ଓଡିଶା

odisha

ମୋଦିଙ୍କ ଜନ୍ମଦିନରେ କେଜ୍ରିୱାଲଙ୍କ ଇସ୍ତଫା, କାଲି ବାଜିବ ନୂଆ ମୁଖ୍ୟମନ୍ତ୍ରୀ ନାଁରେ ମୋହର ! - Arvind Kejriwal To Resign

By ETV Bharat Odisha Team

Published : Sep 16, 2024, 9:29 PM IST

Updated : Sep 16, 2024, 9:52 PM IST

Arvind Kejriwal To Resign: କାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଦିନ 11.30ରେ ବସିବ ଆପର ବିଧାୟକ ଦଳ ବୈଠକ । ସିଏମ କିଏ ହେବ ଚାଲିବ ମାନସ ମନ୍ଥନ । ପଢନ୍ତୁ ପୂରା ଖବର

ARVIND KEJRIWAL RESIGN
ARVIND KEJRIWAL RESIGN (ETV Bharat Odisha)

ନୂଆଦିଲ୍ଲୀ:କିଏ ହେବ ଆପ୍‌ର ମୁଖ୍ୟମନ୍ତ୍ରୀ ଚେହେରା । କାହାକୁ ବାଛିବ ଦଳ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଘୋଷଣା କରିବା ପରେ ରାଜନୀତି ସରଗରମ । ଏହାରି ଭିତରେ ସିଏମ ରେସରେ ଅନେକ ଚେହେରା ଥିବା ବେଳେ କାହା ଉପରେ ବାଜିବ ଦଳର ମୋହର । ଆସନ୍ତାକାଲି ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇପାରେ । ଆସନ୍ତାକାଲି(ସେପ୍ଟେମ୍ବର 17) ସକାଳ 11.30ରେ ବସିବାକୁ ଯାଉଛି ଆମ ଆଦମି ପାର୍ଟିର ବିଧାୟକ ଦଳ ବୈଠକ । ଏଥିରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଉପରେ ହେବ ଚର୍ଚ୍ଚା । ସେପଟେ ଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ । ଉପରାଜ୍ୟପାଳଙ୍କୁ ଭେଟିବାକୁ ମାଗିଲେ ସମୟ ।

11.30ରେ ବିଧାୟକ ଦଳ ବୈଠକ:

ଏନେଇ ଦଳ କହିଛି ଆସନ୍ତାକାଲି(ମଙ୍ଗଳବାର) 11.30ରେ AAP (ଆପ)ର ବିଧାୟକ ଦଳ ବୈଠକ ବସିବ । ଏଥିରେ ସିଏମ କିଏ ହେବ ତାହା ଉପରେ ଆଲୋଚନା ହେବ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଉପରେ ଦଳର ମୋହର ବାଜିପାରେ ।

ଉପରାଜ୍ୟପାଳଙ୍କୁ ଭେଟିବେ କେଜ୍ରିୱାଲ:

ପୂର୍ବ ଘୋଷଣା ଅନୁସାରେ ଆସନ୍ତାକାଲି ଇସ୍ତଫା ଦେବେ କେଜ୍ରିୱାଲ । ଏଥିପାଇଁ ସେ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସମୟ ମାଗିଛନ୍ତି । ଆସନ୍ତାକାଲି ଅପରାହ୍ନ 4.30ରେ ସେ ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇପାରନ୍ତି । ସେପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ । ଆଉ କାଲିର ଦିନରେ ଇସ୍ତଫା ଦେବେ କେଜ୍ରିୱାଲ । ଯାହାକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି ।

CM ରେସରେ କିଏ ?

କେଜ୍ରିୱାଲଙ୍କ ପରେ କିଏ ସମ୍ଭାଳିବ ଦେଶର ରାଜଧାନୀର କମାଣ । କାହା ହାତକୁ ଯିବ ଦିଲ୍ଲୀ ଶାସନ ଡୋରି । ଏହାକୁ ନେଇ ଜାତୀୟ ରାଜନୀତିରେ ବେଶ ଚର୍ଚ୍ଚା ହେଉଛି । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଘୋଷଣା କରିବା ପରେ ଏବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ଚେହେରା ଅଛନ୍ତି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଆତିଶୀ, ଗୋପାଳ ରାୟ, ସୌରଭ ଭରଦ୍ବାଜ, କୈଳାସ ଗେହଲୋଟ, ରାକ୍ଷୀ ବିଡଲାଙ୍କ ସହ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ନା ମଧ୍ୟ ଚର୍ଚ୍ଚାରେ ଅଛି ।

ଜେଲରୁ ବାହାରି ଝଟ୍‌କା ଦେଲେ କେଜ୍ରିୱାଲ:

ମଦ ଦୁର୍ନୀତି ମାମଲାରେ ଜେଲରୁ ମୁକୁଳିବା 2 ଦିନ ପରେ ସମସ୍ତଙ୍କୁ ଝଟ୍‌କା ଦେଇଥିଲେ କେଜ୍ରିୱାଲ । ଦୁଇ ଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଏପରିକି ଜନତା ରାୟ ନଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନ ସେ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ । ଏଥିସହ ଜନତା ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କଲା ପରେ ସେ ଆସନ ଗ୍ରହଣ କରିବେ ବୋଲି କହିଥିଲେ । ଯାହାକୁ ନେଇ ବିଜେପି ଆପକୁ କଟାକ୍ଷ ମଧ୍ୟ କରିଥିଲା ।

କେଜ୍ରିୱାଲଙ୍କ ସମ୍ପର୍କିତ ଖବର ପଢନ୍ତୁ:

ଇସ୍ତଫା ଦେବେ, ନା ସରକାର ଭାଙ୍ଗି ଆଗୁଆ ନିର୍ବାଚନ କରିବେ କେଜ୍ରିଓ୍ବାଲ!

ଜେଲରୁ ମୁକୁଳିଲେ କେଜ୍ରିୱାଲ, ଢୁଢୁ ବର୍ଷାରେ ଭିଜି କହିଲେ ଏମିତି

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ, ନିଜେ କଲେ ଘୋଷଣା

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଜାମିନ, CM ଅଫିସ ମନା, ମାମଲା ସଂପର୍କରେ ମୁହଁ ଖୋଲିବେନି

Last Updated : Sep 16, 2024, 9:52 PM IST

ABOUT THE AUTHOR

...view details