ଓଡିଶା

odisha

ଜୁଲାଇ ୨୫ ଗୁରୁବାର ରାଶିଫଳ: ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ ଏହି ରାଶି ବ୍ୟକ୍ତି, ହୋଇପାରେ ସମସ୍ୟା - DAILY ODIA HOROSCOPE OF 25 JULY

By ETV Bharat Odisha Team

Published : Jul 25, 2024, 12:01 AM IST

Today Rashifal Horoscope 25 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (Getty)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆପଣଙ୍କ ପାଇଁ ଆଜିର ଦିନଟି ମିଶ୍ରିତ ଫଳ ଦେବ । ଆପଣଙ୍କ ବ୍ୟବସାୟରେ ଆପଣ ଲାଭ ପାଇପାରନ୍ତି ଏବଂ ତା ସହିତ ଆପଣ ସମାଜରେ ପରିଚୟ ପାଇବାର ଆନନ୍ଦ ମଧ୍ୟ ଦେଇପାରନ୍ତି । ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିବାହ ଯୋଗ ରହିଛି । ଅବଶ୍ୟ ଅପରାହ୍ନ ସମୟରେ, ଆପଣ କାର୍ଯ୍ୟରେ ଧ୍ୟାନ ଏବଂ ଏକାଗ୍ରତା ହରାଇ ବସିପାରନ୍ତି । ଆପଣଙ୍କର ଅଯଥା ଖର୍ଚ୍ଚ ବଢିପାରେ । ଏହା ଆପଣଙ୍କ ପାଇଁ ଭଲ ହେବ ଯେ ଆପଣ ଆପଣଙ୍କ ସଞ୍ଚିତ ଧନକୁ ନିବେଶ କରିବା ପାଇଁ ଯୋଜନା ମୁତାବକ କରିବେ । ଆପଣ ସାହାଯ୍ୟ ପାଇବାର ସମ୍ଭାବନାରୁ ବଞ୍ଚିତ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆପଣଙ୍କୁ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆପଣଙ୍କ ସମ୍ପ୍ରଦାୟକୁ ଶାସନ କରିବାର ଆପଣଙ୍କ ଇଚ୍ଛା ଆପଣଙ୍କ ପାଖ ପଡୋଶୀ ବଢାଇ ପାରନ୍ତି । ଏପରି ଧାରଣାରେ ବହି ଯାଆନ୍ତୁ ନାହିଁ ଓ ଦାଦାଗିରି କରନ୍ତୁ ନାହିଁ । ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଏହା ନିଶ୍ଚିତ ହୁଅନ୍ତୁ ଯେ ଆପଣ ଅନେକ ଶତ୍ରୁ ସୃଷ୍ଟି କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆପଣଙ୍କ ନିତିଦିନିଆ କଠିନ ପରିଶ୍ରମରୁ ବାହାରିବା ପାଇଁ ଆପଣ ଛୋଟ ଯାତ୍ରାରେ ଯିବାକୁ ଇଚ୍ଛା କରିବେ । ଆପଣ ଏହି ମଜାଦାର ଓ ଆରାମ ଯାତ୍ରାର ଯୋଜନା ଓ କାର୍ଯ୍ୟକାରୀ ସଫଳତାର ସହିତ କରିବେ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିବେଶ ଅନୁକୂଳ ରହିବ, ଆପଣ ହୁଏତ ପୁରସ୍କାର ପାଇପାରନ୍ତି କିମ୍ୱା ଅଫିସ୍‌ ପଦବୀରେ ଉନ୍ନତି ହୋଇପାରେ । ସଂଧ୍ୟା ସମୟରେ ଆପଣ କିଛି ବାକି ଥିବା କାର୍ଯ୍ୟପ୍ରକଳ୍ପ ହାତକୁ ନେବେ । ଏଥିସହ ପୂର୍ବରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଫଳପ୍ରଦ ହେବ ଏବଂ ଆପଣ ସେଥିରୁ ଲାଭବାନ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆପଣ ଲୋକମାନଙ୍କ ମନକୁ ନିଜ କଥା କହିବା ଶକ୍ତି ଦ୍ଵାରା ଜିତିବେ । ଏହା ଦ୍ଵାରା ଆପଣଙ୍କ କାମ ମଧ୍ୟ ଶୀଘ୍ର ହେବ । ଅପରାହ୍ନରେ ଆପଣ ଅଫିସରେ ଆର୍ଥିକ ଲାଭର ଖବର ପାଇବେ । ସଚେତନ ରୁହନ୍ତୁ କାରଣ ଛୋଟ ପୀଡା ଆପଣଙ୍କୁ ହଇରାଣ କରିପାରେ । ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ବ୍ୟବସାୟୀ ଓ ବେପାରୀମାନେ ସେମାନଙ୍କ ପ୍ରତିଯୋଗୀ ପାଇଁ ଚିନ୍ତିତ ରହିବା ଆବଶ୍ୟକ । ସେମାନେ ଆପଣଙ୍କ ପ୍ରଗତିରେ ଇର୍ଷାନ୍ଵିତ ହେବେ ଓ ଆପଣଙ୍କୁ ତଳକୁ ଟାଣିବା ପାଇଁ କୁଟିଳ ଯୋଜନା କରିବେ । ଆତ୍ମବିଶ୍ୱାସ ଏବଂ ସ୍ୱଚ୍ଛ ମନ ନେଇ ଆପଣ ଆଜି ଯେକୌଣସି ଯୋଜନା କରିବେ, ତାହା ସଫଳ ରୂପାୟନ ହେବ । ଏହାଦ୍ୱାରା ସାମାଜିକ ଜୀବନରେ ଆପଣଙ୍କର ମର୍ଯ୍ୟାଦା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କୁ ଆତ୍ମସନ୍ତୋଷ ମିଳିବ । ଆପଣଙ୍କର ପିତା ଆପଣଙ୍କୁ ପ୍ରତି ପଦକ୍ଷପରେ ସାହାଯ୍ୟ କରିବେ । ଆପଣ ନିଜେ ଶାରିରୀକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆଜି ଆପଣ ଗ୍ରହଣ କରିବା ମନରେ ରହିବେ ଓ ସମସ୍ତ ଧାରଣାକୁ ଧ୍ୟାନ ଦେବେ; ତଥାପି ନିଷ୍ପତ୍ତି ନେବା ସମୟରେ ଜିଦି ଗୁଣ ପ୍ରଭାବିତ କରିବ । ଆଜି କାର୍ଯ୍ୟସ୍ଥଳରେ କାମଗୁଡିକ ଠିକ ଭାବେ ସଜାଡନ୍ତୁ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତି ତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେ ପ୍ରଭାବ ପକାଇପାରେ । ଧର୍ମକାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନ କଲେ ଆପଣ ଆପଣଙ୍କର ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା:ଆପଣଙ୍କୁ ନିଜ ଜ୍ଞାନ ଓ ଦକ୍ଷତାକୁ ବଢାଇବା ଦରକାର । ଆପଣଙ୍କ ଶେଷ ଲକ୍ଷ୍ୟ ପାଇବା ପାଇଁ ଆପଣ ନିଜ ବ୍ୟକ୍ତିତ୍ଵ ବଢାଇବା ପାଇଁ ଚେଷ୍ଟା କରିବେ । ଖରା ବେଳ ସୁଦ୍ଧା ଆପଣ କିଛି ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି କିନ୍ତୁ ଜୀବନରେ ଏପରି ଛୋଟ ଛୋଟ ସମସ୍ୟା ଆସେ ଓ ଆପଣ ସେଥିରେ ଅଧିକ ଧ୍ୟାନ ଦେବା ଉଚିତ ନୁହେଁ । ଦୂରଯାତ୍ରା ନେଇ ଯନ୍ତ୍ରଣା ଭୋଗିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ । ସୁସ୍ୱାଦୁ ଖାଦ୍ୟ ଖାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣଙ୍କ ଆଜି ଦିନ ଶକ୍ତିସମ୍ପନ୍ନ ଭାବେ ଯିବ । କାର୍ଯ୍ୟସ୍ଥଳରେ ଆପଣଙ୍କ ଉଜ୍ଜ୍ଵଳ ମନୋଭାବ ଆପଣଙ୍କ ଦଳର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ଚାର୍ଯ୍ୟନ୍ଵିତ କରିଦେବ । ଆପଣଙ୍କ ଶକ୍ତି ସ୍ତର ସବୁବେଳେ ଉଚ୍ଚ ରହିବ ଯାହା ଦ୍ଵାରା ଆପଣ ସଂଧ୍ୟାରେ ମଉଜ କରିପାରନ୍ତି । ସହଜରେ କାର୍ଯ୍ୟ ସାଧନ କରିବେ । ସାମାଜିକ ପ୍ରତିଷ୍ଠା ମିଳିବା ସହ କର୍ମକ୍ଷେତ୍ରରେ ପଦୋନ୍ନତି ହେବ । ପାରିବାରିକ ଅବସ୍ଥା ଶାନ୍ତ ହେବ । ଅଫିସ କାମରେ ଦୂରକୁ ଯାତ୍ରା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆପଣଙ୍କ ଜୀବନସାଥୀଙ୍କ ଦାଦାଗିରି ସ୍ଵଭାବ ଯୋଗୁଁ ଆପଣଙ୍କ ମନ ଖରାପ ରହିପାରେ । କାର୍ଯ୍ୟସ୍ଥଳରେ ଆପଣ ବେସହାୟ ଅନୁଭବ କରିପାରନ୍ତି ଓ ଚିନ୍ତାରେ ରହିପାରନ୍ତି । ଆପଣ ନିଜ ଜୀବନସାଥୀଙ୍କ ସହ ବସି ମିଳିମିଶି ଉଭୟଙ୍କ ମଧ୍ୟରେ ଥିବା ମନମାଳିନ୍ୟର ସମାଧାନ କରିପାରିବେ । ବ୍ୟବସାୟରେ ବାଧାବିଘ୍ନ ଉପୁଜିପାରେ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଅନୁରୂପ ବୁଘ୍ନ ଦେଖାଦେଇପାରେ । ବିପଦ ସଂକୁଳ ଚିନ୍ତା ତ୍ୟାଗ କରନ୍ତୁ । ବ୍ୟହାରରେ ସଂଯମତା ରକ୍ଷା କରନ୍ତୁ । ଯତ୍ନ ସହକାରେ ଯୋଜନାକୁ ପରିଚାଳିତ କରନ୍ତୁ । ପ୍ରତିଯୋଗୀଙ୍କ ସହ ଝଗଡା କରନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହଁ ।ଅଚାନକ ଦେହ ଖରାପ କାରଣରୁ ଖର୍ଚ୍ଚ ବଢିବ । ସାମାଜିକ ଓ ନିତ୍ୟଦିନ କାର୍ଯ୍ୟ କରିବେ । ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ଅସ୍ଥିର ହୁଅନ୍ତୁ ନାହିଁ । ସୁନ୍ଦର କଥା ମନକୁ ଆଣି ଦୁଶ୍ଚିନ୍ତାରୁ ଦୂରେଇ ରୁହନ୍ତୁ । କାର୍ଯ୍ୟାଳୟର ବାତାବରଣ ଆପଣଙ୍କ ସହାୟକ ହେବ । ନିଜ ବ୍ୟବସାୟୀ ସାଙ୍ଗ ମାନଙ୍କ ସହ ମତଭେଦ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜି, ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କର ଆଧ୍ୟାତ୍ମିକ ମନ ଦିନକୁ ସନ୍ତୁଷ୍ଟମୟ କରିବ ଏବଂ ଆପଣ ସମସ୍ତ ପ୍ରତିକୂଳତାକୁ ଦୂରରେ ରଖିବାରେ ସମର୍ଥ ହେବେ । ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ନିଷ୍ପତ୍ତି ନେବାର ଦକ୍ଷତାରେ ହାନୀ ପହଞ୍ଚାଇବ ଏବଂ ଆପଣଙ୍କ ଉତ୍ସାହ ମଧ୍ୟ କମ୍‌ କରିବ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇବ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜିର ଯଥା ସମ୍ଭବ ଲାଭ ନେବା ପାଇଁ ଆପଣଙ୍କ ସମସ୍ତ ଶକ୍ତି ଏକାଠି କରନ୍ତୁ ଏବଂ ଅନୁକୂଳ ଦିଗରେ ପ୍ରୟୋଗ କରନ୍ତୁ । ଅବଶ୍ୟ, ଧ୍ୟାନ କିମ୍ୱା ଯୋଗ କରିବା ଦ୍ୱାରା ଆପଣ ଏହା ସମ୍ଭବ କରିପାରିବେ । ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ କଳହ ଏବଂ ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି; ଆପଣଙ୍କର ଭାଷା ଏବଂ ଆକ୍ରମଣାତ୍କକ ବ୍ୟବହାର ନିୟନ୍ତ୍ରଣରେ ରଖନ୍ତୁ ।

ABOUT THE AUTHOR

...view details