ଓଡିଶା

odisha

ETV Bharat / bharat

ବିହାରରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା - ଭାରତ ଯୋଡ ନ୍ୟାୟ ଯାତ୍ରା

Rahul Gandhi Bharat Jodo Nyay Yatra: ବିହାରରେ ପ୍ରବେଶ କଲା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । କିଶାନଗଞ୍ଜରୁ ଯାତ୍ରା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଭାରତ ଯୋଡ ନ୍ୟାୟ ଯାତ୍ରା
Bharat Jodo Nyay Yatra

By ETV Bharat Odisha Team

Published : Jan 29, 2024, 11:28 AM IST

ପାଟନା:ବିହାରରେ ରାଜନୈତିକ ହଟଚମଟ ଜାରି ରହିଥିବା ବେଳେ ଆଜି ରାଜ୍ୟରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ରାଜ୍ୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାର ଆରମ୍ଭ ହେବାର ଗୋଟିଏ ଦିନ ପରେ କଂଗ୍ରେସ ଏହି ଯାତ୍ରା ଆରମ୍ଭ କରିଛି । ବିହାରର କିଶାନଗଞ୍ଜରେ ପ୍ରବେଶ କରିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ଆସନ୍ତା ଚାରି ଦିନ ମଧ୍ୟରେ ସାତଟି ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବ ।

ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଦାନ ମାଗିଲା କଂଗ୍ରେସ, 670 ଟଙ୍କା ଦେଲେ ଟି-ସାର୍ଟ ଦେବେ ରାହୁଲ

ସକାଳ ସମୟରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ଚୋପ୍ରା ଅଞ୍ଚଳରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ରାହୁଲ ଗାନ୍ଧୀଙ୍କ ସହ ଶହ ଶହ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଛନ୍ତି । ଏଠାରେ ଯାତ୍ରା ଶେଷ ହେବା ପରେ ବିହାରରେ ପ୍ରବେଶ କରିଛି । ରାଜ୍ୟରେ ବର୍ତ୍ତମାନ ରାଜନୈତିକ ମାହୋଲ ସରଗରମ ରହିଛି । ଭାଙ୍ଗିଛି ଆରଜେଡି-ଜେଡିୟୁ ମେଣ୍ଟ ସରକାର । ରବିବାରଠୁ ଆରମ୍ଭ ହୋଇଛି ଏନଡିଏ ନେତୃତ୍ବାଧିନ ସରକାର । ବିଜେପି ବିରୋଧରେ ଲୋକସଭା ନିର୍ବାଚନ ଲଢିବାକୁ ଇଣ୍ଡିଆ ମେଣ୍ଟରେ ବିରୋଧିଙ୍କୁ ଏକଜୁଟ କରୁଥିବା ନୀତିଶ କୁମାର ଏବେ ପୁଣି ଏନଡିଏଙ୍କୁ ଫେରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାରତ ଯୋଡୋ ଯାତ୍ରା: ଦିଦିଙ୍କ ଅସହଯୋଗ ସତ୍ତ୍ବେ ବଙ୍ଗବାସୀଙ୍କୁ ଅନ୍ୟାୟ ବିରୋଧରେ ଲଢିବାକୁ ରାହୁଲଙ୍କ ଆହ୍ବାନ

ରାହୁଲଙ୍କ ବିହାର ଗସ୍ତ ପୂର୍ବରୁ ନୂତନ ସରକାର: ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି ବିହାରରେ ପ୍ରବେଶ କରିଛି । କଂଗ୍ରେସର 19 ଜଣ ବିଧାୟକ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଏହି ଯାତ୍ରା ପୂର୍ବରୁ ବିହାର ରାଜନୀତିରେ ବଡ ପରିବର୍ତ୍ତନ ହୋଇଛି । ଇଣ୍ଡିଆ ମେଣ୍ଟର ନେତା ନୀତିଶ କୁମାର ବିଜେପି ସହ ହାତ ମିଳାଇଛନ୍ତି । ରାଜ୍ୟରେ ଜେଡିୟୁ-ଏନଡିଏ ମେଣ୍ଟ ସରକାର ଆରମ୍ଭ ହୋଇଛି । ଯେଉଁ କାରଣରୁ ବିରୋଧୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।

4ଟି ଆସନରେ ରାହୁଲଙ୍କ ନଜର: ଏହି ଯାତ୍ରା ସମୟରେ ରାହୁଲ ଗାନ୍ଧୀ କିଶାନଗଞ୍ଜ, କଟିହାର, ପୂର୍ଣ୍ଣିଆ,ସାସରାମ ପରି ଚାରିଟି ସଂସଦୀୟ କ୍ଷେତ୍ରକୁ ଗସ୍ତ କରିବେ । ବିହାର ପରେ ଝାଡଖଣ୍ଡରେ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବ । ଗତ ନିର୍ବାଚନରେ ​​କିଶାନଗଞ୍ଜରେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ତେଣୁ ରାହୁଲଙ୍କ ଆଜିର ଭାରତ ଯୋଡ ନ୍ୟାୟ ଯାତ୍ରା ବେଶ ଗୁରୁତ୍ବ ବହନ କରୁଛି ।

ABOUT THE AUTHOR

...view details