ହାଇଦ୍ରାବାଦ:ସଡକ ଦୁର୍ଘଟଣାରେ ତେଲେଙ୍ଗାନା ବିଆରଏସ ବିଧାୟିକାଙ୍କ ମୃତ୍ୟୁ । ଆଜି (ଶୁକ୍ରବାର) ସକାଳେ ୩୭ ବର୍ଷୀୟା ବିଆରଏସ ବିଧାୟିକା ଜି. ଲସ୍ୟା ନନ୍ଦିତା ଦୁର୍ଘଟଣାରେ ଆଖି ବୁଜିଛନ୍ତି । ହାଇଦ୍ରାବାଦର ନେହେରୁ ଆଉଟର ରିଙ୍ଗ ରୋଡରେ ତାଙ୍କର କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ ଭାରସାମ୍ୟ ହରାଇ ଏକ ଡିଭାଇଡରେ ପିଟି ହୋଇଥିଲା । ବିଧାୟିକାଙ୍କୁ ଗାଡି ଭିତରୁ ଉଦ୍ଧାର କରାଯାଇ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣାରେ ବିଧାୟିକାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏବେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି । ଏନେଇ ସଙ୍ଗାରେଡ୍ଡି ଏସପି ସିଏଚ ରୂପେଶ କହିଛନ୍ତି ଯେ, ବିଧାୟିକା ଲସ୍ୟା ନନ୍ଦିତା କାର୍ରେ ବସାରାରୁ ଗାଚିବାଉଲି ଅଭିମୁଖେ ଯାଉଥିଲେ । ତାଙ୍କର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣାରେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥିରେ ବିଧାୟିକାଙ୍କ ଡ୍ରାଇଭର ସହ ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ବିଧାୟିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଏହା ମଧ୍ୟ ପଢନ୍ତୁ:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