ନୂଆଦିଲ୍ଲୀ:କଂଗ୍ରେସ ନେତାରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି । ଗୃହମନ୍ତ୍ରୀ ଅମିତ ଶାହ ମାନହାନୀ ମାମଲାରେ ସୁଲତାନପୁର କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଆଜି(ମଙ୍ଗଳବାର) ଉତ୍ତରପ୍ରଦେଶରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଜାରି ରହିଥିବା ବେଳେ ଅଧାରୁ ସେ ସୁଲତାନପୁର କୋର୍ଟରେ ହାଜର ହୋଇଥିଲେ । କଡା ସୁରକ୍ଷା ବଳୟ ମଧ୍ୟରେ ସେ ଅମେଥୀରୁ ଯାଇ କୋର୍ଟରେ ଜାହର ହୋଇଥିଲେ । ରାହୁଲ ଗାନ୍ଧୀଙ୍କ ଜାମିନ ନିମନ୍ତେ ତାଙ୍କ ଆଇନଜୀବୀ କୋର୍ଟରେ ଦସ୍ତାବିଜ ଦାଖଲ କରିଥିଲେ । ପରେ ନ୍ୟାୟାଳୟଙ୍କ ସର୍ତ୍ତ ପାଳନ ନେଇ ସ୍ୱୀକାର କରିବା ପରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।
ଏହାପରେ ପୁଣି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପାଇଁ ଆମେଥୀ ଗସ୍ତ କରିଛନ୍ତି ରାହୁଲ ଗାନ୍ଧୀ । 2018 ମସିହାରେ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଏକ ପ୍ରେସ କନଫରେନ୍ସରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ଏହି ସମୟରେ ସେ ଅମିତ ଶାହଙ୍କୁ 'ହତ୍ୟାକାରୀ' ଭାବେ ମଧ୍ୟ ଦର୍ଶାଇଥିଲେ । ଏଭଳି ମନ୍ତବ୍ୟକୁ ନିନ୍ଦା କରିବା ସହ ବିଜେପି ନେତା ବିଜୟ ମିଶ୍ରା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । 2018 ମସିହା ଅଗଷ୍ଟ 4 ତାରିଖରେ ଉତ୍ତରପ୍ରଦେଶ ସୁଲତାନପୁର ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ନାଁରେ ମାନହାନୀ ମାମଲା ରୁଜୁ କରିଥିଲେ ବିଜୟ ମିଶ୍ରା । ଏହାପରେ ସୁଲତାନପୁରରେ ଏହି ମାମଲା ଚାଲିଥିଲା ।