ଓଡିଶା

odisha

ETV Bharat / bharat

ECI ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ପକ୍ଷ ରଖିଲା କେନ୍ଦ୍ର - EC Selection Panel in SC

Centre Defends Dropping CJI from EC Selection Panel:ECI ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟରେ ପକ୍ଷ ରଖିଲା କେନ୍ଦ୍ର । ସ୍ଥଗିତାଦେଶ ଲାଗୁକୁ କଲା ବିରୋଧ । ଅଧିକ ପଢନ୍ତୁ

ନିର୍ବାଚନ ଆୟୋଗଙ୍କ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ପକ୍ଷ ରଖିଲା କେନ୍ଦ୍ର
ନିର୍ବାଚନ ଆୟୋଗଙ୍କ ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ପକ୍ଷ ରଖିଲା କେନ୍ଦ୍ର

By ETV Bharat Odisha Team

Published : Mar 20, 2024, 8:12 PM IST

ନୂଆଦିଲ୍ଲୀ:ନିର୍ବାଚନ ଆୟୋଗର ଆୟୁକ୍ତ ନିଯୁକ୍ତି ପାଇଁ ଥିବା ଚୟନ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବା ପାଇଁ କେନ୍ଦ୍ର ଆଣିଥିବା ସଂଶୋଧିତ ଅଧିନିୟମକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଆଜି ସର୍ବୋଚ୍ଚକୋର୍ଟ ଶୁଣାଣି କରିଛନ୍ତି । କେନ୍ଦ୍ରର ଏହି ସଂଶୋଧିତ ନିୟମର କାର୍ଯ୍ୟକାରିତାରେ ତୁରନ୍ତ ସ୍ଥଗିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଯାଇଥିଲା । ଶୁଣାଣିରେ ଆଜି ସ୍ଥିଗିତାଦେଶ ଆବେଦନକୁ ବିରୋଧ କରିବା ସହ କେନ୍ଦ୍ର ସରକାର ନିଜ ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ତର୍କ ରଖିଛି ।

ନିଷ୍ପତ୍ତିକୁ ସଠିକ ଦର୍ଶାଇ କେନ୍ଦ୍ର କହିଛି, ନିର୍ବାଚନ ଆୟୋଗ ଏକ ସ୍ବାଂୟତ ସଂସ୍ଥା । ତେଣୁ ଏହାର ଆୟୁକ୍ତ ନିଯୁକ୍ତି ପ୍ରକ୍ରିୟାରେ ନ୍ୟାୟପାଳିକାର କୌଣସି ଭାଗିଦାରୀ କିମ୍ବା କେହି ନ୍ୟାୟିକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ରହିବାର ପ୍ରଶ୍ନ ଉଠୁନାହିଁ । ତେଣୁ ଏହି ସଂଶୋଧନ ଅଧିନିୟମ ପାରିତ କରାଯାଇଛି । ଏଥିରେ ରହିତାଦେଶ ଲାଗୁ କରିବାର କୌଣସି ଯଥାର୍ଥତା ମଧ୍ୟ ନାହିଁ ।

କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ଦ୍ବାରା ଦାଖଲ କରାଯାଇଥିବା ଲିଖିତ ଉତ୍ତରରେ କୋର୍ଟଙ୍କୁ ଏହା ସ୍ପଷ୍ଟ କରାଯାଇଛି ଯେ, ନିର୍ବାଚନ କମିଶନ କିମ୍ବା ଏହା ପରି ଅନ୍ୟ କୌଣସି ସ୍ବାଂୟତ ସଂସ୍ଥାର ଆୟୁକ୍ତ କିମ୍ବା ଅନ୍ୟ କୌଣସି ପଦବୀ ପାଇଁ ଚୟନ ପ୍ରଣାଳୀରେ ନ୍ୟାୟପାଳିକାର କୌଣସି ଭୂମିକା ନାହିଁ । ତେଣୁ ଏହି କ୍ଷେତ୍ରରେ ମଧ୍ୟ ନ୍ୟାୟପାଳିକାକୁ ବାଦ ଦେବାରେ କୌଣସି ସମସ୍ୟା ନାହିଁ ।

ଗତବର୍ଷ (2023) ଡିସେମ୍ବର କେନ୍ଦ୍ର ସରକାର ଏହି ସଂଶୋଧିତ ଅଧିନିୟମ ସଂସଦରେ ପାରିତ କରିଥିଲେ । ଏଥିରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ 2 କମିଶନରଙ୍କୁ ଚୟନ ପାଇଁ ଥିବା ପ୍ୟାନେଲ ବ୍ୟବସ୍ଥା ଓ ଏହାର ସେବା ସର୍ତ୍ତାବଳୀରେ ମଧ୍ୟ ସଂଶୋଧନ କରାଯାଇଥିଲା । ଫଳରେ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ପ୍ୟାନେଲରେ ସଦସ୍ୟ ଥିବା ପ୍ରଧାନ ବିଚାରପତି ବାଦ ପଡିଥିଲେ । ଏହାକୁ ସଂସଦରେ ପାରିତ କରିବା ପରେ ଚଳିତ ମାସ ଜାନୁଆରୀ 2 ତାରିଖରେ କାର୍ଯ୍ୟକାରୀ ମଧ୍ୟ କରାଯାଇସାରିଛି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ, କାହିଁକି ଇଡିରେ ହାଜର ହେଉନ ?

ଏବେ ସଂଶୋଧିତ ଅଧିନିୟମ ପାରିତ ହେବା ପରେ ପ୍ୟାନେଲରେ ପ୍ରଧାନମନ୍ତ୍ରୀ, ଅନ୍ୟ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିରୋଧୀ ଦଳର ନେତା ସଦସ୍ୟ ରହିଛନ୍ତି । ନିକଟରେ ଦୁଇ ନିର୍ବାଚନ କମିଶନରଙ୍କ ଚୟନ ପ୍ରକ୍ରିୟା ମଧ୍ୟ ଏହି କମିଟି ଚୂଡାନ୍ତ କରିଥିଲା । ହେଲେ ଏହି ବିଲ ସଂସଦରେ ଆଗତ ହେବା ସମୟରୁ ଏହାକୁ ନେଇ ତର୍କ ଓ ବିବାଦ ଜାରି ରହିଛି । ଏହାକୁ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ନୀତି ବୋଲି ବିରୋଧୀ କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details