ଓଡିଶା

odisha

ETV Bharat / bharat

ଜମ୍ମୁ କାଶ୍ମୀରରେ ସେନା ଓ ଆତଙ୍କୀ ମୁହାଁମୁହିଁ; CRPF ଇନ୍ସପେକ୍ଟର ଶହୀଦ, 3ଯବାନ ଗୁରୁତର - JK Udhampur Encounter

JK UDHAMPUR ENCOUNTER: ଜମ୍ମୁକାଶ୍ମୀରର ଉଧମପୁରରେ ଏନକାଉଣ୍ଟର । ଜଣେ ସିଆରପିଏଫ ଯବାନ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଅଧିକ ପଢନ୍ତୁ

JK UDHAMPUR ENCOUNTER
JK UDHAMPUR ENCOUNTER (ETV Bharat)

By ETV Bharat Odisha Team

Published : Aug 19, 2024, 9:26 PM IST

ଶ୍ରୀନଗର: ସ୍ବାଧୀନତା ପରଠାରୁ ଅଶାନ୍ତ ହୋଇପଡ଼ିଛି ସୀମା । ଜମ୍ମୁକାଶ୍ମୀର ଉଧମପୁର ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ଏହି ଏନକାଉଣ୍ଟରରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବା ବେଳେ 3ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସୋମବାର ଅପରାହ୍ନରେ ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରିବା ସମୟରେ କିଛି ସନ୍ଦିଗ୍ଧ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ ।

ଆଜି ଅପରାହ୍ନରେ ଏନକାଉଣ୍ଟର:-

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅପରାହ୍ନ ସାଢେ 3ଟା ସମୟରେ ଜିଲ୍ଲାର ବସନ୍ତଗଡ଼ ଡୁଡୁ ଅଞ୍ଚଳରେ କିଛି ଅଜଣା ଆତଙ୍କୀ ହଠାତ ଗୁଳିମାଡ଼ କରିଥିଲେ । ସିଆରପିଏଫ ଯବାନଙ୍କ ସମେତ ସ୍ବତନ୍ତ୍ର ଅପରେସନ ଗ୍ରୁପ(SOG)ର କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ସିଆରପିଏଫର 187 ବାଟାଲିୟନର ଇନ୍ସପେକ୍ଟରଙ୍କ ଶରୀରରେ ଗୁଳି ବାଜିଥିଲା । ଏହାପରେ ତାଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଅପରେସନ ଜାରି:-

ଏହି ଏନକାଉଣ୍ଟର ସମ୍ପର୍କରେ ଉଧମପୁର ପୋଲିସ ପକ୍ଷରୁ X ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇଥିଲା । ସେଥିରେ ଉଲ୍ଲେଖ କରାଯାଇଛି ଯେ, 'ଡୁଡୁ ଅଞ୍ଚଳରେ ପାଟ୍ରୋଲିଂ ସମୟରେ ପୂର୍ବରୁ ଲୁଚି ରହିଥିବା ଆତଙ୍କୀ ଗୁଳିମାଡ଼ କରିଥିଲେ । ଜମ୍ମୁକାଶ୍ମୀର ପୋଲିସ ଓ ସିଆରପିଏଫ ଯବାନ ମିଳିତ ଭାବରେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ଏନକାଉଣ୍ଟରରେ ସିଆରପିଏଫ ଯବାନଙ୍କ ଶରୀରରେ ଗୁଳି ବାଜିଥିଲା । ସେ ଶହୀଦ ହୋଇଛନ୍ତି । ଏବେ ବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।'

ଏହା ବି ପଢନ୍ତୁ- ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ; ସେନା ଅଧିକାରୀ ଶହୀଦ, ୪ ଆତଙ୍କୀ ନିପାତ

ସ୍ବାଧୀନତା ଦିବସ ପୂର୍ବରୁ ଅଶାନ୍ତ ସୀମା:-

ସ୍ବାଧୀନତା ଦିବସର ଦିନକ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ଆଖିବୁଜା ଗୁଳିମାଡ କଲେ ଆତଙ୍କବାଦୀ । ଡୋଡା ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲରେ ସୁରକ୍ଷାବଳର ମିଳିତ ଅପରେସନ ସମୟରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ୪୮ ରାଷ୍ଟ୍ରୀୟ ରାଇଫଲର କ୍ୟାପଟେନ ଦୀପକ ସିଂହ ଶହୀଦ ହୋଇଥିଲେ । ସେ ଏହି ଅପରେସନ ଲିଡ୍ କରୁଥିଲେ । ଆତଙ୍କବାଦୀଙ୍କ ଗୁଳିମାଡରେ କ୍ୟାପଟେନ ଗୁରୁତର ହୋଇପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details