ଓଡିଶା

odisha

ETV Bharat / bharat

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଚମ୍ପଇ କ୍ୟାବିନେଟରେ ଫାଟ, ଅସନ୍ତୁଷ୍ଟ 12 କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ - Congress MLA went to Delhi

Jharkhand political crisis: ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଚମ୍ପଇ କ୍ୟାବିନେଟରେ ଫାଟ । ଦିଲ୍ଲୀ ଗଲେ 12 କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଚମ୍ପାଇ କ୍ୟାବିନେଟରେ ଫାଟ, ଅସନ୍ତୁଷ୍ଟ 12 କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ
ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଚମ୍ପାଇ କ୍ୟାବିନେଟରେ ଫାଟ, ଅସନ୍ତୁଷ୍ଟ 12 କଂଗ୍ରେସ ବିଧାୟକ ଗଲେ ଦିଲ୍ଲୀ

By ETV Bharat Odisha Team

Published : Feb 17, 2024, 10:47 PM IST

ରାଞ୍ଚି: ଝାଡଖଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ହେଲେ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସହ କଂଗ୍ରେସ ସମର୍ଥିତ ଦଳ ଭାବେ ଶାସନରେ ରହିଛି । ଆସ୍ଥାଭୋଟରେ ମଧ୍ୟ ଚମ୍ପଇ ସରକାର ସଂଖ୍ୟା ପ୍ରମାଣିତ କରିବାରେ ସଫଳ ହେଲେ । ହେଲେ ଗତକାଲି ମନ୍ତ୍ରମଣ୍ଡଳ ସମ୍ପ୍ରସାରଣ ହେବା ପରେ ମନ୍ତ୍ରୀ ପଦ ନମିଳିବାରୁ କିଛି କଂଗ୍ରେସ ବିଧାୟକ ବିଦ୍ରୋହ ଆରମ୍ଭ କରିଥିବା ସୂଚନା ମିଳିଛି । ଏପରିକି କଂଗ୍ରେସର 12ବିଧାୟକ ଦିଲ୍ଲୀ ଗସ୍ତ କରିଥିବା ସୂଚନା ମିଳିଛି । 10 ଜଣ କଂଗ୍ରେସ ବିଧାୟକ ଆଜି ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ଆଉ 2 ଜଣ ଆସନ୍ତାକାଲି ଦିଲ୍ଲୀ ଯିବା ନେଇ ସୂଚନା ମିଳିଛି ।

ଗତକାଲି ରାଜ୍ୟରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ ହୋଇଥିଲା । ଏଥିରେ 8 ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର 5 ବିଧାୟକ ଓ ସହଯୋଗୀ କଂଗ୍ରେସର 3 ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଥିଲା । ଏହା ପରେ କଂଗ୍ରେସରେଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଆଜି ଦିନ ତମାମ କଂଗ୍ରେସ ବିଧାୟକମାନେ ସର୍କିଟ ହାଉସରେ ଏକାଠି ହୋଇଥିଲେ । ସେମାନଙ୍କୁ ବୁଝାସୁଝା କରିବା ପାଇଁ ମନ୍ତ୍ରୀ ବସନ୍ତ ସୋରେନ ପ୍ରୟାସ କରିଥିଲେ । ହେଲେ ସଂଧ୍ୟା ସୁଦ୍ଧା କୌଣସି ଫଳାଫଳ ବାହାରି ପାରିନଥିଲା । ଅସନ୍ତୁଷ୍ଟ ବିଧାୟକମାନେ ସଂଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । 2 ଜଣଙ୍କୁ ଛାଡିଲେ 10 ବିଧାୟକ ଆଜି ଦିଲ୍ଲୀ ଯାଇଛନ୍ତି । ଆସନ୍ତାକାଲି ଆଉ 2 ବିଧାୟକ ଯିବା ନେଇ ସୂଚନା ରହିଛି । ସେମାନେ କଂଗ୍ରେସ ହାଇକମାଣ୍ଡକୁ ଭେଟିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :-‘ଏଥର 370 ପାର ସହ ମୋଦିଜୀଙ୍କ ନେତୃତ୍ବରେ ହ୍ୟାଟ୍ରିକ ବିଜୟ, ବୁଥସ୍ତରରେ କରିବାକୁ ହେବ ପରିଶ୍ରମ ’

ହେମନ୍ତ ସୋରେନ ଗିରଫ ହେବା ପରେ ଚମ୍ପଇଙ୍କୁ ସର୍ବସମ୍ମତିକ୍ରମେ ମେଣ୍ଟର ବିଧାୟକ ଦଳ ନେତା ଚୟନ କରାଯାଇଥିଲା । ସେତେବେଳେ କଂଗ୍ରେସ କୌଣସି ସମସ୍ୟା ସୃଷ୍ଟି କରିନଥିଲା । ଚମ୍ପଇ ଶପଥ ନେବା ପରେ ଜେଏମଏମ ଓ କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ଏହା ପରେ ସେମାନେ ରାଞ୍ଚି ଫେରି ଆସ୍ଥାଭୋଟରେ ଅଂଶଗ୍ରହଣ କରିଥିଲେ । ଚମ୍ପଇ ମଧ୍ୟ ଆସ୍ଥା ଭୋଟରେ ସଂଖ୍ୟା ବହୁମତ ପ୍ରମାଣ ଦେବାରେ ସଫଳ ହୋଇଥିଲେ । ହେଲେ ଏବେ ମନ୍ତ୍ରୀପଦକୁ ନେଇ ମେଣ୍ଟରେ ଫାଟ ସୃଷ୍ଟି ହୋଇଛି । ଡ୍ୟାମେଜ କଣ୍ଟ୍ରୋଲ କରିବା ପାଇଁ ଶାସକ ଜେଏମଏମ ଉଦ୍ୟମ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details