ETV Bharat / state

ପର୍ଯ୍ୟଟନସ୍ଥଳୀରେ ପ୍ରଦୂଷଣ ରୋକିବାକୁ ପଦକ୍ଷେପ, ପ୍ଲାଷ୍ଟିକ ବ୍ୟବହାର ବ୍ୟାନ କଲା ବୋର୍ଡ - POLLUTION CONCERNS TOURIST PLACE

ଚିନ୍ତା ବଢାଉଛି ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ସାମଗ୍ରୀ । ପର୍ଯ୍ୟଟକଙ୍କୁ ବଣଭୋଜିରେ ପାରମ୍ପରିକ ସାମଗ୍ରୀ ବ୍ୟବହାର କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB) ପରାମର୍ଶ ।

ପର୍ଯ୍ୟଟନ ଋତୁରେ ପ୍ରଦୂଷଣ ଚିନ୍ତା, ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ
ପର୍ଯ୍ୟଟନ ଋତୁରେ ପ୍ରଦୂଷଣ ଚିନ୍ତା, ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟାନ (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 2:42 PM IST

Updated : Nov 12, 2024, 5:27 PM IST

ପୁରୀ: ଶୀତର ପ୍ରାରମ୍ଭ ସହ ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ବଣଭୋଜି ସହ ପର୍ଯ୍ୟଟକଙ୍କ ଭିଡ ଜମିବା ଆରମ୍ଭ ହେଲାଣି । ତେବେ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ସାମଗ୍ରୀ ପ୍ରଦୂଷଣ ରୋକିବା ଏବେ ପ୍ରଶାସନ ପାଇଁ ସବୁଠୁ ବଡ ଆହ୍ବାନ ହୋଇଛି । ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(SPCB) ପକ୍ଷରୁ ବିଭିନ୍ନ ବଣଭୋଜି ଓ ପର୍ଯ୍ୟଟନସ୍ଥଳୀରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଚିନ୍ତା ବଢାଉଛି ସିଙ୍ଗଲ-ୟୁଜ ପ୍ଲାଷ୍ଟିକ ସାମଗ୍ରୀ (ETV Bharat Odisha)
  • କଟକଣା ଜାରି କଲା ପ୍ରଦୂଷଣ ବୋର୍ଡ

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ କିମ୍ବା ଅନ୍ୟ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ହେବ ନାହିଁ । ରାଜ୍ୟର ସବୁ ବଣଭୋଜି ସ୍ଥାନ ଓ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ରାଜ୍ୟର ଆଧ୍ୟାତ୍ମିକ ରାଜଧାନୀ ପୁରୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ରାମଚଣ୍ଡୀ, ଚନ୍ଦ୍ରଭାଗା ଇକୋ-ରିଟ୍ରିଟ, କୁତାମଚଣ୍ଡୀ, ଲୋଟସ ହୋଟେଲ ଓ ଲାଇଟ-ହାଉସ ନିକଟବର୍ତ୍ତୀ ଅଞ୍ଚଳ, ଜାହାନିଆ, ଗଙ୍ଗାଦେବୀ ଓ ରାଜହଂସ ଆଦି ବଣଭୋଜି ସ୍ଥଳକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Plastic Materials Restricted
Plastic Materials Restricted (ETV Bharat Odisha)
  • ୟୁଜ-ଆଣ୍ଡ-ଥ୍ରୋ ଛାଡ, ସବୁଜ ବିକଳ୍ପ ବାଛ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB), ‘ୟୁଥ୍ ଫର୍ ୱାଟର’ ଅନୁଷ୍ଠାନ ସହଭାଗିତାରେ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ବଣଭୋଜି ସ୍ଥଳରେ ଏକକ-ବ୍ୟବହାରକ୍ଷମ (ଥରେ ବ୍ୟବହାର ପରେ ଫିଙ୍ଗା ଯାଉଥିବା) ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଆହ୍ବାନ ଦେବା ସହ ଏକାଧିକ ପରାମର୍ଶମୂଳକ ଅନୁରୋଧ ମଧ୍ୟ କରାଯାଇଛି । ପ୍ଲାଷ୍ଟିକ ସାମଗ୍ରୀ ବଦଳରେ ସବୁଜ ବିକଳ୍ପ ବାଛିବା ପାଇଁ ବିଜ୍ଞପ୍ତିରେ ଦର୍ଶାଯାଇଛି । ଯେପରି ଷ୍ଟିଲ୍, କାଚ ନିର୍ମିତ ବାସନ, ଥାଳି, ଗିନା, ଗ୍ଲାସ, ପ୍ଲେଟ୍, ଷ୍ଟିଲ୍ ଚାମଚ, କଟଲେରି, ଖଲିପତ୍ର ସହ ଅନ୍ୟ ସବୁଜ ବିକଳ୍ପ ବଣଭୋଜି ସ୍ଥଳକୁ ନେବାକୁ କୁହାଯାଇଛି ।

  • ସାମାଜିକ ଅନୁଷ୍ଠାନ-SHG ସହଯୋଗ ନେବ ପ୍ରଶାସନ

ସେହିପରି ପଲିଥିନ ବଦଳରେ କପଡ଼ା ବ୍ୟାଗ ବ୍ୟବହାର କରିବାକୁ କୁହାଯାଇଛି । ଭୋଜି ସରିବା ପରେ ସମ୍ପୃକ୍ତ ସ୍ଥାନରେ ଯେପରି ଅଳିଆ ଆବର୍ଜନା ପଡ଼ି ନରହେ,ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ସହ ଡଷ୍ଟବିନର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି । ଏହାକୁ ଫଳପ୍ରଦ କରିବା ପାଇଁ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ସ୍ଥାନୀୟ ସମାଜସେବୀ, ସ୍ଵେଚ୍ଛାସେବୀ, ଯୁବଗୋଷ୍ଠୀ, ଇକୋ କ୍ଲବ୍ ସଦସ୍ୟ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବଣଭୋଜି କରିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏ ଦିଗରେ ସଚେତନ କରିବା କାର୍ଯ୍ୟରେ ମଧ୍ୟ ନିୟୋଜିତ କରାଯିବାର ଯୋଜନା ରହିଛି ।

  • କେବଳ ମାଟି ନୁହେଁ, ସମୁଦ୍ର ଜଳ ମଧ୍ୟ ପ୍ରଦୂଷିତ ହେଉଛି

ଏହି ଋତୁରେ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ଓ ଅନ୍ୟ ପ୍ରଦୂଷଣଯୁକ୍ତ ସାମଗ୍ରୀର ମାତ୍ରା ବଢ଼ିଯାଏ । ବିଶେଷକରି ପୁରୀର ଅଧିକାଂଶ ବଣଭୋଜି ସ୍ଥଳ ସମୁଦ୍ର ସଂଲଗ୍ନ ହୋଇଥିବାରୁ ଏହି ଆବର୍ଜନାଗୁଡିକ ସିଧାସଳଖ ସମୁଦ୍ରକୁ ଭାସିଯାଇ ପ୍ରଦୂଷଣ କରିଥାଆନ୍ତି । ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଆବର୍ଜନା ଡ୍ରେନେଜ ସିଷ୍ଟମକୁ ବ୍ଲକ କରିଦିଏ, ଫଳରେ ସ୍ବଳ୍ପବର୍ଷାରେ ମଧ୍ୟ ସହରାଞ୍ଚଳରେ ବନ୍ୟା ପରି ସ୍ଥିତି ସୃଷ୍ଟି ହୁଏ । ନିକଟ ଅତୀତରେ ଏହାର ଏକାଧିକ ଉଦାହରଣ ମଧ୍ୟ ରହିଛି । ସମୁଦ୍ରକୁ ପ୍ଲାଷ୍ଟିକ୍ ବର୍ଜ୍ୟ ସାମଗ୍ରୀ ନିର୍ଗତ ହେଉଥିବାରୁ ଏହାକୁ ମାଛ ଓ ଅନ୍ୟ ଜଳଚର ଜୀବମାନେ ଖାଇ ପ୍ରାଣ ହରାଇବା ସହ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି । ସେହି ମାଛକୁ ମଣିଷ ଖାଇ ରୋଗରେ ପଡୁଛନ୍ତି । ଗାଈ ଗୋରୁଙ୍କଠାରୁ ଆରମ୍ଭ କରି ଅନ୍ୟ ଜୀବଜନ୍ତୁମାନେ ମଧ୍ୟ ଏହି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ କୁପ୍ରଭାବର ଶିକାର ହେବାକୁ ବାଧ୍ୟ ହେଉଛନ୍ତି ।

