ଓଡିଶା

odisha

କେଜ୍ରିୱାଲଙ୍କ ଗିରଫଦାରୀ ପରେ କେମିତି ଚାଲିବ ଦିଲ୍ଲୀ ସରକାର ! ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେଲେ କ'ଣ ହେବ ? - EXPERTS ON KEJRIWAL

Experts On Kejriwal: ଜେଲରେ ରହି ଜଣେ ମୁଖ୍ୟମନ୍ତ୍ରୀ ସରକାର ଚଲାଇ ପାରିବେ କି ? ଏପରି ପ୍ରଶ୍ନର ଉତ୍ତରରେ ପଢନ୍ତୁ କଣ କହୁଛନ୍ତୁ ସମ୍ବିଧାନ ବିଶେଷଜ୍ଞ । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 23, 2024, 11:52 AM IST

Published : Mar 23, 2024, 11:52 AM IST

Kejriwal Run Govt from Jail
Kejriwal Run Govt from Jail

ନୂଆଦିଲ୍ଲୀ:ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓବାଲ ଗିରଫ ହେବା ପରେ ଜୀତୀୟ ରାଜଧାନୀରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗିରଫ ପରେ ବି କେଜ୍ରିଓ୍ବାଲ ତାଙ୍କ କର୍ତ୍ତବ୍ୟ କରିବେ, ଯଦି ବି ସେ ଜେଲରେ ରୁହନ୍ତି ତେବେ ସରକାର ଚଲାଇବେ ବୋଲି ଆପ୍ କହିଛି । ଯଦି କେଜ୍ରିଓ୍ବାଲ ଜେଲ୍‌ରେ ରୁହନ୍ତି ତେବେ ସେଠାରୁ ସରକାର ଚଳାଇ ପାରିବା କଣ ସମ୍ଭବ ବୋଲି ପ୍ରଶ୍ନ ଉଠିଛି ? ଏଥିସହ ED ଗରିଫଦାରୀର 24 ଘଣ୍ଟା ପୂରଣ ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନା ଇସ୍ତଫା ଦେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି ।

ସମ୍ବିଧାନ ବିଶେଷଜ୍ଞ (Constitutional experts)ଙ୍କ କହିବା ଅନୁଯାୟୀ, କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବା ଅସମ୍ଭବ । ଦେଶରେ ଏହା କେବେ ହେଲେ ହୋଇନାହିଁ । ଯଦି ଦିଲ୍ଲୀର କେହି ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ନହୁଅନ୍ତି ତେବେ ଏହା ସାମ୍ବିଧାନର ଉଲ୍ଲଂଘନ ହେବ । ଯେତେବେଳେ ପର୍ଯ୍ୟନ୍ତ ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା ନ କରିଛନ୍ତି ସେପର୍ଯ୍ୟନ୍ତ ଗିରଫ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ କୌଣସି ଆଇନ ନାହିଁ। ଯଦି ମୁଖ୍ୟମନ୍ତ୍ରୀ ଏକ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ଏବଂ ଅଯୋଗ୍ୟ ଘୋଷଣା ହୁଅନ୍ତି, ତେବେ ନିଶ୍ଚିତ ଭାବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ, କିନ୍ତୁ ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିପାରିବେ ।

4ଟି କାରଣରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି: ସମ୍ବିଧାନ ବିଶେଷଜ୍ଞ ତଥା ଲୋକସଭାର ପୂର୍ବତନ ମହାସଚିବ ପି.ଡି.ଟି. ଆଚାରୀ କହିଛନ୍ତି, '' ଚାରିଟି କାରଣରୁ ଜଣେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତି । ଯେତେବେଳେ ସଂଖ୍ୟାଗରିଷ୍ଠତା ହାସଲରେ ବିଫଳ ହୁଅନ୍ତି, ଦଳରୁ ବାହାର କରିଦେବା, ସ୍ବଇଚ୍ଛା ଭାବରେ ଇସ୍ତଫା ଦେବା ଏବଂ ରାଷ୍ଟ୍ରପତିଙ୍କ ଶାସନ ସମୟରେ । ଜେଲରୁ ସରକାର ଚଳାଇବା କଷ୍ଟକର, କାହିଁକି ନା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସଭାଗୁଡ଼ିକରେ ଅଧ୍ୟକ୍ଷତା କରିବାକୁ ପଡିବ । କିନ୍ତୁ ଜେଲରେ ଥାଇ ଏପରି କରି ହେବ ନାହିଁ । ଫାଇଲଗୁଡିକ ତାଙ୍କ ନିକଟକୁ ଯିବା ଆବଶ୍ୟକ ଏବଂ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ମଧ୍ୟ ଜାରି ରହିବା ଆବଶ୍ୟକ । ତେଣୁ ସରକାରଙ୍କୁ ଜେଲରୁ ଚଳାଇବା ସମ୍ଭବ ନୁହେଁ । ଯଦି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଏ ତେବେ ତାଙ୍କୁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବାକୁ ପଡିବ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବାକୁ ପଡିବ। ''

ଏହା ମଧ୍ୟ ପଢନ୍ତୁ-ଜେଲରୁ ଚାଲିପାରିବ କି ଆପ୍‌ ସରକାର ? କଣ କହୁଛି ଆଇନଗତ ଦିଗ - Kejriwal Run Govt from Jail

ମୁଖ୍ୟମନ୍ତ୍ରୀ ଭାବରେ ଜେଲରୁ ସରକାର ଚଳାଇବା ସମ୍ଭବ ନା ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ଭାବରେ ସରକାର ଚଳାଇବାକୁ ହେଲେ ଏକ ସରକାରୀ କାର୍ଯ୍ୟାଳରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ଆବଶ୍ୟକତା ରହିଛି, ନା କି ଜେଲରେ । ''

ପ୍ରଶ୍ନ: କେଜ୍ରିୱାଲ ଜେଲରୁ ପ୍ରତିଦିନ କିପରି କାର୍ଯ୍ୟ କରିବେ ?

ଉତ୍ତର: ଦ୍ୱିବେଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଯେତେବେଳେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଏ ଏବଂ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦିଆଯାଇନଥାଏ ଏହି ସମୟରେ କଣ ହେବା ଉଚିତ ତାହା ସମ୍ବିଧାନରେ ଉଲ୍ଲେଖ କରାଯାଇ ନାହିଁ। ପବ୍ଲିକ ମୋରାଲିଟିର ଏକ ଏଲିମେଣ୍ଟ ରହିଛି, ଯାହା ଦ୍ବାରା ତାଙ୍କୁ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ମନୋନୀତ କରିବା ଆବଶ୍ୟକ କରେ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇପାରିବେ । ଯେମିତିକି ଝାଡଖଣ୍ଡରେ ହୋଇଛି । ଜମି ଦୁର୍ନୀତି ମାମଲେର ଜାନୁୟାରୀ 31 ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ଗିରଫ ହୋଇଥିଲେ । କିନ୍ତୁ ସେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରେ ତାଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ନିଆଯାଇଥିଲା।

ପ୍ରଶ୍ନ: କେଜ୍ରିୱାଲ ଜେଲରୁ ଯଦି କାର୍ଯ୍ୟ ଜାରି ରଖନ୍ତି ତେବେ କଣ ହେବ ?

ଉତ୍ତର: ଦ୍ୱିବେଦୀ କହିଛନ୍ତି, ''ଯଦି ଏପରି ହୁଏ ତେବେ ଏହା ସାମ୍ବିଧାନର ଉଲ୍ଲଂଘନ ହେବ । ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଗୃହରେ ସରକାର ସାମୂହିକ ଭାବରେ ଦାୟୀ ଏବଂ ଯଦି ମୁଖ୍ୟମନ୍ତ୍ରୀ କାହାର ନାମ ନଦେଇ ଗୃହରେ ନିଜ ଉପସ୍ଥିତ ମଧ୍ୟ ନ ରୁହନ୍ତି ତେବେ ଏହା ଏକ ଉଲ୍ଲଂଘନ ଅଟେ । ''

24 ଘଣ୍ଟାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ଗିରଫ ହେଲେ ତାଙ୍କୁ ନିଲମ୍ବିତ କରାଯିବ : ପାଟନା ଚାଣକ୍ୟ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ସିଏନ୍ଏଲୟୁ) କୁଳପତି ପ୍ରଫେସର ଫୈଜାନ୍ ମୁସ୍ତାଫା କହିଛନ୍ତି , ''କୌଣସି ମୁଖ୍ୟମନ୍ତ୍ରୀ ଜେଲରୁ ସରକାର ଚଳାଇ ପାରିବେ ନାହିଁ । ଦେଶର ଇତିହାସରେ ଏହା କେବେ ହୋଇନାହିଁ । ଯଦି 24 ଘଣ୍ଟାରୁ ଅଧିକ ସମୟ ଧରି ଜଣ୍ ମୁଖ୍ୟମନ୍ତ୍ରୀ ଗିରଫ ହୁଅନ୍ତି, ତେବେ ତାଙ୍କୁ ନିଲମ୍ବିତ କରାଯିବ । ଏହା ଅତ୍ୟନ୍ତ ଭୁଲ ଧାରଣା ଯେ କେଜ୍ରିୱାଲ ସରକାରଙ୍କୁ ଜେଲରୁ ଚଳାଇ ପାରିବେ ଏବଂ ଯଦି ସେ ଏପରି ଜାରି ରଖନ୍ତି ତେବେ ଏଲଜି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିପାରିବେ। ''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details