ଓଡିଶା

odisha

ETV Bharat / bharat

ଶାହଙ୍କୁ କେଜ୍ରିୱାଲଙ୍କ କଡା ସମାଲୋଚନା, କହିଲେ କଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି? - Aravind Kejriwal Slams Amit Shah - ARAVIND KEJRIWAL SLAMS AMIT SHAH

Aravind Kejriwal Slams Amit Shah: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଡା ଭର୍ତ୍ସନା । ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ନ ଦେଖିବାକୁ କହିଲେ କେଜ୍ରିୱାଲ । ଜୁନ ୪ରେ ଇଣ୍ତିଆ ମେଣ୍ଟ ବିଜୟୀ ହେବ ବୋଲି କେଜ୍ରିୱାଲଙ୍କ ଦୃଢୋକ୍ତି । ଅଧିକ ପଢନ୍ତୁ

Aravind Kejriwal Slams Amit Shah
Aravind Kejriwal Slams Amit Shah (ETV Bharat)

By ETV Bharat Odisha Team

Published : May 21, 2024, 4:59 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପାକିସ୍ତାନ ସମ୍ପର୍କିତ ମନ୍ତବ୍ୟକୁ ନେଇ ତେଜିଛି ରାଜନୀତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏନଇ ପ୍ରଶ୍ନ ପଚାରି ଗୃହମନ୍ତ୍ରୀଙ୍କୁ ଘେରିଛନ୍ତି । ଗତକାଲି ଅମିତ ଶାହ ଦିଲ୍ଲୀରେ ଏକ ସଭାରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାହୁଲ ଓ କେଜ୍ରିୱାଲଙ୍କ ସମର୍ଥକମାନେ ପାକିସ୍ତାନରେ ଅଛନ୍ତି । ଯାହାକୁ କାଉଣ୍ଟର କରି ଏକ ଭିଡିଓ ଜାରି କରି ଜବାବ ରଖିଛନ୍ତି କେଜ୍ରିୱାଲ ।

କେଜ୍ରିୱାଲ କହିଛନ୍ତି, "ଗତକାଲି ଅମିତ ଶାହ ଦିଲ୍ଲୀରେ ଥିଲେ । ତାଙ୍କ ରାଲିକୁ ୫୦୦ରୁ କମ ଲୋକ ସାମିଲ ଥିଲେ ବୋଲି ମୋତେ କୁହାଯାଇଥିଲା । ସେ ନିଜ ଭାଷଣରେ ସାଧାରଣ ଜନତାଙ୍କ ପ୍ରତି ଘୃଣାଜନକ ଭାଷାର ପ୍ରୟୋଗ କରିଛନ୍ତି । ସେ କହିଥିଲେ ଯେ ଆପ୍‌ର ସମର୍ଥକମାନେ ପାକିସ୍ତାନୀ ଅଟନ୍ତି । ମୁଁ ତାଙ୍କୁ ପଚାରିବାକୁ ଚାହେଁ କି ୫୬ ପ୍ରତିଶତ ଦିଲ୍ଲୀ ଭୋଟର ଆମକୁ ନିର୍ବାଚିତ କରିଛନ୍ତି । କଣ ସେମାନେ ମଧ୍ୟ ପାକିସ୍ତାନୀ ? ପଞ୍ଜାବରେ ମଧ୍ୟ ଲୋକ ଆମକୁ ଭୋଟ ଦେଲେ କଣ ସେମାନେ ମଧ୍ୟ ପାକିସ୍ତାନୀ କି ? ଆମେ ଗୁଜୁରାଟରେ ମଧ୍ୟ ୧୪ପ୍ରତିଶତ ଭୋଟ ପାଇଲୁ । କଣ ଗୁଜୁରାଟୀ ମଧ୍ୟ ପାକିସ୍ତାନୀ ? " କଣ ଭାରତର ସମସ୍ତ ଲୋକ ପାକିସ୍ତାନୀ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିୱାଲ ।

ଏହା ମଧ୍ୟ ପଢନ୍ତୁ ...ମେଟ୍ରୋରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବିଜେପିକୁ ଦାୟୀ କଲା AAP - Kejriwal Gets Death Threats

