ବେଙ୍ଗାଲୁରୁ: ଇଞ୍ଜିନିୟର ଅତୁଲ ସୁଭାଷଙ୍କ ମୃତ୍ୟୁ ଘଟଣାରେ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ । ସ୍ବାମୀକୁ ନିର୍ଯାତନା ଦେଇ ଗିରଫ ହେଲେ ସ୍ତ୍ରୀ ନିକିତା ସିଙ୍ଘାନିଆ । ଗୁରୁଗ୍ରାମରୁ ପୋଲିସ ତାଙ୍କୁ ଗରିଫ କରିଛି । ନିକିତାଙ୍କ ସମେତ ତାଙ୍କ ମା ନିଶା ସିଙ୍ଘାନିଆ ଓ ଭାଇ ଅନୁରାଗଙ୍କୁ ପୋଲିସ ହେପାଜତକୁ ନେଇଛି । ହ୍ବାଇଟ ଫିଲ୍ଡ ଡିଭିଜନ ଡିସିପି ଶିବକୁମାରଙ୍କ କହିବା ଅନୁଯାୟୀ, ତିନି ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଡ ଚାଲାଣ କରାଯାଇଥିଲା । ପରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି । ଜୀବନ ହାରିବା ପାଇଁ ଉସକାଇବା ଅଭିଯୋଗରେ ସମସ୍ତଙ୍କୁ ଗିରଫ କରାଯାଇଛି ।
ଚଳିତ ସପ୍ତାହ ଆରମ୍ଭରୁ, ବେଙ୍ଗାଲୁରୁ ପୋଲିସ ଉତ୍ତରପ୍ରଦେଶ ପୋଲିସ ଠାରୁ ଅଭିଯୁକ୍ତଙ୍କ ପତା ଲଗାଇବା ପାଇଁ ସାହାଯ୍ୟ ମାଗିଥଲା । କାରଣ ସୂଚନା ମିଳିଥିଲା ଗୁରୁବାର ନିଶା ଏବଂ ଅନୁରାଗ ତାଙ୍କ ଘର ଜୋନପୁର ଘରୁ ପଳାୟନ କରିଥିଲେ । ଶୁକ୍ରବାର ବେଙ୍ଗାଲୁରୁ ପୋଲିସ କହିଥିଲା, ମୃତକଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପଞ୍ଜୀକୃତ ହୋଇଥିବା ମାମଲା ଆଧାରରେ ଯାଞ୍ଚ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ବେଙ୍ଗାଲୁରୁ ପୋଲିସ କମିଶନର ବି ମୃତକଙ୍କୁ ନ୍ୟାୟ ଦେବାକୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ଏକ ଘରୋଇ ସଂସ୍ଥାରେ କାମ କରୁଥିବା 34 ବର୍ଷିୟ ଡେପୁଟି ଜେନେରାଲ୍ ମ୍ୟାନେଜର ଅତୁଲ ସୁଭାଷ ତାଙ୍କ ବେଙ୍ଗାଲୁରୁ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ପୂର୍ବରୁ ଏକ 24 ପୃଷ୍ଠାର ନୋଟ୍ ଲେଖିଥିଲେ । ଯେଉଁଥିରେ ସେ ତାଙ୍କ ପତ୍ନୀ ଏବଂ ସମ୍ପର୍କୀୟଙ୍କୁ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ସୁଇସାଇଡ ନୋଟରେ ସେ ଅଭିଯୋଗ କରିଛନ୍ତି ଯେ ଏହି ମାମଲାର ସମାଧାନ ପାଇଁ ଜଣେ ଓକିଲ ତାଙ୍କ 5 ଲକ୍ଷ ଟଙ୍କା ମାଗିଥିଲେ । ମୃତ୍ୟୁ ପୂର୍ବରୁ ଦେଢ ଘଣ୍ଟାର ଏକ ଭିଡିଓ ମଧ୍ୟ କରିଥିଲେ ।