  • କେବଳ କଟକଣା ନୁହେଁ, ସଚେତନତା ଜରୁରୀ: ବୁଦ୍ଧିଜୀବୀ

ପୁରୀ ସହରର ଜଣେ ବୁଦ୍ଧିଜୀବୀ ଶ୍ରୀମନ୍ତ ଦାଶ କହିଛନ୍ତି,‘‘ ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହେଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନ ହେବ । ତେବେ ପର୍ଯ୍ୟଟନ ସ୍ଥଳୀଗୁଡିକରେ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନିଷେଧ ନେଇ ସଚେତନତା ସୃଷ୍ଟି କରାଯିବ ଉଚିତ । ପର୍ଯ୍ୟଟନସ୍ଥଳୀରେ ଥିବା ଦୋକାନଗୁଡିକରେ ପ୍ଲାଷ୍ଟିକ ସାମଗ୍ରୀ ଯେଭଳି ବିକ୍ରି ନ ହୁଏ ପ୍ରଶାସନ ସେଦିଗରେ ନଜର ରଖିବା ଉଚିତ । ସେହିପରି ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଦ୍ଵାରା ଏହି ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ ସମ୍ପର୍କରେ ପର୍ଯ୍ୟଟକଙ୍କୁ ସଚେତନ କରାଯିବ ଉଚିତ । ସୂଚନା ଫଳକ ଲଗାଯାଇ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନିଷିଦ୍ଧ ନେଇ ସଚେତନ ବାର୍ତ୍ତା ଦିଆଯିବା ଉଚିତ । ଏହାର ବ୍ୟାପକ ପ୍ରଚାର ପ୍ରସାର କରାଗଲେ ପ୍ଲାଷ୍ଟିକ୍‌ ସାମଗ୍ରୀ ବର୍ଜନ ମିଶନ ସଫଳ ହୋଇପାରିବ ।’’

ଏହା ମଧ୍ୟ ପଢନ୍ତୁ:- 'ଚନ୍ଦ୍ରଗିରି-କାବେରୀ କଫିରେ ଅଧିକ ପୋଷକତତ୍ତ୍ବ', ଗବେଷଣାରୁ ଜଣାପଡ଼ିଲା ଗୁଣାତ୍ମକ ମାନ

ଏହା ମଧ୍ୟ ପଢନ୍ତୁ:- ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବା ଜଣେ ନାଗରିକର ମୌଳିକ ଅଧିକାର: ସୁପ୍ରିମକୋର୍ଟ

  • ଭିତ୍ତିଭୂମି ଅଭାବରୁ ବଢୁଛି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର : ବୁଦ୍ଧିଜୀବୀ