ଏହା ସହ ସେ କହିଛନ୍ତି, "ଶାହ ନିଜର ଅହଙ୍କାରର ପ୍ରଦର୍ଶନ କରୁଛନ୍ତି, କାରଣ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ ଭାବେ ବାଛି ସାରିଛନ୍ତି । ଆପଣ ଏ ଯାଏଁ ପ୍ରଧାନମନ୍ତ୍ରୀ ହୋଇନାହାଁନ୍ତି ଓ ଆପଣ ଏବେଠାରୁ ନିଜର ଅହଙ୍କାର ଦେଖାଉଛନ୍ତି । ଆପଣ ଜାଣି ରଖିବା ଉଚିତ ଯେ ଆପଣ ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ କାରଣ ଜୁନ ୪ ତାରିଖରେ ଲୋକ ବିଜେପି ସରକାରକୁ ସମର୍ଥନ କରୁନାହାନ୍ତି । ବିଜେପି ଯାଉଛି । ତେଣୁ ନିଜର ଅହଙ୍କାରକୁ କମ କରନ୍ତୁ ଏବଂ ଲୋକଙ୍କୁ ଗାଳିଗୁଲଜ କରନ୍ତୁ ନାହିଁ ।"

ସେହିଭଳି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି କେଜ୍ରିୱାଲ କହିଛନ୍ତି, "ଯୋଗୀଜୀ କାହିଁକି ଆପଣ ଆମକୁ ଗାଳି ଦେଉଛନ୍ତି । ଆପଣଙ୍କର ଅସଲ ଶତ୍ରୁ ଆପଣଙ୍କର ପାର୍ଟିରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବିତାଡିତ କରିବା ପାଇଁ ଯୋଜନା କରିଛନ୍ତି । ଆପଣ ସେମାନଙ୍କ କଥା ଆଗ ବୁଝନ୍ତୁ । ଜୁନ ୪ରେ ଇଣ୍ତିଆ ମେଣ୍ଟ ବିଜୟୀ ହେବ ।" ଯଦି ଦେଶକୁ ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଇଣ୍ତିଆ ମେଣ୍ଟକୁ ଜିତିବାରେ ସାହାଯ୍ୟ କରନ୍ତୁ ବୋଲି ଭିଡିଓର ଶେଷରେ କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ ଇଣ୍ଡିଆ ଗଠବନ୍ଧନ ଚଳିତ ସାଧାରଣ ନିର୍ବାଚନରେ ୩୦୦ରୁ ଊର୍ଦ୍ଧ୍ବ ସିଟରେ ବିଜୟ ଲାଭ କରି ଜୁନ ୪ରେ ସରକାର ଗଠନ କରିବ । ତେବେ ପୂର୍ବରୁ ମେ ୧୬ ତାରିଖରେ କେଜ୍ରିୱାଲ ଦାବି କରିଥିଲେ ଯେ ଆଗାମୀ ବର୍ଷ ଶାହ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, କାରଣ ୧୭ ସେପ୍ଟେମ୍ବର ୨୦୨୫ରେ ମୋଦି ୭୫ ବର୍ଷର ହୋଇଯିବେ । ଏଥିପାଇଁ ଶାହଙ୍କୁ ସେ ନିଜର ଉତ୍ତରାଧିକାରୀ ଭାବେ ବାଛିଛନ୍ତି । ଏହା ସହ ମୋଦି ଓ ଶାହ 'ଗୋଟିଏ ଦେଶ-ଗୋଟିଏ ମୁଖ୍ୟ' ମିଶନ ପାଇଁ ଯୋଜନା କରୁଛନ୍ତି । ଯାହା ଅନୁସାରେ ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ବନ୍ଦ କରିବା ସହ ବିଜେପି ନେତାମାନଙ୍କର ରାଜନୈତିକ କ୍ୟାରିୟରର ଅନ୍ତ କରାଯିବ ବୋଲି କହିଥିଲେ କେଜ୍ରିୱାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details