ଲକ୍ଷ୍ନୌ:ଇନଷ୍ଟାଣ୍ଟ୍ନୁଡୁଲ୍ସ ଖାଉଥିଲେ ସାବଧାନ ! ଏହା ଆପଣଙ୍କ ପ୍ରତି ଘାତକ ସାଜିପାରେ । ଏଭଳିକି ନୁଡୁଲ୍ସ ଯୋଗୁଁ ଜୀବନ ମଧ୍ୟ ଯାଇପାରେ । କାରଣ ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନୁଡୁଲ୍ସ ଖାଇ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅସୁସ୍ଥ ହୋଇପଡିଥିବା ଜଣେ ଜଣେ ୬ ବର୍ଷୀୟ ଶିଶୁର ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଅସୁସ୍ଥମାନଙ୍କର ଚିକିତ୍ସା ଜାରି ରହିଛି । ପରିବାରର ଏଭଳି ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟ ପିଲିଭିତ ଜିଲ୍ଲାର ପୁରନପୁର ତହସିଲ କ୍ଷେତ୍ର ଅନ୍ତର୍ଗତ ରାହୁଲ ନଗର ଅଞ୍ଚଳରେ ସୀମା ନାମକ ଜଣେ ମହିଳା ବହୁ ବର୍ଷ ପୂର୍ବେ ଡେରାଡୁନର ସୋନୁ ନାମକ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଗୁରୁବାର ଦିନ ସୀମା ନିଜ ପୁଅ ରୋହନ ଓ ବିବେକ, ଝିଅ ସନ୍ଧ୍ୟା ସହ ରାହୁଲ ନଗର ସ୍ଥିତ ବାପଘରକୁ ଆସିଥିଲେ । ଗୁରୁବାର ରାତିରେ ପରିବାରର ସମସ୍ତ ସଦସ୍ୟ ଭାତ ସହ ଇନଷ୍ଟାଣ୍ଟ୍ନୁଡୁଲ୍ସ ଖାଇ ଶୋଇବାକୁ ଚାଲିଯାଇଥିଲେ । ବିଳମ୍ବିତ ରାତିରେ ହଠାତ ସୀମାଙ୍କ ସହ ତାଙ୍କ ୩ ସନ୍ତାନ, ଭଉଣୀ ସଞ୍ଜୁ ଓ ଭାଉଜ ସଞ୍ଜନାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ଶୁକ୍ରବାର ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ଘରକୁ ଫେରି ଆସିଥିଲେ ।
ଏହାମଧ୍ୟ ପଢନ୍ତୁ.. ଫାଷ୍ଟଫୁଡ ଖାଉଛନ୍ତି କି ସାବଧାନ ! ମାୟାନଗରୀରେ ଚାଲିଗଲା ଯୁବକଙ୍କ ଜୀବନ - Food Poison Case