ଓଡିଶା

odisha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ ଶୁଭିଲା କୁଆଁ କୁଆଁ ଡାକ, ଜନ୍ମ ନେଲେ 600ରୁ ଅଧିକ ଶିଶୁ

By ETV Bharat Odisha Team

Published : Jan 23, 2024, 10:47 AM IST

Updated : Jan 23, 2024, 1:42 PM IST

Couples welcome newborns: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରି ଶୁଭ ଦିନରେ ଜନ୍ମ ନେଲେ 600ରୁ ଅଧିକ ଶିଶୁ । ରାମ, ଲକ୍ଷ୍ମଣ ଓ ସୀତା ନାମରେ କରାଗଲା ନାମକରଣ । ଅଧିକ ପଢ଼ନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା
Pran Pratishtha

ହାଇଦ୍ରାବାଦ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଯୋଗୁଁ ସୋମବାର ଉତ୍ସବମୁଖର ହୋଇ ଉଠିଥିଲା ପୁରା ଦେଶ । ରାମ ମନ୍ଦିର ପରିସର ବେଦ, ପାଠରେ ପ୍ରକମ୍ପିତ ହେଉଥିବା ବେଳେ ଦେଶର ବିଭିନ୍ନ ହସ୍ପିଟାଲରେ ଶୁଭିଥିଲା କୁଆଁ କୁଆଁ ସ୍ବର । ଏହି ପରି ଶୁଭ ଦିନରେ ଜନ୍ମଲାଭ କରିଥିବା ଜନ୍ମିତ ଶିଶୁଙ୍କ ନାମ ରାମ, ଲକ୍ଷ୍ମଣ ଓ ସୀତା ରଖାଯାଇଛି । ଦେଶର ବିଭିନ୍ନ ସ୍ଥାନର ବିଭିନ୍ନ ଡାକ୍ତରଖାନାରେ ଏକାଧିକ ଶିଶୁ ଜନ୍ମ ହୋଇଥିଲେ ।

ବିହାରରେ 500 ଶିଶୁଙ୍କ ଜନ୍ମଗ୍ରହଣ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ପ୍ରସବ କରାଇବାକୁ ଅନେକ ଗର୍ଭବତୀ ମହିଳା ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ବିହାରର ବିଭିନ୍ନ ଜିଲ୍ଲାର ଏକାଧିକ ଗର୍ଭବତୀ ମହିଳା ପାଟନା ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସୋମବାର ଦିନ ହସ୍ପିଟାଲଗୁଡିକରେ ପ୍ରାୟ 500 ଶିଶୁ ଜନ୍ମ ହୋଇଥିବା ସୂଚନା ମିଳିଛି । ଜନ୍ମିତ ଶିଶୁଙ୍କ ନାମ ରାମ , ଲକ୍ଷ୍ମଣ ଓ ସୀତା ରଖିଛନ୍ତି ସେମାନଙ୍କ ପିତା ମାତା ।

ପୁଅର ନାମ ରାମ ରହିମ ରଖିଲେ ମୁସଲମାନ ମହିଳା: ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ମୁସଲମାନ ପରିବାରରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ନବଜାତ ଶିଶୁର ନାମ ପରିବାର ଲୋକେ ରାମ ରହିମ ରଖିଛନ୍ତି । ସେହିପରି କର୍ଣ୍ଣାଟକର ବିଜୟପୁରର ଜେଏସଏସ ସୁପର ସ୍ପେସିଆଲିଟି ହସ୍ପିଟାଲ ସୋମବାର 20ରୁ ଅଧିକ ଶିଶୁ ଜନ୍ମ ଗ୍ରହଣ କରିଥିଲେ। ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାରେ ଅତି କମରେ 50 ଶିଶୁ ଜନ୍ମଲାଭ କରିଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କୁ ପ୍ରସବ ସମୟରେ ମନ୍ତ୍ର ପାଠ କରିବେ ଡାକ୍ତର, ପରିଧାନ କରିବେ କମଳା ରଙ୍ଗର ପୋଷାକ

ପ୍ରାଣ ପ୍ରତିଷ୍ଠା ପରି ଶୁଭ ଦିନରେ ପାଟନାର କଙ୍କାରବାଘଠାରେ ଥିବା ଏକ କ୍ଲିନିକରେ ପ୍ରାୟ 34 ପିଲା ଜନ୍ମ ହୋଇଥିଲେ। ସେମାନଙ୍କ ମଧ୍ୟରୁ 19 ଜଣ ପୁଅ ଏବଂ 15 ଜଣ ଝିଅ ରହିଛନ୍ତି । ଜଣେ ମୁସଲମାନ ମହିଳା କହିଛନ୍ତି ଯେ, ବିବାହରେ 5 ବର୍ଷ ପରେ ମୁଁ ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛି । ଫେବ୍ରୁଆରୀରେ ମୋର ଡେଲିଭରି ଡେଟ ଥିଲା । କିନ୍ତୁ ହଠାତ୍ ପ୍ରସବ ବେଦନା ହେବାରୁ ମୋତେ ଡାକ୍ତରଖାନାରେ ସୋମବାର ଭର୍ତ୍ତି କରାଯାଇଥିଲା । ମୁଁ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛି । ପରିବାରରେ ସମସ୍ତେ ଖୁସି ଅଛନ୍ତି ।

ପ୍ରାଣ ପ୍ରତିଷ୍ଠା ପରି ଶୁଭ ଦିନରେ ଅନେକ ଗର୍ଭବତୀ ମହିଳା ପ୍ରସବ କରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ହସ୍ପିଟାଲରରେ ଆଗୁଆ ବୁକିଂ ହୋଇସାରିଥିଲା । ପ୍ରାକୃତିକ ପ୍ରକ୍ରିୟାରେ ପ୍ରସବ କରାଇବାକୁ ବହୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଅସ୍ତ୍ରୋପଚାର ମାଧ୍ୟମରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକାଧିକ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରାଇଛନ୍ତି ।

Last Updated : Jan 23, 2024, 1:42 PM IST

ABOUT THE AUTHOR

...view details