ଓଡିଶା

odisha

ଜୁଲାଇ ୧୪ ରବିବାର ରାଶିଫଳ: ଏହି ରାଶି ବ୍ୟକ୍ତିଙ୍କୁ ହେବ ଧନଲାଭ, ଏମାନେ ହେବେ ଅଯଥା ଖର୍ଚ୍ଚାନ୍ତ - DAILY ODIA HOROSCOPE OF 14 JULY

By ETV Bharat Odisha Team

Published : Jul 14, 2024, 12:01 AM IST

Today Rashifal Horoscope 14 July: ଆଜିର କେମିତି କଟିବ ଆପଣଙ୍କ ଦିନ ? ଏହି ରାଶିର ବ୍ୟକ୍ତି ପାଇବେ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ହେବେ ଖର୍ଚ୍ଚାନ୍ତ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ହେବ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତାର ସ୍ୱାଦ ଚାଖିବେ । ସବୁ ସ୍ଥଳରେ ଆପଣଙ୍କ ମନ ପ୍ରଫୁଲ୍ଳ ରହିବ । ପାରିବାରିକ ଜୀବନରେ ଶାନ୍ତି ରହିବା ସଙ୍ଗେସଙ୍ଗେ ହସ ଖୁସିରେ ଦିନଟି କଟିବ । ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରିପାରନ୍ତି । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦ୍ବୀ ପରାଜୟ ବରଣ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଜୀବନରେ ସହଜରେ ପରିପୂର୍ଣ୍ଣତା ଆସିବ ନାହିଁ । ପରିବାରର ସଦସ୍ୟଙ୍କ ଦୃଢ଼ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନ ତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ହୋଇପାରେ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ, ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ନିଜକୁ ହତୋତ୍ସାହିତ ମନେକରିବେ । ସେ ଯାହାହେଉ ଧ୍ୟାନ ଏବଂ ପ୍ରାର୍ଥନା କଲେ ମନ ଶାନ୍ତ ରହିବ । ଆପଣ ଆଜି ଦିନରେ ଅତ୍ୟଧିକ ସମ୍ଵେଦନଶୀଳ ହେବେ, ମାତ୍ର ଜଣଙ୍କ ଆଗରେ ଏବଂ ପ୍ରତ୍ୟେକଙ୍କ ସାମ୍ନାରେ ଭାବପ୍ରବଣ ହୁଅନ୍ତୁ ନାହିଁ । ମାନସିକ ଚାପ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ । ଏହାର କୁପ୍ରଭାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ, ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାବୁଝି କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆପଣ ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ସମସ୍ତଙ୍କର ହୃଦୟକୁ ଜୟ କରିପାରିବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହଯ୍ୟ ଓ ସହଯୋଗ ପାଇପାରିବେ । ଅନ୍ୟମାନଙ୍କ ଠାରୁ ମଧ୍ୟ ସେହିପରି ସାହଯ୍ୟ ଓ ସହାନୁଭୂତି ହାସଲ କରିବେ । ଆପଣ ପ୍ରତି କ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ନିଜର ଏହି ନମ୍ର ଗୁଣ ଯୋଗୁଁ ପାରିବାରିକ ଜୀବନ ମଧୁମୟ ହେବ । ନିଜର ପ୍ରତିଦ୍ୱନ୍ଦ୍ବୀ ମାନେ ପରାଜିତ ହେବେ । ଏହା ଲୋକମାନଙ୍କ ସହ ରଖିଥିବା ଉତ୍ତମ ସମ୍ପର୍କର ପରିଣାମ ଅଟେ । ନିଜେ କେବେ ହେଲେ ଆବେଗଶୀଳ ହେବେନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ମିଠା କଥାରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ । ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାର ପାତ୍ର ହେବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ । ନିଜର ଏହି ଗୁଣଯୋଗୁଁ ବନ୍ଧୁଙ୍କ ସହିତ ଉତ୍ତମ ବନ୍ଧୁତ୍ୱ ସ୍ଥାପନ କରିପାରିବେ । ସେମାନେ ମଧ୍ୟ ଆପଣଙ୍କର ଏହି ଚିନ୍ତାଧାରେ ପ୍ରଭାବିତ ହେବାକୁ ଚେଷ୍ଟା କରିବେ । ନିଜର ମେଧାବୀ ସାହାସ ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ । ଏପରି ପ୍ରତିଦାନ ମିଳିବା ଫଳରେ ଆପଣ ଆମୋଦିତ ହେବେ । ଅର୍ଥଲାଭ ହେବ ଏବଂ ବ୍ୟବସାୟରେ ମଧ୍ୟ ଅନୁରୁପ ଲାଭବାନ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟିକୁ ଆପଣ କଷ୍ଟରେ କାଟିପାରନ୍ତି । ନିଜର ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଆପଣ ଅସନ୍ତୋଷ ଭାବ ପ୍ରକାଶ କରିବା ସହ ନିଜକୁ ଦୁର୍ବଳ ଓ ଅସମର୍ଥ ଅନୁଭବ କରିପାରନ୍ତି । ବନ୍ଧୁ ଓ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ, ତେଣୁ ନିଜକୁ ଯୁକ୍ତିତର୍କରୁ ଦୂରେଇ ରହିବା ସହ ନମ୍ର ଏବଂ କୋମଳ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଅପରାହ୍ନରେ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଏହା ପରେ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଏହାସହ ଆପଣଙ୍କ ବ୍ୟବହାର ଏବଂ କଥାବାର୍ତ୍ତାରେ ମଧ୍ୟ ପରିବର୍ତ୍ତନ ଘଟିପାରେ । ଯେତେଦୂର ସମ୍ଭବ ଆପଣ କୌଣସି ଆଇନ ସମ୍ଵନ୍ଧୀୟ କାର୍ଯ୍ୟରେ ନିଜକୁ ଜଡିତ କରନ୍ତୁ ନାହିଁ । ନିଜେ ସାବଧାନ ରହିଲେ ପଛରେ ପଶ୍ଚାତାପ କରିବାକୁ ପଡିବ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରିପାରେ । ଏହାର ଶୁଭ ନିଦର୍ଶନ ସ୍ୱରୁପ ଆପଣଙ୍କର ବ୍ୟବସାୟ ଓ ବୃତ୍ତିରେ ଅର୍ଥଲାଭ ହୋଇପାରେ । ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଆପଣ ଏକ ସୁଖମୟ ପରିଭ୍ରମଣର ଯୋଜନା କରିପାରନ୍ତି । ମାତ୍ର ନିଜର ଖର୍ଚ୍ଚପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସେଥିପାଇଁ ଆପଣ ଅତ୍ୟଧିକ ଭୋଜନ କରନ୍ତୁ ନାହିଁ । ଆଜି ଏପରି ଘଟିପାରେ ଯେ ଆପଣଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନେ ଆପଣଙ୍କୁ ଅପଦସ୍ତ କରିପାରନ୍ତି । ଆପଣ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିବ । ସେଥିପାଇଁ ସେମାନଙ୍କ ସହ ମାପୁଚୁପି ବାର୍ତ୍ତାଳାପ କରନ୍ତୁ । ଏହା କଲେ ଆପଣ ନିଜର କ୍ରୋଧାନ୍ୱିତ ପ୍ରକୃତିକୁ ରୋକିବାରେ ସମର୍ଥ ହେବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସୁଫଳ ପାଇବେ । ଘରେ ଏବଂ ଅଫିସରେ ସୁସ୍ଥ ବାତାବରଣ ଯୋଗୁଁ ଏହା ସମ୍ଭବପର ହୋଇପାରେ । ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଆପଣ ପରିଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ନିଜ ବୃତ୍ତିରେ ବହୁ ପରିମାଣରେ ଉପକୃତ ହେବା ସହ ଆପଣଙ୍କର ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଦରମା ବୃଦ୍ଧି ମଧ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସୁନାମ ଓ ଖ୍ୟାତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଦିନତମାମ ବଜାୟ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ବ୍ୟବସାୟୀଙ୍କ ପାଇଁ ଏହି ଦିନଟି ଆଶୀର୍ବାଦ ସୂଚକ ମନେ ହୋଇପାରେ । ତେଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ, ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯିବାପାଇଁ ଯୋଜନା କରିପାରନ୍ତି । ଏହା ବ୍ୟତୀତ କୌଣସି ତୀର୍ଥସ୍ଥାନକୁ ବୁଲିଯିବାକୁ ଯାଇପାରନ୍ତି । ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟରୁ ଶୁଭ ଖବର ମିଳିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଆପଣ ନିଜକୁ ଶାନ୍ତ, ନମ୍ର ଭାବକୁ ଆପଣେଇ ନେଲେ ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ବୋଲି ମନେହେବ । ନିଜର କ୍ରୋଧକୁ ନିୟନ୍ତ୍ରଣ କଲେ ସବୁ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ଆପଣ ନିଜର ତର୍କବିତର୍କ ମନୋଭାବକୁ ଦମନ କରି ପରିସ୍ଥିତିକୁ ଧୀରସ୍ଥିର ଚିତ୍ତରେ ସୁଧାରି ନେଇପାରିବେ । ମଧ୍ୟାହ୍ନ ପରେ ସବୁଦିଗରୁ ସୁଖଶାନ୍ତି ପ୍ରାପ୍ତିର ଯୋଗ ରହିଛି, ପାରିବାରିକ କ୍ଷେତ୍ରରେ ଏହା ଅଧିକ ପରିଦୃଷ୍ଟି ହୋଇପାରେ । ସକାଳର ମନୋମାଳିନ୍ୟ ତୁଟିଯାଇ ମୌଜ ମଜଲିସରେ ସମୟ କଟିବେ । ବନ୍ଧୁମାନେ ଆପଣଙ୍କ ଗୃହକୁ ଆସି ଆପଣଙ୍କ ସହ ମଉଜ ମଜଲିସ କରିବେ । ଦିବସର ଶେଷାର୍ଦ୍ଧରେ ଆପଣ ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସହ ମଉଜ ମଜଲିସ କରିବା ପାଇଁ ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । କର୍ମଜୀବୀଙ୍କ କ୍ଷେତ୍ରରେ ସେମାନେ ନିର୍ବିଘ୍ନରେ ବା କୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ । ଯୁଗ୍ମ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ତଥା ଉତ୍ତମ ବୁଝାମଣା ଯୋଗୁଁ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ମଧ୍ୟାହ୍ନ ପରେ ଆପଣ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିପାରେ । ପରିବାର ମଧ୍ୟରେ କୌଣସି ତର୍କବିତର୍କ ଆଲୋଚନା ନ କରିବା ଭଲ ଅଟେ । ନଚେତ ପରିବାରର ଜଣେ ସଦସ୍ୟଙ୍କ ବାର୍ତ୍ତାଳାପ ଆପଣଙ୍କୁ ଆଘାତ ଦେଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ ।

ABOUT THE AUTHOR

...view details