ଓଡିଶା

odisha

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜ୍ରିଓ୍ବାଲ, ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ - Atishi New Delhi CM

By ETV Bharat Odisha Team

Published : Sep 17, 2024, 11:47 AM IST

Updated : Sep 17, 2024, 5:12 PM IST

Atishi New Delhi CM: ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀର ତୃତୀୟ ଓ ଦେଶର ଦ୍ବିତୀୟ କର୍ଯ୍ୟରତ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ । ଅଧିକ ପଢନ୍ତୁ

Atishi New Delhi CM
Atishi New Delhi CM (Etv Bharat)

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP) ବିଧାୟକ ଦଳ ବୈଠକରେ ବଡ ନିଷ୍ପତ୍ତି । ଆତିଶୀ ମାର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ତାଙ୍କ ନାମରେ ସର୍ବସମ୍ମିତି କ୍ରମେ ମୋହର ବାଜିଛି । ସର୍ବସହମତିରେ ମନୋନୀତ ହୋଇଛନ୍ତି ଆତିଶୀ । ବର୍ତ୍ତମାନ ସେ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି । ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଉପ-ରାଜ୍ୟପାଳ ବିନୟ ସକସେନାଙ୍କ ବାସଭବନରେ ପହଞ୍ଚି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।

  • ଅତିଶୀଙ୍କ ସମ୍ପର୍କରେ ?

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବିଜୟ କୁମାର ସିଂ ଏବଂ ତ୍ରିପଟା ୱାହିଙ୍କ କନ୍ୟା ହେଉଛନ୍ତି ଆତିଶୀ । ସେ ନୂଆଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେଣ୍ଟ ଷ୍ଟିଫେନ୍ କଲେଜରେ ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଥିଲେ ।

  • ଅତିଶୀଙ୍କ ରାଜନୈତିକ କ୍ୟାରିୟର

ଆତିଶୀ ଆମ ଆଦମୀ ପାର୍ଟି ପ୍ରତିଷ୍ଠା ସମୟରେ ଦଳରେ ଯୋଗ ଦେଇଥିଲେ । ସେ 2013 ବିଧାନସଭା ନିର୍ବାଚନ ପାଇଁ ଦଳର ମନିଫେଷ୍ଟୋ ଡ୍ରାଫ୍ଟ କମିଟିର ପ୍ରମୁଖ ସଦସ୍ୟ ଥିଲେ । ପରେ ସେ ଦଳର AAP ମୁଖପାତ୍ର ରହିବା ସହ । ସେ ଜୁଲାଇ 2015 ରୁ ଏପ୍ରିଲ 2018 ପର୍ଯ୍ୟନ୍ତ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ । 2019 ରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଠାରୁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଧାନସଭା ନିର୍ବାଚନ ଜିତି ସେ ଦିଲ୍ଲୀ କ୍ୟାବିନେଟରେ ମନ୍ତ୍ରୀ ହୋଇଥିଲେ । ଏବେ ସେ ବର୍ତ୍ତମାନ ଦିଲ୍ଲୀର ଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ସଂସ୍କୃତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ରହିଛନ୍ତି । ଏବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ମମତା ବାନାର୍ଜୀଙ୍କ ସହ ଦେଶର ଦ୍ବିତୀୟ କାର୍ଯ୍ୟରତ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ।

  • ଦିଲ୍ଲୀ ପାଇଲା ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ:

ଆତିଶୀ ମାର୍ଲେନା ଦିଲ୍ଲୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ବରାଜ । 1998 ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ମାତ୍ର 52 ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । 1998 ରୁ 2013 ପର୍ଯ୍ୟନ୍ତ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିଲେ । ଦୀର୍ଘ 3 କାର୍ଯ୍ୟକାଳ ଅର୍ଥାତ 15 ବର୍ଷ ଧରି ସବୁଠାରୁ ଅଧିକ ସମୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ମହିଳା ହେଉଛନ୍ତି ଶୀଲ ।

ଏହା ମଧ୍ୟ ପଢନ୍ତୁ-ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର ! - Arvind Kejriwal To Resign

ଏହା ମଧ୍ୟ ପଢନ୍ତୁ :-ଇସ୍ତଫା ଦେବେ, ନା ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବେ କେଜ୍ରିଓ୍ବାଲ ! - Next Delhi CM

ଏହା ମଧ୍ୟ ପଢନ୍ତୁ :- ‘ପ୍ରଧାନମନ୍ତ୍ରୀ ହେବାକୁ ଅଫର ମିଳିଥିଲା, ମନା କରିଦେଇଥିଲି ’ - Gadkari statement for PM post

  • ବିଧାୟକ ଦଳ ବୈଠକରେ ଆତିଶୀଙ୍କ ନାମରେ ମୋହର:

ଅରବିନ୍ଦ କେଜ୍ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା ଦେବା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ଆଜି ସକାଳ 11.30 ରେ ଏନେଇ ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କି’ଏ ହେବେ ସେନେଇ ଆଲୋଚନା ହୋଇଥିଲା । ଏହାପରେ ଆତିଶୀଙ୍କ ନାମକୁ ପ୍ରସ୍ତାବ ରଖିଥିଲେ କେଜ୍ରିଓ୍ବାଲ । ସମସ୍ତ ବିଧାୟକଙ୍କ ମତାମତ ନେବା ପରେ ସର୍ବସମ୍ମତି କ୍ରମେ ଆତିଶୀଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା ।

  • କିଛି ସମୟ ପରେ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ କେଜ୍ରିଓ୍ବାଲ:

ଜେଲରୁ ବେଲରେ ଆସିବା ପରେ 2 ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ କେଜ୍ରିଓ୍ବାଲ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ପରେ ଆଜି ଦିଲ୍ଲୀର ଉପରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ । ଉପରାଜ୍ୟପାଳଙ୍କୁ ଭେଟିବାକୁ ଗତକାଲି ସମୟ ମାଗିଥିଲେ କେଜ୍ରିଓ୍ବାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 17, 2024, 5:12 PM IST

ABOUT THE AUTHOR

...view details