ହାଇଦ୍ରାବାଦ:ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି (NIPFP) ଦ୍ବାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ, ତେଲେଙ୍ଗାନା ଭାରତରେ ମଦ ବିକ୍ରି କ୍ଷେତ୍ରରେ ସବୁଠାରୁ ଆଗୁଆ ରାଜ୍ୟ ଭାବରେ ଉଭା ହୋଇଛି । ଏଠାରେ ରହୁଥିବା ବାସିନ୍ଦାମାନେ ଅନ୍ୟ ରାଜ୍ୟ ଅପେକ୍ଷା ମଦ ପିଇବା ପାଇଁ ମୁଣ୍ଡପିଛା ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ।
କେଉଁ ରାଜ୍ୟରେ ମଦ ପାଇଁ ମୁଣ୍ଡପିଛା କେତେ ଖର୍ଚ୍ଚ:
ଯଦି ରିପୋର୍ଟ ଦେଖିବା ତେବେ ତେଲେଙ୍ଗାନା ବାସିନ୍ଦା ମଦ୍ୟପାନ ପାଇଁ ମୁଣ୍ଡପିଛା ହାରାହାରି ୧୬୨୩ ଟଙ୍କା ଖର୍ଚ୍ଚ କରନ୍ତି । ସେହିପରି ତେଲେଙ୍ଗାନାର ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ବାସିନ୍ଦାଙ୍କ ମୁଣ୍ଡପିଛା ବ୍ୟୟ ୧୩୦୬ ଟଙ୍କା ରହିଛି । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ, ମଦ୍ୟପାନ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ମଧ୍ୟରେ ପଞ୍ଜାବ ଓ ଛତିଶଗଡ ରହିଛି । ପଞ୍ଜାବରେ ମୁଣ୍ଡପିଛା ହାରାହାରି ୧୨୪୫ ଟଙ୍କା ଏବଂ ଛତିଶଗଡରେ ୧୨୨୭ ଟଙ୍କା ଖର୍ଚ୍ଚ କରୁଛନ୍ତି ।
ମଦ୍ୟପାନ ପାଇଁ କମ୍ ଅର୍ଥ ଖର୍ଚ୍ଚ କରୁଥିବା ରାଜ୍ୟ:
ସେପଟେ, ଯଦି ମଦ ପାଇଁ କମ୍ ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ବିଷୟରେ ତେବେ ଏହା ଭିତରେ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନ, ତ୍ରିପୁରା ଏବଂ ମଧ୍ୟପ୍ରଦେଶ ରାଜ୍ୟଗୁଡିକ ଅନ୍ତର୍ଭୁକ୍ତ । ଏହି ରାଜ୍ୟଗୁଡିକର ଲୋକମାନେ ମଦ୍ୟପାନ ପାଇଁ କମ୍ ଟଙ୍କା ଖର୍ଚ୍ଚ କରନ୍ତି ।
ରାଜ୍ୟରେ ୧ ହଜାର ବାର: