓଙ୍କ 88ତମ ଜୟନ୍ତୀରେ ରାମୋଜୀ ଗ୍ରୁପ ଲଞ୍ଚ କଲା ସାବାଲା ମିଲେଟ୍ସ- ‘ଭାରତ କା ସୁପର ଫୁଡ୍’ । ଆଜି(ଶନିବାର) ରାମୋଜୀ ଫିଲ୍ମ ସିଟିରେ ଏହାର ଲଞ୍ଚ କରାଯାଇଛି । ଏହି ଅବସରରେ ସାବାଲା ମିଲେଟ୍ସର ନିର୍ଦ୍ଦେଶିକା ସହରି ଚେରୁକୁରି କହିଛନ୍ତି, ‘ସାବାଲା ମିଲେଟ୍ସର ସମ୍ପୂର୍ଣ୍ଣ ଆହାର ଓ ସୁସ୍ଥ ଜୀବନର ପ୍ରତିନିଧିତ୍ବ କରୁଛି ।’
ସାବାଲା ମିଲେଟ୍ସର ନିର୍ଦ୍ଦେଶିକା ସହରୀ ଚେରୁକୁରି କହିଛନ୍ତି, ‘ଏହି ନୂଆ ଉଦ୍ଭାବନ ଦ୍ବାରା ଭାରତର ପାରମ୍ପାରିକ ଖାଦ୍ୟ ଓ ଆଧୁନିକ ଖାଦ୍ୟ ମଧ୍ୟରେ ଥିବା ଦୂରତାକୁ ଦୂର କରୁଛି । ଏହା ସବୁଠୁ ଭଲ ଖାଦ୍ୟ ହେବା ସହ ସନ୍ତୁଳନ ପୋଷଣ ମଧ୍ୟ ଦିଏ । ଯାହାକି ଆମର ଦୃଢ ସଂକଳ୍ପକୁ ମଧ୍ୟ ପ୍ରଦର୍ଶିତ କରୁଛି । ଆମ ସଂସ୍ଥାପକ ଶ୍ରୀ ରାମୋଜୀ ରାଓଙ୍କ ଜନ୍ମତିଥିରେ ଏହି ମିଲେଟ୍ସ ଲଞ୍ଚ କରୁଥିବାରୁ ଆମେ ବହୁତ ଖୁସି । ସୁସ୍ଥ ଭାରତ ନିର୍ମାଣ କରିବାରେ ତାଙ୍କର(ରାମୋଜୀ) ରାଓଙ୍କ ଯେଉଁ ସ୍ବପ୍ନ ଥିଲା, ଏହା ଆମର ଶ୍ରଦ୍ଧାଞ୍ଜଳି । ସାବାଲା ଏମିତି ଏକ ବ୍ରାଣ୍ଡ ହେବ, ଯାହାକି ଖାଦ୍ୟଶୈଳୀରେ ସକରାତ୍ମକ ଓ ବ୍ୟବସ୍ଥିତ ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବ । ଏଥିସହ ସନ୍ତୁଳିତ ପୋଷଣକୁ ପ୍ରୋତ୍ସାହିତ କରିବା ସହ ଏକ ସୁସ୍ଥ ଭବିଷ୍ୟତ ନିର୍ମାଣ କରିବାରେ ସମର୍ପିତ ହେବ ।’
ସାବାଲା ମିଲେଟ୍ସ ଗ୍ରାହକଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦିଗରେ ଏକ ପରିବର୍ତ୍ତନର ରାସ୍ତା ଅଟେ । ଏହା ପୋଷଣରେ କୌଣସି ବୁଝାମଣା ନକରି ଆଧୁନିକ ଓ ସ୍ବାସ୍ଥ୍ୟ ପାଇଁ ହିତକର ଜୀବନଶୈଳୀ ପାଇଁ ମାଣ୍ଡିଆ(ମିଲେଟ)ରୁ ପ୍ରସ୍ତୁତ ଉତ୍ପାଦ ପ୍ରଦାନ କରୁଛି । ସାବାଲା ମିଲେଟ୍ସ ଗ୍ରାହକଙ୍କ ପାଇଁ ସ୍ବାଦିଷ୍ଟ ଓ ପୋଷଣରେ ଭରପୂର ଉତ୍ପାଦ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ଅଟେ । ପ୍ରଥମ ପର୍ଯ୍ୟାୟରେ 45ଟି ପ୍ରଡକ୍ଟ ବିଭିନ୍ନ ରାଜ୍ୟର ଖେଚୁଡିଠୁ ଆରମ୍ଭ କରି ମିଲେଟରୁ ପ୍ରସ୍ତୁତ କୁକିଜ୍, ହେଲ୍ଥ ବାର, ମୁନ୍ଚିସ, ନୁଡୁଲ୍ସ ଆଦି ଲଞ୍ଚ କରାଯାଇଛି । ଯାହାକି ଭାରତର ଖାଦ୍ୟ ଶ୍ରେଣୀକୁ ମଜବୁତ କରିବ ।
