ଓଡିଶା

odisha

ETV Bharat / bharat

ବଣ୍ଟୋଗେ ତୋ କଟୋଗେ: ଯୋଗୀ ଆଦିତ୍ୟନାଥଙ୍କ ବୟାନକୁ ବାଗେଶ୍ୱର ବାବାଙ୍କ ସମର୍ଥନ - BAGESWAR BABA IN CHHATTISGARH

ଛତିଶଗଡ଼ରେ ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ଯୋଗୀ ଆଦିତ୍ୟନାଥଙ୍କ 'ବଣ୍ଟୋଗେ ତୋ କଟୋଗେ' ବୟାନକୁ ସମର୍ଥନ କରିଛନ୍ତି ବାଗେଶ୍ୱର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ।

Bageswar Baba In Chhattisgarh
Bageswar Baba In Chhattisgarh (ETV Bharat Chhattisgarh)

By ETV Bharat Odisha Team

Published : Nov 3, 2024, 7:31 PM IST

Updated : Nov 3, 2024, 8:54 PM IST

ରାୟପୁର: ଛତିଶଗଡ଼ରେ ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ସେ ରାୟପୁରରେ ପହଞ୍ଚିଥିବାବେଳେ ତାଙ୍କୁ ସ୍ବାଗତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଏହାପରେ କବର୍ଦ୍ଧା ଗସ୍ତ କରିଛନ୍ତି ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ସେଠାରେ ସେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା 'ବଣ୍ଟୋଗେ ତୋ କଟୋଗେ' ଅର୍ଥାତ୍ 'ବିଭାଜିତ ହେବ, ତ କଟିବ' ବୟାନକୁ ସମର୍ଥନ କରିଛନ୍ତି ।

Bageswar Baba In Chhattisgarh (ETV Bharat Chhattisgarh)

ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, "ଏବେ ହିନ୍ଦୁଙ୍କୁ ଏକତ୍ରିତ ହେବାର ସମୟ ଆସିଯାଇଛି। ଜଣେ ଜିମ୍ ଟ୍ରେନର ମୋ ପାଖକୁ ଆସିଥିଲେ । ମୁଁ ତାଙ୍କୁ ଗୋଟିଏ କାଠ ଦେଇ କହିଲି ତାକୁ ଭାଙ୍ଗିବାକୁ । ଆଉ ସେ ଭାଙ୍ଗି ମଧ୍ୟ ଦେଲେ । ଆଉ ଯେତେବେଳେ ମୁଁ ବହୁତ କାଠ ଏକାଠି କରି ଦେଲି, ସେତେବେଳେ ସେ ଭାଙ୍ଗିପାରିନଥିଲେ । ଏହାର ଅର୍ଥ ହେଉଛି ଯେତେବେଳେ ଆପଣ ଏକଜୁଟ ହେଉଛନ୍ତି କେହି ଆପଣଙ୍କୁ ଅଲଗା କରିପାରିବେ ନାହିଁ । ସେଥିପାଇଁ ଯଦି ଅଲଗା ବା ବିଭାଜିତ ହେଉଛନ୍ତି, ତ କଟିବାଟା ଥୟ କଥାଟି ସତ।"

ଏହା ବି ପଢନ୍ତୁ...ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ

"ମୁଁ ପ୍ରୟାଗରାଜ କୁମ୍ଭ କ୍ଷେତ୍ରରେ ଦୋକାନ ଖୋଲିବା ପାଇଁ ହିନ୍ଦୁମାନଙ୍କର ଦାବିକୁ ସମର୍ଥନ କରେ। ଯେଉଁମାନେ ସନାତନ ଧର୍ମ ବିଷୟରେ ଜାଣନ୍ତି ନାହିଁ ସେମାନେ ସାଧୁମାନଙ୍କୁ କିପରି ସମ୍ମାନ କରିବେ?" ବୋଲି କହଛନ୍ତି ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ଏହାସହ ପଥର କାଣ୍ଡ, ପାଲଘର ଘଟଣା ଆଦି ବିଷୟରେ କହିବା ସହ ଏପରି କରୁଥିବା ବ୍ୟକ୍ତି ଆଣ୍ଟି ସନାତନ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, "40 କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ 300ଇଂରେଜ ଆସି ଦେଶବାସୀଙ୍କୁ ଗୁଲାମ କରି ରଖିଥିଲେ । ଆଉ ଯଦି ପୁଣି ସେମିତି ଗୁଲାମ ହୋଇ ରହିବାର ଅଛି ତେବେ ବିଭାଜିତ ହୋଇଯାଅ ।" ବାଗେଶ୍ବର ଧାମର ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଛତିଶଗଡ ଗସ୍ତରେ ଆସି ଏହି ସବୁ ବିଷୟରେ ଚର୍ଚ୍ଚା କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...Controversial statement on Sai Baba: ବାଘେଶ୍ବର ବାବାଙ୍କ ବିରୋଧରେ ମାମଲା ରୁଜୁ

Last Updated : Nov 3, 2024, 8:54 PM IST

ABOUT THE AUTHOR

...view details