ଓଡିଶା

odisha

ETV Bharat / bharat

ମହାପ୍ରଭୁଙ୍କ ପାଇଁ ବଞ୍ଚିଗଲେ ଡୋନାଲ୍ଡ ଟ୍ରମ୍ପ ! 48 ବର୍ଷ ପୂର୍ବେ ଜଗନ୍ନାଥଙ୍କ ପାଇଁ କରିଥିଲେ ଏହି କାମ - Iskcon VP on Trump Attack - ISKCON VP ON TRUMP ATTACK

Iskcon VP on Trump Attack: ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ 48 ବର୍ଷ ପୂର୍ବର ଘଟଣାକୁ ମନେ ପକାଇଲେ ‘ଇସ୍କନ’ ଉପାଧ୍ୟକ୍ଷ । ନ୍ୟୁୟର୍କରେ ରଥଯାତ୍ରା ପାଇଁ ସହଯୋଗର ହାତ ବଢାଇଥିଲେ ଟ୍ରମ୍ପ । ପଢନ୍ତୁ ପୁରା କାହାଣୀ

ଜଗନ୍ନାଥ କୃପାରୁ ଅଳ୍ପକେ ବଞ୍ଚିଗଲେ ଟ୍ରମ୍ପ, କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ
ଜଗନ୍ନାଥ କୃପାରୁ ଅଳ୍ପକେ ବଞ୍ଚିଗଲେ ଟ୍ରମ୍ପ, କାହିଁକି ଏମିତି କହିଲେ ଇସ୍କନ ଉପାଧ୍ୟକ୍ଷ (ETV Bharat Odisha)

By ETV Bharat Odisha Team

Published : Jul 15, 2024, 4:26 PM IST

ହାଇଦ୍ରାବାଦ:ମୃତ୍ୟୁକୁ ବେଶ ନିକଟରୁ ଦେଖି ମଧ୍ୟ ଅଳ୍ପକେ ବଞ୍ଚି ଯାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କାନକୁ ଛୁଇଁ ଅଳ୍ପକେ କଟିଗଲା ଆତତୀୟର ଗୁଳି । ସାରା ବିଶ୍ବକୁ ଏହି ଘଟଣା ଆଶ୍ଚର୍ଯ୍ୟ କରିଦେଲା । ତେବେ ଏହା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ବୋଲି କହିଛନ୍ତି ‘ଇସ୍କନ’ ଉପାଧ୍ୟକ୍ଷ ରାଧାରମଣ ଦାସ । ଏହା ସହ ସନ୍ଥ ଶ୍ରୀ ଦାଶ ଟ୍ରମ୍ପ ଓ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ସମ୍ପର୍କିତ 5ଦଶନ୍ଧି ପୁରଣା ଘଟଣାକୁ ମଧ୍ୟ ଉଜାଗର କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି । 48ବର୍ଷ ପୂର୍ବେ ଏକ ଘଟଣାକ୍ରମରେ ଟ୍ରମ୍ପ ଆମେରିକାରେ ଆୟୋଜିତ ଜଗନ୍ନାଥଙ୍କ ରଥଯାତ୍ରାକୁ ସମର୍ଥନ ଓ ସହଯୋଗ କରିଥିଲେ । ଏବେ ସାରା ବିଶ୍ବ ଶ୍ରୀଜଗନ୍ନାଥ ସଂସ୍କୃତିର ମହାପର୍ବ ରଥଯାତ୍ରା ପାଳନ କରୁଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ କୃପା ଟ୍ରମ୍ପଙ୍କୁ ପ୍ରାପ୍ତ ହେଲା ବୋଲି ରାଧାରମଣ ଦାଶ କହିଛନ୍ତି ।

48 ବର୍ଷ ପୂର୍ବେ କଣ ହୋଇଥିଲା :-

ରାଧାରମଣ ଦାସଙ୍କ କହିବା ଅନୁସାରେ, 1976 ମସିହାରେ ଆମେରିକାର ନ୍ୟୁୟର୍କ ସହରରେ ‘ଇସ୍କନ’ କର୍ତ୍ତୃପକ୍ଷଙ୍କ ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଉଥିଲା । ସେତେବେଳେ ରଥ ନିର୍ମାଣ ପାଇଁ କିଛି ସହଯୋଗ ଚାହିଁଥିଲା ଇସ୍କନ । ‘ଇସ୍କନ’ କାର୍ଯ୍ୟକର୍ତ୍ତା କିଛି ସାହାଯ୍ୟ ପାଇଁ ମହାପ୍ରସାଦର ଏକ ବଡ ପାତ୍ର ଏବଂ ଏକ ରଥଯାତ୍ରାର ପ୍ରେଜେଣ୍ଟଟେସନ ପ୍ୟାକେଜ ଧରି ଟ୍ରମ୍ପଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା ।

