ETV Bharat / entertainment

ସାବତ ଝିଅକୁ ମାନହାନି ନୋଟିସ୍ ପଠାଇଲେ ରୂପାଲି ଗାଙ୍ଗୁଲି, 50 କୋଟି ଟଙ୍କା ଦାବି - RUPALI GANGULY STEPDAUGHTER

'ଅନୁପମା' ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ତାଙ୍କ ସାବତ ଝିଅକୁ ନୋଟିସ୍ ପଠାଇଛନ୍ତି । ମାନହାନି ମାମଲାରେ ସେ ତାଙ୍କୁ 50 କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ମାଗିଛନ୍ତି ।

RUPALI GANGULY NOTICE TO STEPDAUGHTER
RUPALI GANGULY NOTICE TO STEPDAUGHTER (IANS)
author img

By ETV Bharat Entertainment Team

Published : Nov 12, 2024, 1:25 PM IST

ହାଇଦ୍ରାବାଦ: ଟିଭି ସିରିଏଲ 'ଅନୁପମା' ଫେମ୍ ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ତାଙ୍କ ସାବତ ଝିଅ ନାଁରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି । ଏନେଇ ରୂପାଲି ଗାଙ୍ଗୁଲି ସାବତ ଝିଅକୁ ଏକ ଲିଗାଲ୍ ନୋଟିସ୍ ମଧ୍ୟ ପଠାଇଛନ୍ତି । IANS ଅନୁଯାୟୀ, ଇଶାଙ୍କ 'ମିଥ୍ୟା ବିବୃତ୍ତି'ର ଉତ୍ତରରେ ଏହି ମାନହାନି ନୋଟିସ୍ ପଠାଯାଇଛି। ସେମାନଙ୍କର ସମ୍ମାନ ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୋଟିସରେ କୁହାଯାଇଛି ଯେ ରୁପାଲି ଗାଙ୍ଗୁଲି ମଧ୍ୟ 50 କୋଟି ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି। ଏହି ନୋଟିସକୁ ରୂପାଲିଙ୍କ ଓକିଲ ସାନା ରାଏସ୍ ଖାନ୍ ପଠାଇଛନ୍ତି।

ମିଥ୍ୟା ବୟାନ ଯୋଗୁଁ ରୂପାଲିଙ୍କ ଜୀବନରେ ପଡୁଛି ପ୍ରଭାବ

ନୋଟିସରେ ଲେଖା ଅଛି, 'ଏକ୍ସ (ପୂର୍ବରୁ ଟ୍ୱିଟର), ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ସମେତ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣଙ୍କ ଦ୍ୱାରା କରାଯାଇଥିବା ପୋଷ୍ଟ ଏବଂ ମନ୍ତବ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବର୍ତ୍ତମାନର ନୋଟିସ୍ ଜାରି କରି ଏହାର ସତ୍ୟ ଏବଂ ସଠିକ୍ ତଥ୍ୟ ଦେବା ଉପଯୁକ୍ତ ଅଟେ । ନୋଟିସରେ କୁହାଯାଇଛି ଯେ ରୂପାଲି ଗାଙ୍ଗୁଲି ଏସବୁ ଦେଖିବା ପରେ ମାନସିକ ଆଘାତ ଦେଇ ଗତି କରୁଛନ୍ତି। ଏଥିପାଇଁ ତାଙ୍କୁ ଡାକ୍ତରୀ ସାହାଯ୍ୟ ନେବାକୁ ପଡିଛି। ଏଥିପାଇଁ ସେଟରେ ତାଙ୍କୁ ଅପମାନିତ କରାଯାଇଥିଲା ଏବଂ ଅନେକ ବୃତ୍ତିଗତ ସୁଯୋଗ ମଧ୍ୟ ସେ ହରାଇଛନ୍ତି ।

ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ ରୂପାଲି ଗାଙ୍ଗୁଲି ନିଜର ସମ୍ମାନ ରକ୍ଷା କରିବା ପାଇଁ ନିରବତା ରକ୍ଷା କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କୁ ଏବଂ ଅଶ୍ୱିନ୍ ଭର୍ମାଙ୍କ 11 ବର୍ଷର ପୁଅକୁ ମଧ୍ୟ ଏଥିରେ ଜଡ଼ିତ କରାଯାଇଥିବା ହେତୁ ତାଙ୍କୁ ମାନହାନି ନୋଟିସ୍ ଦାଖଲ କରିବାକୁ ବାଧ୍ୟ କରାଯାଇଥିଲା । 2009ରେ ତାଙ୍କ ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଅର୍ଥାତ୍ ଇଶା ଭର୍ମାଙ୍କ ମାଆ ଠାରୁ ଅଲଗା ହେବା ପୂର୍ବରୁ ରୂପାଲି ଗାଙ୍ଗୁଲି ଅଶ୍ୱିନ ଭର୍ମାଙ୍କ 12 ବର୍ଷ ଯାଏଁ ବନ୍ଧୁ ଥିଲେ ବୋଲି ନୋଟିସରେ ସ୍ପଷ୍ଟ ହୋଇଛି । ଏହା ମଧ୍ୟ କୁହାଯାଇଛି ଯେ ରୂପାଲି ଗାଙ୍ଗୁଲି, ଭର୍ମାଙ୍କ ସହ ଇଶାଙ୍କୁ ମନୋରଞ୍ଜନ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ଅନେକ ଫଟୋସୁଟ ସୁଯୋଗ ପ୍ରଦାନ କରିଥିଲେ ଏବଂ ଅଡିସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ।

ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ରୂପାଲି ଗାଙ୍ଗୁଲି, ଲଢିବେ ୨୦୨୪ ନିର୍ବାଚନ !

ଇନଷ୍ଟା ଆକାଉଣ୍ଟକୁ ପ୍ରାଇଭେଟ୍ କଲେ ଇଶା

ଇଶା ବର୍ମା ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି, ବରଂ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ କରିଛନ୍ତି । କହିରଖୁଛୁ କି, ଇଶା ରୂପାଲି ଗାଙ୍ଗୁଲିଙ୍କ ସ୍ୱାମୀ ଅଶ୍ୱିନ ବର୍ମା ଏବଂ ତାଙ୍କର ପୂର୍ବତନ ପତ୍ନୀ ସ୍ୱପ୍ନା ବର୍ମାଙ୍କ ଝିଅ । ଅଶ୍ୱିନ ଏବଂ ସପ୍ନା 1997 ମସିହାରେ ବିବାହ କରିଥିଲେ, ପରେ ଦୁହେଁ 2008 ମସିହାରେ ଅଲଗା ହୋଇଥିଲେ । ପରେ ଅଶ୍ୱିନ ରୂପାଲିଙ୍କ ସହ 2013ରେ ବିବାହ କରିଥିଲେ । ତେବେ ଅଭିନେତ୍ରୀଙ୍କ ସହ ଇଶା ତାଙ୍କ ବାପାଙ୍କୁ ମଧ୍ୟ ଦାୟୀ କରି ବିବାହ ସତ୍ତ୍ୱେ ରୂପାଲିଙ୍କ ସହ ସମ୍ପର୍କ ହେତୁ ତାଙ୍କ ମାଆ ଏବଂ ବାପା ଅଲଗା ହୋଇଯାଇଥିବା ଅଭିଯୋଗ କରିଥିଲେ । ଯାହା ପରେ ରୂପାଲି ମାନହାନି ନୋଟିସ ପଠାଇଥିବା ବେଳେ ଇଶା ନିଜ ଆକାଉଣ୍ଟକୁ ପ୍ରାଇଭେଟ କରିଛନ୍ତି ।

ଏହି ଘଟଣା କେବେ ଓ କେଉଁଠାରେ ଉଠିଥିଲା?

ଏହା ମାମଲା ସେହିଦିନ ଆରମ୍ଭ ହେଲା ଯେବେ ରେଡ୍ଡିଟରେ ଏକ ପୋଷ୍ଟ ଭାଇରାଲ୍ ହୋଇଥିଲା? ଜଣେ ୟୁଜର୍ ଇଶାଙ୍କ ପୁରୁଣା ଫେସବୁକ୍ ମନ୍ତବ୍ୟର କିଛି ଅଂଶ ସେୟାର କରିଥିଲେ । ଏହି ମନ୍ତବ୍ୟରେ ସେ ଅଶ୍ୱିନ ବର୍ମା ବିବାହିତ ଥିବା ସତ୍ତ୍ୱେ ସହ ରୂପାଲି ଗାଙ୍ଗୁଲିଙ୍କ ସହ ସମ୍ପର୍କରେ ଥିବା ଅଭିଯୋଗ କରିଥିଲେ । ଏବଂ ସେ ରୂପାଲିଙ୍କୁ କଠୋର ହୃଦୟ ବୋଲି ବର୍ଣ୍ଣନା କରିଥିଲେ । ଏହି ପୋଷ୍ଟ ତୁରନ୍ତ ଅନଲାଇନରେ ଭାଇରାଲ ହେବା ସହ ଅଶ୍ୱିନ୍ ଟ୍ୱିଟରରେ ଏକ ବିବୃତ୍ତି ଜାରି କରି ଏହି ଦାବିକୁ ଅସ୍ୱୀକାର କରିଥିଲେ । ହେଲେ ଏହାର ଜବାବରେ ଇଶା ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଥିଲେ, 'ଏହି କାହାଣୀର ଏକ ଅନ୍ଧକାର ମଧ୍ୟ ଅଛି। ମୁଁ ଚାହେଁ ଯେ ଯେତେବେଳେ ଏହା ଆସେ ସେତେବେଳେ ଦୟାଭାବର ଅନୁଭବ ହେଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.