ଓଡିଶା

odisha

By ETV Bharat Odisha Team

Published : Jan 28, 2024, 7:40 AM IST

ETV Bharat / bharat

ଭାଙ୍ଗିବ RJD-JDU ମହାଗଠବନ୍ଧନ ସରକାର ! ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତିଶ, ପାଟନା ଆସୁଛନ୍ତି ଶାହ-ନଡ୍ଡା

Bihar political crisis: ବିହାର ରାତନୀତିରେ ଆଜି ହୋଇପାରେ ବଡ ପରିବର୍ତ୍ତନ । ବିଜେପି ସହ ମେଣ୍ଟ ସରକାର ଗଠନ ନେଇ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ । ଅଧିକ ପଢନ୍ତୁ

ଆଜି ରାଜ୍ୟପାଳଙ୍କୁ ଭେଟିବେ ନୀତିଶ
Bihar politics

ପାଟନା:ବିହାର ରାଜନୀତିରେ ହଟଚମଟ ସ୍ଥିତି । ରାଜ୍ୟରେ ଟଳମଳ ଆରଜେଡି-ଜେଡିୟୁ ମହାଗଠବନ୍ଧନ ସରକାର । ଆଜି ହୋଇପାରେ ବଡ ପରିବର୍ତ୍ତନ । ସବୁ ଚର୍ଚ୍ଚା ଓ କଳ୍ପନା ଜଳ୍ପନାରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଆରଜେଡି ସହ ସମସ୍ତ ସମ୍ପର୍କ ତୁଟାଇ ଏନଡିଏକୁ ୟୁଟର୍ଣ୍ଣ କରିପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ପତ୍ର ଦେବା ସହ ବିଜେପି ସାଙ୍ଗରେ ମେଣ୍ଟ ସରକାର ଗଠନ ନେଇ ଘୋଷଣା କରିପାରନ୍ତି ଜେଡିୟୁ ମୁଖ୍ୟ ନୀତିଶ କୁମାର । ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ମଧ୍ୟ ହୋଇପାରେ । ଏପରି ଚର୍ଚ୍ଚା ମଧ୍ୟରେ ଆଜି ବିହାର ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଯାହା ରାଜ୍ୟରେ ବିଜେପି ଓ ଜେଡିୟୁ ମହାମେଣ୍ଟ ସରକାର ଗଠନ ହୋଇପାରେ ବୋଲି ଏକ ପ୍ରକାର ଆଭାସ ମିଳିଛି । ଉଭୟ ନେତା ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଆସିଥାଇପାରନ୍ତି ବୋଲି କୁହାଯାଉଛି ।

ଆଜି ସକାଳ 10ଟା ସମୟରେ ଜେଡିୟୁ ବିଧାୟକ ଦଳର ବୈଠକ ବସିବ । ଏହାପରେ ଏନଡିଏ ବିଧାୟକଙ୍କ ବୈଠକ ବସିବ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦୁଇ ବିଧାୟକ ଦଳର ବୈଠକ ବସିବାକୁ ଥିବା ବେଳେ ବୁଝାମଣାପତ୍ର ମଧ୍ୟ ପ୍ରସ୍ତୁତ କରାଯିବ । ଶନିବାର ଜେଡିୟୁ ଦଳର ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା ଅନୁଯାୟୀ, ସକାଳ ପ୍ରାୟ 10ଟା 30 ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜଭବନକୁ ଯିବାର ସମ୍ଭାବନା ରହିଛି । ରାଜଭବନରେ ପହଞ୍ଚିବା ପରେ ଇସ୍ତଫା ପତ୍ର ଏବଂ ଅନ୍ୟପଟେ ଏନଡିଏ ସହ ମେଣ୍ଟ ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ନୀତିଶ ସମ୍ମତି ପତ୍ର ମଧ୍ୟ ପ୍ରଦାନ କରିବେ ବୋଲି କୁହାଯାଉଛି । ଆଜି ରାଜ୍ୟପାଳଙ୍କୁ ଭେଟିବାକୁ ନୀତିଶ ସମୟ ମାଗିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ-ମମତାଙ୍କ ସ୍କ୍ରିପ୍ଟ, ନୀତିଶଙ୍କ ରୋଲ; ରିଲିଜ ପୂର୍ବରୁ ଇଣ୍ଡିଆ ମହାମେଣ୍ଟ ଫିଲ୍ମ ଫ୍ଲପ୍

ଗତକାଲି ( ଶନିବାର) ଆରଜେଡି ନେତାଙ୍କ ଏକ ବୈଠକ ବସିଥିଲା । ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ନିଜ ବିଧାୟକଙ୍କ ସମ୍ମୁଖରେ ନୀତିଶଙ୍କ ପ୍ରଶଂସା କରିଥିଲେ । ତେଜସ୍ବୀ ଯାଦବ ନୀତିଶଙ୍କୁ ତାଙ୍କର ଅଭିଭାବକ ବୋଲି କହିଥିଲେ । ବିଜେପିରେ ମଧ୍ୟ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଦଳର ସମସ୍ତ ବରିଷ୍ଠ ନେତାମାନେ ଏକାଠି ବସି ସ୍ଥିତି ସମ୍ପର୍କରେ ଗମ୍ଭୀର ଭାବେ ଆଲୋଚନା କରିବା ସହ ନୀତିଶ କୁମାରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ବିହାର ରାଜନୀତିରେ କଣ ପରିବର୍ତ୍ତନ ହେଉଛି ତାହା ଆଜି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details