ଅନ୍ୟ ଜଣେ ବୁଦ୍ଧିଜୀବୀ ହେକ୍ଟର ମିଶ୍ର କହିଛନ୍ତି,‘‘କେବଳ ପ୍ଲାଷ୍ଟିକ ନିଷେଧ ନୋଟିସ ଦେଲେ ଏହା ସଫଳ କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ପର୍ଯ୍ୟଟନ ସ୍ଥଳୀଗୁଡିକର ଭିତ୍ତିଭୂମି ବହୁତ ଶୋଚନୀୟ ଅଛି । ଆବଶ୍ୟକ ଭିତ୍ତିଭୂମୀ, ସୁବିଧା ନଥିବାରୁ ପର୍ଯ୍ୟଟକମାନେ ପ୍ଲାଷ୍ଟିକ ସାମଗ୍ରୀ ଅଧିକ ବ୍ୟବହାର କରୁଛନ୍ତି । ପ୍ଲାଷ୍ଟିକ ନଷ୍ଟ ହେବାକୁ ଶହେରୁ ଦେଢ଼ ସହ ବର୍ଷ ଲାଗୁଛି । ଏହାର ବହୁଳ ବ୍ୟବହାର ଫଳରେ ସ୍ଥାନୀୟ ଲୋକଙ୍କ ସହ ପଶୁପକ୍ଷୀଙ୍କ ଉପରେ ପ୍ରଭାବ ପଡ଼ୁଛି । ତେବେ ପ୍ଲାଷ୍ଟିକ ବ୍ୟବହାର ନିଷେଧ ପାଇଁ ନିୟମ ଯେତିକି ଆବଶ୍ୟକ ରହିଛି, ତାହା ଠାରୁ ଅଧିକ ଲୋକଙ୍କ ଭିତରେ ସଚେତନତାର ଆବଶ୍ୟକତା ରହିଛି । ଏହା ହୋଇ ପାରିଲେ ପ୍ଲାଷ୍ଟିକ ପ୍ରଦୂଷଣ ଉପରେ ରୋକ୍ ଲାଗିପାରିବ ।’’

ଏହା ମଧ୍ୟ ପଢନ୍ତୁ :- ଦୀପାବଳି ପରେ ବିଗିଡ଼ିଗଲା ବାୟୁମଣ୍ଡଳ ସ୍ଥିତି, ବାଣ ଯୋଗୁଁ ରାଜଧାନୀରେ କୃତ୍ରିମ କୁହୁଡ଼ି

ଏହା ମଧ୍ୟ ପଢ଼ନ୍ତୁ...ଫୁଟିଲା ବାଣ, ବଢିଲା ପ୍ରଦୂଷଣ: ଭୁବନେଶ୍ୱରରେ ବର୍ଷା ଦେଲା ଆଶ୍ୱସ୍ତି

  • ପ୍ରଦୂଷଣମୁକ୍ତ ଅନୁଭୂତି ପାଇଁ ପ୍ରଶାସନ ବ୍ୟବସ୍ଥା କରିଛି: ପର୍ଯ୍ୟଟନ ଅଧିକାରୀ

ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ ଜେନା କହିଛନ୍ତି, ‘‘ପର୍ଯ୍ୟଟନ ଋତୁରେ ପୁରୀକୁ ଅଧିକ ପର୍ଯ୍ୟଟକ ଭୋଜି କରିବା ପାଇଁ ଆସିବେ । ତେବେ ପର୍ଯ୍ୟଟକମାନେ ପର୍ଯ୍ୟଟନସ୍ଥଳୀରେ ନିଷେଧ ହୋଇଥିବା ପ୍ଲାଷ୍ଟିକ ସାମଗ୍ରୀ ବର୍ଜନ କରିବା ଉଚିତ୍ । ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କରାଯିବ । ଏ ଦିଗରେ ସ୍ବେଛାସେବୀଙ୍କ ସହାୟତା ମଧ୍ୟ ନିଆଯିବ । ତେବେ ଆସୁଥିବା ପର୍ଯ୍ୟଟକମାନେ କିଭଳି ଏକ ସୁଖଃଦ ଅନୁଭୂତି ନେଇ ଫେରିବେ, ସେନେଇ ଆମେ ସବୁ ସ୍ତରରେ ପ୍ରସ୍ତୁତି କରିଛୁ ।’’

ଇଟିଭି ଭାରତ, ପୁରୀ

Last Updated : Nov 12, 2024, 5:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.