ଟ୍ରମ୍ପଙ୍କ ତତ୍କାଳୀନ ସଚିବ ଏଥିରେ ସହଯୋଗ ପାଇଁ ସେତେବେଳେ କୌଣସି ଆଗ୍ରହ ପ୍ରକାଶ ନକରିବାରୁ ଫେରିଆସିଥିଲା ‘ଇସ୍କନ’ ଟିମ । ପରେ ଟ୍ରମ୍ପ ଏକଥା ଜାଣିବା ପରେ ପୁଣି ଥରେ ସେମାନଙ୍କୁ ଡକାଯାଇଥିଲା । ସମସ୍ତ ସହଯୋଗ କରିବା ପାଇଁ ନିଜେ ଟ୍ରମ୍ପ କାର୍ଯ୍ୟାଳୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପେନସିଲଭାନିଆ ସହରରେ ଟ୍ରମ୍ପଙ୍କ କମ୍ପାନୀର ମାଲିକାନାରେ ଥିବା ଟ୍ରେନ ୟାର୍ଡରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ଟ୍ରମ୍ପ ଇସ୍କନ ଠାରୁ କୌଣସି ଦେୟ ରାଶି ଗ୍ରହଣ କରିନଥିଲେ । ରଥ ନିର୍ମାଣ ଶେଷ ସହ ରଥଯାତ୍ରା ମଧ୍ୟ ଶୃଙ୍ଖଳାର ସହ ସମାପନ ହୋଇଥିଲା ।


ସେହି ପେନସିଲଭାନିଆ ସହର ଓ ରଥଯାତ୍ରା ସମୟ !

ଏବେ ଟ୍ରମ୍ପ ଆମେରିକାର ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଆମେରିକାର ରାଷ୍ଟ୍ରପତି ରହିସାରିଥିବା ବେଳେ ଏଥର ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ସାରା ବିଶ୍ବରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ସେହି ପେନସିଲଭାନିଆ ସହରରେ ଟ୍ରମ୍ପ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଗୁଳିମାଡର ଶିକାର ହୋଇଛନ୍ତି । ଗୁଳିଟି କାନରେ ଆଂଶିକ ବାଜିଥିଲେ ସୁଦ୍ଧା ଆଶ୍ଚର୍ଯ୍ୟଜନକ ଭାବେ ସେ ଆସନ୍ନ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- US Presidents Assassinated: କାହିଁକି ଆମେରିକାରେ ବଢୁଛି ଗୁଳିକାଣ୍ଡ, କେତେ ଜଣ ରାଷ୍ଟ୍ରପତିଙ୍କୁ ହୋଇଛି ଗୁଳିମାଡ, ଜାଣନ୍ତୁ କଣ ଓ୍ୱିପନ ଲାଇସେନ୍ସ ପଲିସି ? - US presidents who were assassinated

ଏହା ମଧ୍ୟ ପଢନ୍ତୁ :-20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ; ନିର୍ବାଚନ ପୂର୍ବରୁ ମିଳିଲା ବଡ ସଙ୍କେତ ? - assassination Attempt to Trump

ଏଠାରେ ସୂଚନାଯୋଗ୍ୟ ଯେ, ରବିବାର ପେନସିଲଭାନିଆ ସହରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଏହି ଘଟଣାକୁ ନେଇ ଆମେରିକା ସମେତ ସାରା ବିଶ୍ବରେ ସମ୍ବେଦନଶୀଳତା ଦେଖାଦେଇଥିଲା । ଅଭିଯୁକ୍ତ 20 ବର୍ଷୀୟ ଥୋମାସ୍ ମାଥ୍ୟୁ କ୍ରୁକ୍ସ ସୁରକ୍ଷାକର୍ମୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳିପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details