ରାମୋଜୀ ରାଓଙ୍କ ଦୂରଦର୍ଶିତା, ମୂଲ୍ୟବୋଧ, ବିଶ୍ବାସ, ଗୁଣବତ୍ତା ଓ ଉତ୍କୃଷ୍ଟତାକୁ ନେଇ ସାବାଲା ମିଲେଟ୍ସ ଉଚ୍ଚ ଗୁଣବତ୍ତା ଓ ପ୍ରାକୃତିକ ରୂପେ ପୋଷଣଯୁକ୍ତ ଖାଦ୍ୟର ବଢୁଥିବା ଚାହିଦାକୁ ପୂରଣ କରୁଛି । ପୋଷଣ ଯୁକ୍ତ ମିଲେଟ୍ସରେ ପ୍ରୋଟିନ, ଫାଇବର ଓ ଆବଶ୍ୟକ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଛି । ସେଥିପାଇଁ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଆହାର ପ୍ରଦାନ କରିବାରେ ଉତ୍ତମ ଅଟେ ।
ଏହି ଲଞ୍ଚିଂ କାର୍ଯ୍ୟକ୍ରମରେ ଆସିଥିବା ଅତିଥୀଙ୍କୁ ସାବାଲା ମିଲେଟ୍ସରୁ ପ୍ରସ୍ତୁତ ଖାଦ୍ୟକୁ ପ୍ରଦାନ କରାଯାଇଥିଲା । ଏହା ପରେ ଏହାର ନିର୍ଦ୍ଦେଶିକା ସହରୀ ଚେରୁକୁରି ଏହାକୁ ନେଇ ଏକ ସୁନ୍ଦର ଉପସ୍ଥାପନା କରିଥିଲେ । ଏହା ପରେ ବ୍ରାଣ୍ଡର ଲୋଗୋ, ବ୍ରାଣ୍ଡର ଫିଲ୍ମ ଓ ଏହାର ୱେବସାଇଟ https://www.sabalamillets.com/କୁ ଅନାବରଣ କରାଯାଇଥିଲା ।
ଆଉଟରିଚ ଅଭିଯାନ ଅନ୍ତର୍ଗତ ସାବାଲା ମିଲେଟ୍ସ ଏକ ନୂଆ ଡିଜିଟାଲ ଅଭିଯାନ ଆରମ୍ଭ କରିଛି । ଯାହାର ଉଦ୍ଦେଶ୍ୟ ଗ୍ରାହକଙ୍କୁ ମିଲେଟ୍ସ ଫାଇଦା(ଉପକାରିତା) ବିଷୟରେ ଜଣାଇବା ସହ ଲୋକଙ୍କୁ ସଚେତନ କରୁଛି । ଏଥିସହ ଦୈନିକ ଖାଦ୍ୟରେ ଏହାକୁ ସାମିଲ କରିବାକୁ ଉପାୟ ବିଷୟରେ ସୂଚାଉଛି ।
ସାବାଲା ମିଲେଟ୍ସ ସମ୍ପର୍କରେ...
ସାବାଲା ମିଲେଟ୍ସ ‘ଭାରତ କା ସୁପର ଫୁଡ’ ଭାରତର ଏକ ବ୍ରାଣ୍ଡ ଯାହାକି ରାମୋଜୀ ଗ୍ରୁପର ଅଂଶ ଅଟେ । ଏହା ହେଉଛି ଏପରି ଏକ ମିଲେଟ କାଟାଗୋରୀ ଯେଉଁଥିରେ 45ଟି ପ୍ରଡକ୍ଟ ରହିଛି । ଯାହାକି ସୁସ୍ଥ ଓ ଖାଦ୍ୟ ଶୈଳୀରେ କ୍ରାନ୍ତି ଆଣିବ । ରାମୋଜୀ ରାଓଙ୍କ ଦୂରଦୂଷ୍ଟିରୁ ଜନ୍ମ ହୋଇଛି । ଏହା ଏକ ସରଳ ଶକ୍ତିଶାଳୀ ମିଶନ । ୟାହାକି ଲୋକଙ୍କୁ ସୁସ୍ଥ, ସ୍ବାଦିଷ୍ଟ ଖାଦ୍ୟ ପ୍ରଦାନ କରିବା । ଆମର ଲକ୍ଷ୍ୟ ଭାରତର ଶସ୍ୟକୁ ଆଧୁନିକ ରୋଷେଇରେ ସାମିଲ କରିବା । ଯାହାକି ଉଭୟ ଶରୀର ଓ ମସ୍ତିଷ୍କକୁ ପୋଷଣ ଦେବା ପାଇଁ ପୃଷ୍ଟିକର ଖାଦ୍ୟକୁ ପ୍ରୋତ୍ସାହନ କରିବା । ସାବାଲା ମିଲେଟ୍ସ, ବାଜାରା ଶ୍ରେଣୀରେ କ୍ରାନ୍ତି ଆଣିବାକୁ ଏପରି ଏକ ଖାଦ୍ୟ ଯେଉଁଥିରେ ସ୍ବାସ୍ଥ୍ୟ ଓ ସ୍ବାଦ ଏକାଠି ଅଛି ।