ଓଡିଶା

odisha

ଜୁଲାଇ ୧୯ ଶୁକ୍ରବାର ରାଶିଫଳ: ଏହି ରାଶି ପାଇଁ ସୁଫଳ ଆଜିର ଦିନ, ନୂଆ କାରବାର ସହ ପାଇବେ ଆର୍ଥିକ ଲାଭ - DAILY ODIA HOROSCOPE OF 19 JULY

By ETV Bharat Odisha Team

Published : Jul 19, 2024, 12:01 AM IST

Today Rashifal Horoscope 19 July: ଆଜି ଆପଣଙ୍କର ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

ଜୁଲାଇ ୧୯ ଶୁକ୍ରବାର ରାଶିଫଳ: ଏହି ରାଶି ପାଇଁ ସୁଫଳ ଆଜିର ଦିନ, ନୂଆ କାରବାର ସହ ପାଇବେ ଆର୍ଥିକ ଲାଭ
ଜୁଲାଇ ୧୯ ଶୁକ୍ରବାର ରାଶିଫଳ: ଏହି ରାଶି ପାଇଁ ସୁଫଳ ଆଜିର ଦିନ, ନୂଆ କାରବାର ସହ ପାଇବେ ଆର୍ଥିକ ଲାଭ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜି, ଆପଣଙ୍କ ପାଇଁ ଏକ ମାନ୍ଦା ଦିନ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି । ଯେହେତୁ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ, ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ । ଚାପଯୁକ୍ତ କାମ ଗୁଡିକରୁ ଦୂରରେ ରୁହନ୍ତୁ, କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରକ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନପାରେ । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ । ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଆର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ । ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି । ଏଥିପାଇଁ ସଜାଗ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ, ତାହା ନୁହେଁ, ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ପୋଷାକପତ୍ର ବଦଳାଇବାର ଆଶା ପୂରଣ ହେବ । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ କାର୍ଯ୍ୟକ୍ଷମ ପୂର୍ଣ୍ଣ ଏକ ସନ୍ଧ୍ୟା ବିତାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସି କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ । ଆପଣଙ୍କ କନିଷ୍ଠ କର୍ମଚାରୀମାନେ ସହାୟତା କରିବେ । ଏହା ବ୍ୟତୀତ ବୃତ୍ତିଜୀବି ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ ଯେହେତୁ ଦିନ ତାଙ୍କୁ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ । ବୃତ୍ତିଜୀବୀମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜିନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଦିନଟି ଭଲ ନୁହେଁ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତଭେଦ ହେବ । ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତ୍ତି ତଥା ଜରୁରି କାଗଜ ପତ୍ରର ଯତ୍ନ ନିଅନ୍ତୁ । ଏହାସହ ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ପାଣିକୁ ଡରିବେ । ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବ । ଆଜି ନୂଆ କାମ ଆରମ୍ଭ କରନ୍ତୁ ନାହିଁ । ଏଥିପାଇଁ ଦିନର ବାକି ଭାଗରେ ଆପଣ ବିରକ୍ତ ହୋଇପାରନ୍ତି । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା:ଆପଣଙ୍କ ଭାଇ ଭଉଣୀମାନେ ସ୍ୱାଗତଭରା ଏବଂ ସାହାଯ୍ୟକାରୀ ହେବେ । ନୂତନ ପ୍ରକଳ୍ପ ଏବଂ ଅଣ୍ଡର୍‌ଟେକିଙ୍ଗ୍‌ ପାଇଁ ଆଜିଦିନ ଅତ୍ୟନ୍ତ ଶୁଭ ରହିବ । ଆପଣ ଦିନସାରା ଉଜ୍ଜ୍ୱଳ ଏବଂ ସକ୍ରିୟ ଅନୁଭବ କରିବେ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି । ଆପଣଙ୍କ ପ୍ରତିଯୋଗୀ ଏବଂ ବିରୋଧୀଙ୍କ ଠାରୁ ଆପଣ ବିଜୟଲାଭ କରିବେ । ସମ୍ମାନ ଏବଂ ଖ୍ୟାତି ଆସିବାର ଅଛି । ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ପ୍ରଶଂସିତ ହେବେ । ପ୍ରିୟ ବନ୍ଧୁଙ୍କ ସହ ବାହାରକୁ ଯାତ୍ରା କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଧନ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ହେବ । ଅଯଥା ଖର୍ଚ୍ଚକୁ ଟାଳନ୍ତୁ । ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ପରିବାରରେ ସୁ-ସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ପରିସ୍ଥିତି ଜଟିଳ ହେବ । ଦୁଃଚିନ୍ତା କରନ୍ତୁ ନାହିଁ । ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ । ଦିନର ଶେଷ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ । ଯେହେତୁ ସେମାନଙ୍କ ପଢ଼ାରେ ବାଧା ସୃଷ୍ଟି ହେବ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ନିଶ୍ଚିତ ରହନ୍ତୁ, ଠିକ୍‌ ଯୋଜନା କରିଥିବା ଭଳି ଏହି ଦିନଟି ବିତିବ । ଏହା ଆପଣଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଆପଣ ଦିନସାରା ତାଜା ଏବଂ ଅଧିକ ସକ୍ରିୟ ଅନୁଭବ କରିବେ । ଏକ ଛୋଟ ମନୋରଞ୍ଜନ ଯାତ୍ରା ମଧ୍ୟ ହୋଇପାରେ, ପ୍ରିୟଜନଙ୍କ ସହିତ ଅନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସି ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି । ଶାରୀରିକ ସୁସ୍ଥତା ବଜାୟ ରହିବ । ସାମାଜିକ କ୍ଷେତ୍ରରେ ନିଜର ପରିଚିତ ଓ ସମ୍ମାନ ବୃଦ୍ଧି ଯୋଗୁଁ ନିଜକୁ ଭାଗ୍ୟବାନ ମନେକରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆଜି, ଆପଣଙ୍କ ପାଇଁ ଉଲ୍ଲାସହୀନ ଏବଂ ହତାସର ଦିନ ହେବ । ସାମାଜିକ ଏବଂ ଧର୍ମ କାର୍ଯ୍ୟରେ ଆପଣ କେତେକ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନେ ସାହାଯ୍ୟକାରୀ ହୋଇ ନ ପାରନ୍ତି ଏବଂ ବନ୍ଧୁତ୍ୱ ଭାବ ଦେଖାଇ ନପାରନ୍ତି । ନକ୍ଷତ୍ର ପ୍ରଭାବରୁ ଜଣା ପଡୁଛି ଯେ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଖ୍ୟାତି ଉଭୟର କ୍ଷତି ହୋଇପାରେ । ଏହି ସବୁ କାରଣରୁ ଆପଣଙ୍କ ଭାବନା ଧର୍ମ ଏବଂ ଅଧ୍ୟାତ୍ମିକ ଆଡକୁ ଟାଣିହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି । ଆଶା କରାଯାଉଥିବା ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବ । କାମରେ ଆପଣ ଭଲ ପ୍ରଦର୍ଶନ କରିଥିବାରୁ ରେଡ୍ କାର୍ପେଟରେ ଚାଲିବା ପାଇଁ ପ୍ରସ୍ତୁତ ରୁହନ୍ତୁ ଯେହେତୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଏବଂ ସନ୍ତୁଷ୍ଟ ହେବେ । ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ଏହାସହ କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଲାଭ ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆଜି ଦିନଟି ସଫଳ ଯୁକ୍ତ ହେବ । ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ ମନ ପ୍ରଫୁଲ ରହିବ । ବ୍ୟବସାୟ ଭଲ ହେବ । କରଜ ମିଳିବ । ପିତା ତଥା ବୟସ୍କ ମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିଯିବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ତେବେ କିଛି ବାଧା ପରେ କାର୍ଯ୍ୟକ୍ଷେତ୍ରରେ ବାତାବରଣ କୋଳାହଳମୟ ହେବ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।

ABOUT THE AUTHOR

...view details