ଜୟପୁର:ଜୟପୁର ବିମାନ ବନ୍ଦରକୁ ପୁଣି ଥରେ ବୋମାରେ ଉଡ଼ାଇବାକୁ ଧମକ ଦିଆଯାଇଛି । ଶୁକ୍ରବାର ଇ-ମେଲ ଜରିଆରେ ଏହି ଧମକ ଦିଆଯିବା ପରେ ସିଆଇଏସଏଫ ଯବାନ ଆଲର୍ଟ ମୋଡକୁ ଆସିବା ସହ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୁରା ଏୟାରପୋର୍ଟରେ ଦୀର୍ଘ ୨ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ହେଲେ ବିମାନ ବନ୍ଦରରୁ ସେପରି କୌଣସି ବିସ୍ଫୋଟକ ମିଳିନଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ, ଜୟପୁର ବିମାନ ବନ୍ଦରର ଅଫିସିଆଲ ମେଲ ଆଇଡିକୁ ଏହି ଧମକପୂର୍ଣ୍ଣ ସୂଚନା ଦିଆଯାଇଥିଲା । ଦେଢ ମାସ ମଧ୍ୟରେ ଏହା ଦ୍ବିତୀୟ ଥର ଲାଗି ଥିଲା । ଏହା ପୂର୍ବରୁ ଡିସେମ୍ବର ୨୭ ତାରିଖରେ କେହି ଦୁର୍ବୃତ୍ତ ଏପରି ଧମକ ଦେଇଥିଲା । ଶୁକ୍ରବାର ଆସିଥିବା ଏହି ମେଲ ସମ୍ପର୍କରେ ପ୍ରାୟ ୧୦ ଘଣ୍ଟା ପରେ ସିଆଇଏସଏଫ ଅବଗତ ହୋଇଥିଲା । ଏହାପରେ ତୁରନ୍ତ ସେନା ଆଲର୍ଟ ମୋଡକୁ ଆସିଥିବା ବେଳେ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା । ସୁରକ୍ଷା ଏଜେନ୍ସି ଜୟପୁର ଏୟାରପୋର୍ଟରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ବୋମା ନିଷ୍କ୍ରିୟକାରୀ ଟିମ ସହିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।
ଏହା ବି ପଢନ୍ତୁ- 'ଓ୍ବାନ ମିଲିୟନ ଡଲାର ଦିଅ ନଚେତ ବ୍ଲାଷ୍ଟ', ମୁମ୍ବାଇ ଏୟାରପୋର୍ଟକୁ ଧମକପୂର୍ଣ୍ଣ ଇମେଲ