ଓଡିଶା

odisha

ETV Bharat / bharat

Driver Slaps Woman: ବୁକିଂ କ୍ୟାନସଲ କରିଦେଲେ ବୋଲି ଯୁବତୀଙ୍କୁ ମାଡ଼, ଡ୍ରାଇଭର ଗିରଫ - Driver Detained For Slapping Woman

Auto Driver Slaps Woman Over Ride Cancellation: ବୁକିଂ କ୍ୟାନସଲ କରିବାରୁ ମହିଳାଙ୍କୁ ଗାଳିଗୁଲଜ କଲେ ଅଟୋ ଡ୍ରାଇଭର । ଖାଲି ସେତିକି ନୁହେଁ, ହାତ ଉଠାଇବାକୁ ମଧ୍ୟ ପଛାଇଲେନି । ଗ୍ୟାସ କ'ଣ ତୁମ ବାପା ଭରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ବଚସା କରିଥିଲେ । ଆଉ ଏଭଳି ବ୍ୟବହାର ଡ୍ରାଇଭରଙ୍କୁ ମହଙ୍ଗା ପଡ଼ିଛି । କ'ଣ ଥିବା ପୂରା ଘଟଣା, ଜାଣନ୍ତୁ ।

Driver Slaps Woman
Driver Slaps Woman (X, Bengaluru DCP)

By ETV Bharat Odisha Team

Published : Sep 6, 2024, 7:46 AM IST

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ଘଟିଛି ଆଶ୍ଚର୍ଯ୍ୟ କଳା ଭଳି ଘଟଣା । ବୁକିଂ କ୍ୟାନସଲ କରିବାରୁ ମହିଳାଙ୍କୁ ଚାପୁଡ଼ା ମାରିଲେ ଅଟୋ ଡ୍ରାଇଭର । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଛି । ଅନ୍ୟପଟେ ଘଟଣାକୁ ନେଇ ସମ୍ପୃକ୍ତ ଅଟୋ ଡ୍ରାଇଭର ଆର ମୁଥୁରାଜକୁ ପୋଲିସ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ୱେଷ୍ଟ ବେଙ୍ଗାଲୁରୁ ଡିସିପି । ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଡ୍ରାଇଭରଙ୍କ ଚରିତ୍ର, ବ୍ୟବହାର ଆଦି ତର୍ଜମା କରି ଚାକିରି ଦେବାକୁ କମ୍ପାନୀମାନଙ୍କୁ ଅପିଲ କରିଛି ପୋଲିସ ।

Driver Slaps Woman (X)

କ'ଣ ଥିଲା ପୂରା ଘଟଣା?

ବେଙ୍ଗାଲୁରୁରରେ ଜଣେ ମହିଳା ଅନଲାଇନ ଆପ୍ ଜରିଆରେ ଏକ ଅଟୋ ବୁକ୍ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାହାକୁ କ୍ୟାନସଲ କରିଦେଇଥିଲେ । ଏହାପରେ ସେ ଆଉ ଏକ ଅଟୋ ଯୋଗେ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ । ହେଲେ ପୂର୍ବରୁ ବୁକ୍ କରିଥିବା ଅଟୋ ଡ୍ରାଇଭର ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ହୋଇ ମହିଳାଙ୍କ ସହ ବଚସା କରିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ମହିଳାଙ୍କୁ ଚାପୁଡା ମାରିଲେ ଡ୍ରାଇଭର:

