ହାଇଦ୍ରାବାଦ:ହାଇଦ୍ରାବାଦ ଲୋକସଭା ନିର୍ବାଚନକୁ ଘୋଷଣା ହୋଇଛି ପ୍ରାର୍ଥୀ । ଭାରତୀୟ ଜନତା ପାର୍ଟି ପକ୍ଷରୁ କେ ମାଧବୀ ଲତାଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ମାଧବୀ ଲତାଙ୍କୁ Y+ ସୁରକ୍ଷା ଯୋଗାଇଦେବା ପାଇଁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କେବଳ ତେଲେଙ୍ଗାନା ପାଇଁ ଏହି ସୁରକ୍ଷା ପ୍ରଦାନ କରାଯାଇଛି । ପ୍ରକାଶଥାଉକି, ଚଳିତ ବର୍ଷ ହାଇଦ୍ରାବାଦ ଲୋକସଭା ନିର୍ବାଚନ ପାଇଁ ହାଇଭୋଲଟେଜ ଲଢେଇ ହେବ । AIMIM ଦଳ ତରଫରୁ ଆସଦୁଦ୍ଦିନ ଓୱେସି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ତେବେ ସୂଚନା ମୁତାବକ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି । ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ କେନ୍ଦ୍ର ସରକାରକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଆସଦୁଦ୍ଦିନ ଓୱେସି ହାଇଦ୍ରାବାଦ ଆସନରେ 40 ବର୍ଷ ଧରି ଶାସନ କରୁଥିବା ବେଳେ ଚଳିତ ବର୍ଷ ଏହି ଦୁର୍ଗ ଭାଙ୍ଗିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ବିଜେପି । ଗଡକୁ ଭାଙ୍ଗିବା ପାଇଁ ହାଇଦ୍ରାବାଦରୁ ବିଜେପି ଫାୟାର ବ୍ରାଣ୍ଡ ନେତ୍ରୀ ମାଧବୀ ଲତାଙ୍କୁ ହାଇଦ୍ରାବାଦରୁ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଛି । ପ୍ରଥମ ଥର ପାଇଁ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପରେ ମାଧବୀ କହିଥିଲେ, ସନାତନ ଧର୍ମକୁ ସୁରକ୍ଷା ଦେବା ପାଇଁ ବିଜେପି ମୋତେ ଯେଉଁ ଦାୟିତ୍ବ ଦେଇଛି, ତାହା କୌଣସି ଦ୍ବିଧାରେ ପୁରଣ ହେବ । " ଯଦି କହିବା ରାଜନୀତିରେ ନୂଆ ଚେହେରା ହୋଇଥିଲେ ମଧ୍ୟ ଓଓ୍ବେସିଙ୍କୁ କଡା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି ।