ଓଡିଶା

odisha

ETV Bharat / bharat

ରେଡ୍ ବେଳେ ଟଙ୍କାଟିଏ ମିଳିନି, କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା କେଜ୍ରିୱାଲ - SUNITA KEJRIWAL Press Meet - SUNITA KEJRIWAL PRESS MEET

Sunita Kejriwal Press Meet: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତ୍ନୀ ସୁନୀତି କେଜ୍ରିୱାଲଙ୍କ ପ୍ରେସମିଟ୍ । କହିଲେ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କୋର୍ଟରେ ସବୁ ଖୁଲାସା କରିବେ । ଅଧିକ ପଢନ୍ତୁ

ରେଡ୍ ବେଳେ ଟଙ୍କାଟିଏ ମିଳିନି, କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା କେଜ୍ରିୱାଲ
ରେଡ୍ ବେଳେ ଟଙ୍କାଟିଏ ମିଳିନି, କୋର୍ଟରେ ମୁଖ୍ୟମନ୍ତ୍ରୀ ସବୁ ଖୁଲାସା କରିବେ: ସୁନୀତା କେଜ୍ରିୱାଲ

By ETV Bharat Odisha Team

Published : Mar 27, 2024, 3:09 PM IST

ନୂଆଦିଲ୍ଲୀ:ମଦ ଦୁର୍ନୀତି ମାମଲାରେ ଇଡି ହେପାଜତରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବେ ଜେଲରୁ ସରକାର ଚଳାଉଛନ୍ତି । ଏହାରି ମଧ୍ୟରେ ଆଜି ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଆପଣଙ୍କର(ଜନତା) ଚିନ୍ତା ଅଛି । ଦୁଇ ଦିନ ପୂର୍ବରୁ ସେ ଜଳ ଓ ଜଳ ନିଷ୍କାସନ ସମସ୍ୟା ନେଇ ଜଳ ମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖିଥିଲେ । ଏଥିପାଇଁ କେନ୍ଦ୍ର ସରକାର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଲୋକଙ୍କ ସମସ୍ୟା ସମାଧାନ କରିବା କ'ଣ ଭୁଲ ? ସେମାନେ (କେନ୍ଦ୍ର) କ'ଣ ଦିଲ୍ଲୀକୁ ନଷ୍ଟ କରିବାକୁ ଚାହୁଁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସୁନୀତା କେଜ୍ରିୱାଲ ।

ଆହୁରିମଧ୍ୟ ପତ୍ନୀ କହିଛନ୍ତି ଯେ, ଅରବିନ୍ଦଜୀ ମୋତେ ଗୋଟିଏ କଥା କହିଥିଲେ, ମଦ ଦୁର୍ନୀତି ମାମଲାରେ ଗତ ଦୁଇ ବର୍ଷରେ ଅନେକ ସ୍ଥାନରେ ଚଢାଉ ହୋଇଛି । ହେଲେ ଟଙ୍କାଟିଏ ବି ମିଳିନାହିଁ । ମନୀଷ ସିସୋଦିଆ, ସଞ୍ଜୟଜୀଙ୍କ ଘରେ ରେଡ୍ କରାଯାଇଛି, ସେଠାରେ ମଧ୍ୟ ତଦନ୍ତକାରୀ ଏଜେନ୍ସିକୁ କିଛି ମିଳିନି । ମୁଖ୍ୟମନ୍ତ୍ରୀଜୀଙ୍କ ଶରୀର ହୁଏତ ଜେଲରେ ଥାଇପାରେ ହେଲେ ତାଙ୍କର ଆତ୍ମା ଲୋକଙ୍କ ମଧ୍ୟରେ ଅଛି । ଆପଣମାନେ ଆଖି ବନ୍ଦ କରି ତାଙ୍କୁ ଅନୁଭବ କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ଆଜି କେଜ୍ରିଓ୍ବାଲଙ୍କ ଆବେଦନର ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ - Arvind Kejriwal Arrest Case

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଆହୁରିମଧ୍ୟ କହିଛନ୍ତି ଯେ, ମୁଁ ମଙ୍ଗଳବାର ସନ୍ଧ୍ୟାରେ କେଜ୍ରିୱାଲଙ୍କୁ ଜେଲରେ ଭେଟିଥିଲି । ଦୁଇ ଦିନ ପୂର୍ବରୁ କେଜ୍ରିୱାଲ ଜଳମନ୍ତ୍ରୀ ଆତିଶୀଙ୍କୁ ଚିଠି ଲେଖି ଜଳ ସଙ୍କଟ ଓ ଜଳ ନିଷ୍କାସନ ସମସ୍ୟା ସମାଧାନ କରିବାକୁ କହିଥିଲେ । ଲୋକଙ୍କ ସମସ୍ୟାର ସମାଧାନ କରି ସେ କ'ଣ ଭୁଲ କଲେ । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ତାଙ୍କ ଉପରେ କେସ୍ କରିଛନ୍ତି । ଏମିତି କରି ସେ ଦିଲ୍ଲୀକୁ ଧ୍ବଂସ କରିବାକୁ ଚାହୁଁଛନ୍ତି ବି ବୋଲି ପ୍ରଶ୍ନ କରିଛନ୍ତି ପତ୍ନୀ ।

ଏଥିସହ କହିଛନ୍ତି, ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ରେଡ୍ କରିଛି । ହେଲେ କୌଣସି ରେଡରେ କିଛି ବି ଟଙ୍କା ମିଳିନାହିଁ । ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ କୋର୍ଟରେ ଏହାର ଖୁଲାସା କରିବେ ଏବଂ ପ୍ରମାଣ ଦେବେ । ସାରା ଦେଶକୁ ସତ କହିବେ କି ଏହି ତଥାକଥିତ ମଦ ଦୁର୍ନୀତି ଟଙ୍କା କୁଆଡେ ଗଲା । ଅରବିନ୍ଦଜୀ ବହୁତ ସଚ୍ଚୋଟ, ଦେଶଭକ୍ତ ଓ ସାହାସୀ ବ୍ୟକ୍ତି ଅଟନ୍ତି ବୋଲି କହିଛନ୍ତି ସୁନୀତା କେଜ୍ରିୱାଲ । ଏହାପୂର୍ବରୁ ସୁନୀତା କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାର୍ତ୍ତା ପଢି ଶୁଣାଇଥିଲେ ।

ABOUT THE AUTHOR

...view details