ଓଡିଶା

odisha

ETV Bharat / bharat

ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ; ଶିଶୁଙ୍କ ସମେତ ୨୫ ଜୀବନ୍ତ ଦଗ୍ଧ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ - Massive Fire At Rajkot Gaming Zone - MASSIVE FIRE AT RAJKOT GAMING ZONE

Massive Fire At Rajkot Gaming Zone: ଗେମିଂ ଜୋନରେ ଭୟାବହ ଅଗ୍ନିକାଣ୍ଡ । ଶିଶୁଙ୍କ ସମେତ ୨୫ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସେପଟେ ଏହି ଘଟଣାରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

Massive Fire At Rajkot Gaming Zone
Massive Fire At Rajkot Gaming Zone (ETV Bharat)

By ETV Bharat Odisha Team

Published : May 25, 2024, 9:28 PM IST

Updated : May 25, 2024, 10:56 PM IST

ଗାନ୍ଧୀନଗର:ଖେଳୁ ଖେଳୁ ଚାଲିଗଲା ଜୀବନ । ଗେମ ଜୋନରେ ଅଗ୍ନିକାଣ୍ଡ ଘଟି ୨୫ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗୁଜରାଟର ରାଜକୋଟରେ ଘଟିଛି । ଆଜି ସନ୍ଧ୍ୟା ସମୟରେ ରାଜକୋଟର ମାବା ରୋଡ ସ୍ଥିତ ଟିଆରପି ଗେମିଂ ଜୋନରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଦୁଃଖ ପ୍ରକାଶ କରିଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି । ସେପଟେ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଟିମ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ଫାୟାର ବ୍ରିଗେଡ ଏପର୍ଯ୍ୟନ୍ତ ୧୦ରୁ ୧୨ ଜଣଙ୍କୁ ଉଦ୍ଧାର କରିଥିବା ନେଇ ସୂଚନା ରହିଛି । ୨୫ଜଣ ମୃତକଙ୍କ ମଧ୍ୟରେ ୩ ଶିଶୁ ମଧ୍ୟ ସାମିଲ ଅଛନ୍ତି । ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ 1 କିଲୋମିଟର ଯାଏଁ ଧୂଆଁ ବଳୟ ସୃଷ୍ଟି ହୋଇଥିଲା । ଟିଆରପି ଗେମିଂ ଜୋନର ଏକ ଅସ୍ଥାୟୀ ନିର୍ମାଣରେ ପ୍ରଥମେ ନିଆଁ ଲାଗିଥିଲା । ଖରାଦିନ ଛୁଟି କାଟିବା ପାଇଁ ସେଠାକୁ ବହୁ ସଂଖ୍ୟକ ପିଲାମାନେ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ ...ଚଳନ୍ତା ବସରେ ଲାଗିଲା ନିଆଁ; ୯ ଜୀବନ୍ତ ଦଗ୍ଧ, ୨୪ରୁ ଉର୍ଦ୍ଧ୍ୱ ଗୁରୁତର - Haryana Bus Accident

ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ କହିଛନ୍ତି, "ଦ୍ବିପ୍ରହର ସମୟରେ ଟିଆରପି ଗେମିଂ ଜୋନରେ ନିଆଁ ଲାଗିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ୟାପିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ଅଛି । ଆମେମାନେ ଯଥା ସମ୍ଭବ ମୃତଦେହଗୁଡିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ । ଏଯାଏଁ ୨୦ଟି ମୃତଦେହ ଉଦ୍ଧାର କରାଯାଇଛି ଓ ସେଗୁଡିକୁ ପରବର୍ତ୍ତୀ ଯାଞ୍ଚ ପାଇଁ ହସ୍ପିଟାଲକୁ ପଠାଇଛୁ । ତଦନ୍ତ ଜାରି ରହିବ । ଏହି ଗେମିଂ ଜୋନଟି ଯୁବରାଜ ସିଂ ସୋଲଙ୍କି ନାମକ ବ୍ୟକ୍ତିଙ୍କ ମାଲିକାନାରେ ଅଛି । ଆମେ ଦାୟିତ୍ବହୀନତା ଜନିତ ମୃତ୍ୟୁ ସମ୍ପର୍କିତ ମାମଲା ରୁଜୁ କରିଛୁ । ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ସରିଲା ପରେ ପରବର୍ତ୍ତୀ ତଦନ୍ତ ଆଗକୁ ବଢିବ ।"

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସୋସିଆଲ ମିଡିଆ Xରେ କହିଛନ୍ତି, "ରାଜକୋଟର ଗେମିଂ ଜୋନରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ମ୍ୟୁନିସପାଲ କର୍ପୋରେସନ ଓ ସ୍ଥାନୀୟ ପ୍ରଶାସନକୁ ତତ୍କାଳ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ଉଦ୍ଧାର ହୋଇଥିବା ଆହତ ମାନଙ୍କୁ ପ୍ରାଥମିକତା ଆଧାରରେ ଚିକିତ୍ସା ପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରିବାକୁ ନିର୍ଦେଶ ଦିଆଯାଇଛି ।" ସେହିଭଳି ରାଜକୋଟ ମ୍ୟୁନିସିପାଲ କମିଶନର ଆନନ୍ଦ ପଟେଲ କହିଛନ୍ତି ଯେ, ପ୍ରଶାସନର ସମ୍ପୂର୍ଣ୍ଣ ଫୋକସ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ନେଇ ରହିଛି ।

ଏହି ଦୁଃଖଦ ଘଟଣାକୁ ନେଇ ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକଟ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତ ମାନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହା ସହ SIT ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 25, 2024, 10:56 PM IST

ABOUT THE AUTHOR

...view details