ଓଡିଶା

odisha

ETV Bharat / bharat

ହିଂସାରେ ଜଳୁଛି ବାଂଲାଦେଶ: ଆଲର୍ଟରେ BSF, ସୀମାରେ ବଢିଲା ସୁରକ୍ଷା - BSF on Alert - BSF ON ALERT

BSF on Alert: ହିଂସାରେ ଜଳୁଛି ବାଂଲାଦେଶ । ପଡୋଶୀ ଦେଶର ହିଂସାକୁ ଦେଖି ଆଲର୍ଟରେ ସୀମା ସୁରକ୍ଷା ବଳ । ଭାରତ-ବାଂଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ନିଜେ BSF ଡିଜି କୋଲକାତା ଯାଇ ସ୍ଥିତି ସମୀକ୍ଷା କରିଛନ୍ତି । ପଢନ୍ତୁ ପୁରା ଖବର

BSF on Alert
BSF on Alert (ETV Bharat)

By ETV Bharat Odisha Team

Published : Aug 5, 2024, 8:40 PM IST

ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନ ହିଂସାରୁ ଜଳୁଛି ବାଂଲାଦେଶ । ଦେଶରେ ଏକ ପ୍ରକାର ଗୃହଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପଦରୁ ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହସିନା । ପଡୋଶୀ ଦେଶରେ ହିଂସାକୁ ଦେଖି ଭାରତ ସୀମାରେ ଆଲର୍ଟ ମୋଡରେ ବିଏସଏଫ । BSF (ସୀମା ସୁରକ୍ଷା ବଳ) ପକ୍ଷରୁ ଭାରତ-ବାଂଲାଦେଶ ସୀମାର 4,096 କିଲୋମିଟର ପରିଧି ମଧ୍ୟରେ ସବୁ ୟୁନିଟକୁ ଆଲର୍ଟ କରାଯାଇଛି । ବିଏସଏଫ ମହାନିର୍ଦ୍ଦେଶକ ଦଲଜିତ ସିଂ ଚୌଧୁରୀ କିଛି ବରିଷ୍ଠ ଅଧିକାରୀଙ୍କ ସହ କୋଲକାତାରେ ପହଞ୍ଚିଛନ୍ତି ।

BSF (ETV Bharat)

ଆଲର୍ଟରେ ରହିବାକୁ ନିର୍ଦ୍ଦେଶ:

ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶ । ସାରା ଦେଶରେ ବ୍ୟାପକ ହିଂସା ଲାଗିରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିଏସଏଫ ସମସ୍ତ ଫିଲ୍ଡ କମାଣ୍ଡରଙ୍କୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଯବାନଙ୍କୁ ସୀମାରେ ମୁତୟନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଂଲା ହିଂସାକୁ ଦେଖି ଗତ କିଛିଦିନ ହେଲା ସୀମାରେ ମୁତୟନ ଥିବା ଯବାନଙ୍କ ଛୁଟି ବାତିଲ କରାଯାଇଛି । ଅହରହ ସୀମାରେ କାର୍ଯ୍ୟ କରୁଛନ୍ତି ଯବାନ ।

ନାଗରିକଙ୍କୁ ଏପରି ପରାମର୍ଶ ଦେଲା ଭାରତ

ଗତକାଲି ବାଂଲାଦେଶରେ ବ୍ୟାପକ ହିଂସା ହେବା ସହ 90ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି । ଏହାକୁ ଦୃଷ୍ଟିରେ ରଖି ଭାରତ ନିଜ ନାଗରିକଙ୍କୁ ସତର୍କ ରହିବାକୁ ପୂର୍ବରୁ ପରାମର୍ଶ ଦେଇଛି । ଏଥିସହ ଆଗାମୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ପରାମର୍ଶରେ କହିଛି କି, ‘ବର୍ତ୍ତମାନ ଘଟଣାକ୍ରମକୁ ଦେଖିକି ଆଗାମୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ଢାକା ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସହ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି ।’

ବାଂଲାଦେଶକୁ ବିମାନ-ରେଳ ଚଳାଚଳ ବାତିଲ:

ହିଂସା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଂଲାଦେଶକୁ ବିମାନ ଚଳାଚଳ ବାତିଲ କରିଛି ଇଣ୍ଡିଗୋ । ଆସନ୍ତାକାଲି(ଅଗଷ୍ଟ 6) ପର୍ଯ୍ୟନ୍ତ ବାଂଲାଦେଶକୁ ଯିବାକୁ ଥିବା ସମସ୍ତ ବିମାନ ଯାତ୍ରାକୁ ବାତିଲ କରିଛି ଏୟାର ଇଣ୍ଡିଆ । ଏନେଇ ଇଣ୍ଡିଗୋ ପକ୍ଷରୁ ଏକ୍ସରେ ସୂଚିତ କରାଯାଇଛି । ସେହିପରି ଟ୍ରେନ ଚଳାଚଳକୁ ମଧ୍ୟ ବାତିଲ କରିଛି ଭାରତୀୟ ରେଳବାଇ ।

ବାଂଲା ସ୍ଥିତି ଉପରେ ଭାରତର ନଜର:

ପଡୋଶୀ ଦେଶ ସ୍ଥିତି ଉପରେ କ୍ରମାଗତ ନଜର ରଖିଛି ଭାରତ ବୈଦେଶିକ ମନ୍ତ୍ରଣାଳୟ । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ପରିସ୍ଥିତି ଉପରେ ନଜର ରଖିଛନ୍ତି । ବାଂଲା ପରିସ୍ଥିତିକୁ ନେଇ ଭାରତ ସରକାର ମଧ୍ୟ ବୈଠକ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଜଳୁଛି ବାଂଲାଦେଶ: ଗାଜିଆବାଦରେ ପ୍ରଧାନମନ୍ତ୍ରୀ ଶେଖ ହସିନା, ସେନା ହାତରେ କ୍ଷମତା, ସୀମାରେ BSFର ହାଇଆଲର୍ଟ, ବିମାନ-ରେଳ ଚଳାଚଳ ବନ୍ଦ କଲା ଭାରତ

ABOUT THE AUTHOR

...view details