ଡ୍ରାଇଭର ଜଣଙ୍କ ମହିଳାଙ୍କୁ ଗାଳି ଗୁଲଜ କରିବା ସହିତ ହାତ ଉଠାଇବାକୁ ମଧ୍ୟ ପଛାଇନାହାନ୍ତି । ଭିଡିଓରେ ଶୁଣିବାକୁ ମିଳିଛି, ସମ୍ପୃକ୍ତ ଯୁବତୀଙ୍କୁ ଅଟୋ ଡ୍ରାଇଭର ପ୍ରଶ୍ନ କରୁଛନ୍ତି ଯେ ଗ୍ୟାସ କ'ଣ ତୁମ ବାପା ଭରୁଛନ୍ତି? କ୍ୟାନସଲ କ'ଣ ପାଇଁ କଲ?" ଉତ୍ତରରେ ଯୁବତୀ ଜଣଙ୍କ କହିଛନ୍ତି ଯେ, ଆପଣ କ'ଣ ଆମମାନଙ୍କ ରାଇଡ୍ କ୍ୟାନସଲ କରୁନାହାନ୍ତି କି? ଆମେ କଲୁ ତ କ'ଣ ହେଲା? ଏପରି ଦୁର୍ବ୍ୟବହାର କରନ୍ତୁ ନାହିଁ । ନଚେତ ମୁଁ ପୋଲିସର ଦ୍ବାରସ୍ଥ ହେବି ।"

ଏହା ବି ପଢନ୍ତୁ...ବାହାଘରକୁ ଆସିବାକୁ ଲୋକଙ୍କୁ କୋଶ୍ଚିନ ପେପର ପଠାଇଦେଲେ ଶିକ୍ଷୟିତ୍ରୀ ! ମିଳିଲା 100ରୁ 100 ମାର୍କ - Wedding Card Like Question Paper

ଏହା ବି ପଢନ୍ତୁ...DIETରେ ଛାତ୍ରୀଙ୍କୁ ନିର୍ଯାତନା; ଚ୍ୟାମ୍ବରକୁ ଡାକି ଅସଦାଚରଣ କରୁଥିଲେ ପ୍ରିନ୍ସିପାଲ, ଜିଲ୍ଲାପାଳ କହିଲେ ତଦନ୍ତ ହେବ - Harassment allegation on Principal

ଡ୍ରାଇଭର ଗିରଫ:

ଏହି ବଚସା ସମୟର ଭିଡିଓ ଯୁବତୀ ଜଣଙ୍କ ନିଜ ମୋବାଇଲରେ ରେକର୍ଡ କରିଥିବା ଅନୁମାନ କରାଯାଉଛି । ଯାହାକି ସୋସିଆଲ ମିଡିଆରେ ବିଜୁଳି ବେଗରେ ଭାଇରାଲ ହୋଇଛି । ଆଉ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେଙ୍ଗାଲୁରୁ ପୋଲିସ । ଅଭିଯୁକ୍ତ ଡ୍ରାଇଭର ଆର ମୁଥୁରାଜକୁ ଗିରଫ କରିଛି ପୋଲିସ । ଏହାସହ ମହିଳାଙ୍କ ସୁରକ୍ଷାକୁ ନଜରରେ ରଖି ଡ୍ରାଇଭରଙ୍କ ଚରିତ୍ର, ବ୍ୟବହାର ଆଦି ତର୍ଜମା କରି ଚାକିରି ଦେବାକୁ କମ୍ପାନୀମାନଙ୍କୁ ପୋଲିସ ପକ୍ଷରୁ ଅପିଲ କରାଯାଇଛି ।

ଏହା ବି ପଢନ୍ତୁ...ମୋହନ ସରକାରଙ୍କ ଆକ୍ସନ ! ମହିଳା ଇନସ୍ପେକ୍ଟରଙ୍କ ଘରେ ଗଣ୍ଡଗୋଳ; ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ - Govt suspends DIG Rajesh Pandit

ଏହା ବି ପଢନ୍ତୁ...ଅଟଳ ସେତୁରୁ ଡେଉଁଥିଲେ ମହିଳା, ଫିଲ୍ମ ଷ୍ଟାଇଲରେ ଜୀବନ ବଞ୍ଚାଇଲେ ପୋଲିସ-କ୍ୟାବ ଡ୍ରାଇଭର, ଦେଖନ୍ତୁ CCTV ଭିଡିଓ - woman tried to jump off atal setu

ଏହା ବି ପଢନ୍ତୁ...FIR ଲେଖିବାକୁ ପେପର ଦେଲାନି ପୋଲିସ, କାଗଜ ଓ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ - MLA Amarendra Das At Police Station

ABOUT THE AUTHOR

...view details