ନୂଆଦିଲ୍ଲୀ: ମାସ ଆରମ୍ଭରୁ ଖାଉଟିଙ୍କୁ ଝଟକା । ମହଙ୍ଗା ହେଲା କମର୍ସିଆଲ ବା ବ୍ୟବସାୟିକ ଗ୍ୟାସ ସିଲିଣ୍ଡର । 39 ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର । ଆଜିଠୁ ଏହି ବର୍ଦ୍ଧିତ ଲାଗୁ ହୋଇଛି । ଯାହାଫଳରେ ଜାତୀୟ ରାଜଧାନୀ ଦିଲ୍ଲୀରେ 19 କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର 1691.50 ଟଙ୍କା ହୋଇଯାଇଛି । ପୂର୍ବଥର ଭଳି ଏଥର ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ ।
ଜୁଲାଇ ମାସରେ କମିଥିଲା ରନ୍ଧନ ଗ୍ୟାସ ଦର: ଗତ ଜୁଲାଇ ମାସରେ ତୈଳ ବିପଣନ କମ୍ପାନୀ ଗୁଡିକ 19 କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ 30 ଟଙ୍କା କମ୍ କରିଥିଲେ । ଫଳରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟ 1646 ଟଙ୍କା ହୋଇଥିଲା । ଆଜି ଏହି ସିଲିଣ୍ଡର ଦର 39 ଟଙ୍କା ବଢିବାରୁ ଏହାର ମୂଲ୍ୟ 1691.50 ଟଙ୍କା ହୋଇଛି । ଗତ ମାର୍ଚ୍ଚ ମାସରେ 19 କିଲୋଗ୍ରାମ ବିଶିଷ୍ଟ କର୍ମସିଆଲ ଏଲପିଜି ସିଲିଣ୍ଡର 25 ଟଙ୍କା 50 ପଇସା ବୃଦ୍ଧି ହୋଇଥିଲା । ଫେବୃଆରୀ ମାସରେ ରନ୍ଧନ ଗ୍ୟାସ ଦର 14 ଟଙ୍କା ବୃଦ୍ଧି ପାଇଥିଲା ।