ଓଡିଶା

odisha

ଖୁବଶୀଘ୍ର ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଏହି ସମୟ ଦେଲା ନିର୍ମାଣ କମିଟି - Ram Mandir construction

By ETV Bharat Odisha Team

Published : Jul 28, 2024, 3:21 PM IST

Ayodhya Ram Mandir construction to end completely: ଖୁବଶୀଘ୍ର ଶେଷ ହେବ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ । ମନ୍ଦିର କମିଟି ଅଧ୍ୟକ୍ଷ ଦେଲେ ଏହି ସୂଚନା । ଅଧିକ ପଢନ୍ତୁ

ଖୁବଶୀଘ୍ର ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଏହି ସମୟ ଦେଲା ନିର୍ମାଣ କମିଟି
ଖୁବଶୀଘ୍ର ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ଏହି ସମୟ ଦେଲା ନିର୍ମାଣ କମିଟି (ETV Bharat Odisha)

ଲକ୍ଷ୍ନୌ:ରାମ ଜନ୍ମଭୂମି ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିଲେ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଚଳିତବର୍ଷ ଜାନୁଆରୀ 22 ତାରିଖରେ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଥିଲା । ତେବେ ଖୁବଶୀଘ୍ର ସମ୍ପୂର୍ଣ୍ଣ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ନିର୍ମାଣ କମିଟି ମୁଖ୍ୟ ନୃପେନ୍ଦ୍ର ମିଶ୍ରା ।

ଖୁବଶୀଘ୍ର ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ (ETV Bharat Odisha)

କେତେ ସରିଛି କାମ:-

ରାମ ମନ୍ଦିର ପରିସରରେ ମୋଟ 5ଟି ଶିଖର ରହିବ । ସେଥିମଧ୍ୟରୁ ମୁଖ୍ୟ ମନ୍ଦିରକୁ ବାଦ ଦେଲେ ତିନି ଶିଖର ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଛି । ମନ୍ଦିରର 5ଟି ମଣ୍ଡପ ଓ ଗର୍ଭଗୃହ କାର୍ଯ୍ୟ ଶେଷ ହୋଇ ରତ୍ନ ସିଂହାସନରେ ପ୍ରଭୁ ରାମଲାଲାଙ୍କ ସଂସ୍ଥାପନ ସରିଛି । ମାତ୍ର ମୁଖ୍ୟ ମନ୍ଦିରର ଶିଖର ବା ଚୂଡା ନିର୍ମାଣ କାର୍ଯ୍ୟ ଜାରି ରହିଛି । ମୁଖ୍ୟ ମନ୍ଦିରର ଉଚ୍ଚତା 161 ଫୁଟ୍‌ ନିର୍ଦ୍ଧାରିତ କରାଯାଇଛି । ଯାହା ଏବେ ନିର୍ମାଣାଧୀନ ରହିଛି । ଜାନୁୟାରୀ 22 ତାରିଖରେ ପ୍ରାଣପ୍ରତିଷ୍ଠା ପରେ ଏବେ ରାମଲାଲାଙ୍କ ପୂଜାର୍ଚ୍ଚନା ଓ ସାଧାରଣ ଶ୍ରଦ୍ଧାଳୁଙ୍କ ଦର୍ଶନ ସହ ସମାନ୍ତରଳ ଭାବେ ନିର୍ମାଣ କାମ ମଧ୍ୟ ଜାରି ରହିଛି ।

ଗର୍ଭଗୃହରେ ରାମଲାଲା (ETV Bharat Odisha)

ପ୍ରଧାନମନ୍ତ୍ରୀଙ୍କ ହସ୍ତରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା:-

ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ କର୍ତ୍ତା ଭାବେ ଅଂଶଗ୍ରହଣ କରିଥିଲେ । ସଂଘ ପ୍ରମୁଖ ଡ.ମୋହନ ଭାଗବତ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ତମାମ ବିଶ୍ବବ୍ୟାପୀ ସାଧୁସନ୍ଥ ଓ ବିଭିନ୍ନ ଧର୍ମର ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଭବ୍ୟ କାର୍ଯ୍ୟକ୍ରମରୁ ନିମନ୍ତ୍ରିତ ହୋଇଆସିଥିଲେ । କେବଳ ନିମନ୍ତ୍ରିତ ସାଧୁସନ୍ଥ ଓ ସେଲିବ୍ରିଟିଙ୍କ ଗହଣରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାପନ ହୋଇଥିଲା । ଏହାପରଠାରୁ ସାଧାରଣ ଦର୍ଶନ ଜାରି ରହିଛି । ସେତେବେଳେ ଏହି ପ୍ରତିଷ୍ଠାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା ।

ଖୁବଶୀଘ୍ର ଶେଷ ହେବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ (ETV Bharat Odisha)

ଅର୍ଦ୍ଧନିର୍ମିତ ମନ୍ଦିରକୁ ପ୍ରତିଷ୍ଠା ନେଇ ଦେଖାଯାଇଥିଲା ବିବାଦ:-

ମନ୍ଦିର ନିର୍ମାଣ ଶେଷ ହୋଇନଥିବାରୁ କାହିଁକି ଏହାକୁ ପ୍ରତିଷ୍ଠା କରାଯାଉଛି ବୋଲି ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହାକୁ ପ୍ରଥମେ 4 ଆଦିପୀଠର ଶଙ୍କରାଚାର୍ଯ୍ୟମାନେ ବିରୋଧ କରିଥିଲେ । ପରେ ଏହା ରାଜନୈତିକ ବିତର୍କର ପ୍ରସଙ୍ଗ ହୋଇଯାଇଥିଲା । ବିରୋଧୀ ଦଳ କଂଗ୍ରେସ ଏହାକୁ ରାଜନୈତିକ ସମାବେଶ ସଦୃଶ ଆୟୋଜନ କରାଯାଉଥିବା ଦର୍ଶାଇ ନିମନ୍ତ୍ରଣ ହୋଇଥିଲେ ସୁଦ୍ଧା ବର୍ଜନ କରିଥିଲା । ନିର୍ବାଚନ ପୂର୍ବରୁ ଏହାକୁ ତରବରିଆ ଭାବେ ରାଜନୈତିକ ଲାଭ ପାଇବା ପାଇଁ ମୋଦି ସରକାର ପ୍ରତିଷ୍ଠା କରିଥିବା ଏକାଧିକ ବିରୋଧୀ ଦଳ ଅଭିଯୋଗ କରିଥିଲେ । ଏବେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଜାରି ରହଥିବା ବେଳେ ଏହା ଚଳିତବର୍ଷ ଶେଷ ସୁଦ୍ଧା ଶେଷ ହେବା ନେଇ ନିର୍ମାଣ କମିଟି ମୁଖ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details