ଓଡିଶା

odisha

ETV Bharat / bharat

ପାକିସ୍ତାନରୁ ଆସି ଭାରତରେ ପଶୁଥିଲା, ଯବାନଙ୍କ ଗୁଳିରେ ଟଳିଲା ଅନୁପ୍ରବେଶକାରୀ - Intruder shot dead - INTRUDER SHOT DEAD

BSF Guns Down One Intruder: ଜମ୍ମୁ କାଶ୍ମୀର ସମ୍ବା ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବେଳେ ଯବାନଙ୍କ ଗୁଳିରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ । ଅଧିକ ପଢନ୍ତୁ

ପାକିସ୍ତାନରୁ ଆସି ଭାରତରେ ପଶୁଥିଲା, ଯବାନଙ୍କ ଗୁଳିରେ ଟଳିଲା ଅନୁପ୍ରବେଶକାରୀ
ପାକିସ୍ତାନରୁ ଆସି ଭାରତରେ ପଶୁଥିଲା, ଯବାନଙ୍କ ଗୁଳିରେ ଟଳିଲା ଅନୁପ୍ରବେଶକାରୀ

By ETV Bharat Odisha Team

Published : May 2, 2024, 9:26 AM IST

ଶ୍ରୀନଗର:ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ଯବାନଙ୍କ ଗୁଳିରେ ଟଳିଲା ଅନୁପ୍ରବେଶକାରୀ । ଗତକାଲି (ବୁଧବାର) ରାତିରେ ଜମ୍ମୁ-କାଶ୍ମୀର ସମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ ବେଳେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନୁପ୍ରବେଶକାରୀ ଜଣକ ପାକିସ୍ତାନ ଆଡୁ ଆସି ଅନ୍ତର୍ଜାତୀୟ ବର୍ଡରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଏହା ଦେଖିବା କ୍ଷଣି ସେଠାରେ ମୁତୟନ ଥିବା ବିଏସଏଫ ଯବାନ ସନ୍ଦିଗ୍ଧ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ତା'ର ମୃତ୍ୟୁ ହୋଇଥିବା ବିଏସଏଫ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ପାକିସ୍ତାନ ନାଗରିକ ହୋଇଥିବା ଅନୁମାନ କରାଯାଉଛି ।

ବିଏସଏଫ ସୂଚନା ଅନୁଯାୟୀ, ଗତକାଲି (ବୁଧବାର) ରାତିରେ ସମ୍ବା ଅନ୍ତର୍ଜାତୀୟ ସୀମାରେ ଜଣେ ବ୍ୟକ୍ତିର ଗତିବିଧି ଉପରେ ବିଏସଏଫ ୧୨୫ ବାଟାଲିୟନ ଯବାନଙ୍କ ସନ୍ଦେହ ହୋଇଥିଲା । ସେହି ବ୍ୟକ୍ତି ଜଣକ ପାକିସ୍ତାନ ସୀମା ଅତିକ୍ରମ କରି ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା । ଏହା ଦେଖି ଯବାନମାନେ ତାକୁ ଅଟକାଇବାକୁ ଚେତାବନୀ ଦେଇଥିଲେ । ଏହାସତ୍ତ୍ବେ ସେ ବର୍ଡର ତାରବାଡ ଆଡକୁ ଆଗକୁ ବଢିଥିଲା । ଯେଉଁ କାରଣରୁ ତାକୁ ଅଟକାଇବାକୁ ଯାଇ ସୁରକ୍ଷାବଳକୁ ଗୁଳି ମାରିବାକୁ ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଜଣେ ଆତଙ୍କୀ ସଫା

ଏହି ଘଟଣାରେ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ । ବିଏଏସଫର ସୂଚନା ଅନୁଯାୟୀ, ତଦନ୍ତ ପ୍ରକ୍ରିୟାରେ ସହୟତା ପାଇଁ ବର୍ତ୍ତମାନ ସେହି ଅଞ୍ଚଳରେ ତଲାସି କରାଯାଉଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: BSF ଗୁଳିରେ ଦୁଇ ପାକିସ୍ତାନୀ ଅନୁପ୍ରବେଶକାରୀ ମୃତ

ଏହା ମଧ୍ୟ ପଢନ୍ତୁ: ସୋପୁର ଏନକାଉଣ୍ଟରେ ସୁରକ୍ଷାକର୍ମୀକୁ ସଫଳତା, 2 ଆତଙ୍କୀ ସଫା - SOPORE ENCOUNTER

ତେବେ ବିଭିନ୍ନ ସମୟରେ ପାକିସ୍ତାନ ପଟୁ ଏପରି ଅନୁପ୍ରବେଶ ଉଦ୍ୟମ ଜାରି ରହିଛି । ପାଗରେ ପରିବର୍ତ୍ତନ କିମ୍ବା ବରଫାପାତର ସୁଯୋଗ ନେଇ ସୁରକ୍ଷାବଳକୁ ଚକମା ଦେଇ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥାନ୍ତି । ପୂର୍ବରୁ ଅନେକ ଥର ସୁରକ୍ଷାବଳ ସମ୍ବା ଏବଂ ଜମ୍ମୁ କାଶ୍ମୀରର ଅନ୍ୟ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details