ETV Bharat / state

ଏବେ ବି ଉପାସରେ ଲିଙ୍ଗରାଜ, ବୈଠକ ପରେ ବି ବାହାରିପାରୁନି ନିଷ୍କର୍ସ - LINGARAJ TEMPLE CONTROVERSY

ଲିଙ୍ଗରାଜ ମନ୍ଦିରରେ ସେବାୟତ ବିବାଦ ଘଟଣା । ୨ ଥର ବୈଠକ ପରେ ବି ବାହାରିଲାନି ନିଷ୍କର୍ସ । ଏବେ ବି ଉପାସରେ ବାବା ଲିଙ୍ଗରାଜ ।

Lingaraj Temple Servitors Controversy
Lingaraj Temple Servitors Controversy (ETV Bharat Odisha)
author img

By ETV Bharat Odisha Team

Published : Jan 14, 2025, 9:19 PM IST

ଭୁବନେଶ୍ବର: ମକର ସଂକ୍ରାନ୍ତିରେ ଦେଶର ସମସ୍ତ ମଠ-ମନ୍ଦିର ସ୍ବତନ୍ତ୍ର ନୀତିକାନ୍ତିରେ କମ୍ପୁଥିବା ବେଳେ ଉପବାସରେ ଅଛନ୍ତି ବାବା ଲିଙ୍ଗରାଜ । ସେବାୟତଙ୍କ ବିବାଦ କାରଣରୁ ହୋଇପାରୁନି ମହାପ୍ରଭୁଙ୍କ ନୀତିକାନ୍ତି । ପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ବସିଥିବା ବେଳେ କୌଣସି ନୀତିକାନ୍ତି ହେଉନାହିଁ । ଗତକାଲିଠାରୁ ବଡୁ ସେବାୟତ ଓ ସୁଆର ସେବାୟତଙ୍କ ମଧ୍ୟରେ ବିବାଦ କରାଣରୁ ମହାପ୍ରଭୁଙ୍କ ନୀତି ସମ୍ପୂର୍ଣ୍ଣ ବନ୍ଦ ରହିଛି । ସେବାୟତ ବିବାଦ ଘଟଣାକୁ ନେଇ ୨ ଥର ବୈଠକ ବସିସାରିବା ପରେ ବି କୌଣସି ନିଷ୍କର୍ସ ନ ବାହାରିବାରୁ ଖାଡ଼ା ଉପାସରେ ଅଛନ୍ତି ଲିଙ୍ଗରାଜ । ସେପଟେ ଆଶଙ୍କାରେ ସ୍ୱାଭାବିକ ନୀତିକାନ୍ତି ।

  • ସେବାୟତଙ୍କ ମଧ୍ୟରେ ବିବାଦ:

ତେବେ ମହାପ୍ରଭୁ ଲିଙ୍ଗରାଜଙ୍କ ହୋଇଥିବା ‘କ୍ଷୀର ଆଉଟା ନୀତି’କୁ ନେଇ ବଡୁ ସେବାୟତ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ଦେଖାଦେଇଛି । ମକର ସଂକ୍ରାନ୍ତି ପାଇଁ ଲିଙ୍ଗରାଜଙ୍କ ନିକଟରେ କ୍ଷୀର ଆଉଟା ହୋଇ ଘୃତ କମ୍ବଳ ଲାଗି କରାଯାଇଥାଏ । ଏହି ନୀତିକାନ୍ତିକୁ ବଡୁ ସେବାୟତ କରିବା ପରେ ସେବାୟତ-ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଏହି ନୀତି ବଡୁ ସେବାୟତ କରିବା ପାଇଁ ଲେଖାଥିବା ଦାବି କରିଆସୁଥିବା ବେଳେ ସେହି ସେବାକୁ ବହୁ କାଳରୁ ସୁଆର ସେବାୟତ କରୁଛନ୍ତି ବୋଲି ଦାବି କରିଛନ୍ତି । ଯାହାକୁ ନେଇ ବିବାଦ ଦେଖାଦେଇଛି । ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି, ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି ।

Lingaraj Temple Servitors Controversy (ETV Bharat Odisha)
  • ଦୁଇ ଦୁଇ ଥର ବୈଠକ ବିଫଳ:

ସେପଟେ ବିବାଦ ପରେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ମନ୍ଦିର ପ୍ରଶାସନ । ଉଭ ଉଭୟ ନିଯୋଗକୁ ଡାକି ଆଲୋଚନା କରାଯାଇଥିଲା । ପ୍ରଥମ ପର୍ୟ୍ୟାୟ ବୈଠକ ବିଫଳ ହୋଇଥିବା ବେଳେ ପୁଣିଥରେ ସେବାୟତଙ୍କ ସହ ଆଲୋଚନା କରିଥିଲା ମନ୍ଦିର ପ୍ରଶାସନ । ୨ ଥର ବୈଠକ ବସିସାରିବା ପରେ ବି କୌଣସି ନିଷ୍କର୍ସ ବାହାରିନାହିଁ । ଦୁଇ ଦୁଇ ଥର ବୈଠକ ପରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ । ଫଳରେ ଏବେ ବି ମକର ମଣ୍ଡପରେ ବିରାଜମାନ ଅଛନ୍ତି ପ୍ରଭୁ ଲିଙ୍ଗରାଜ ।

ଏହା ମଧ୍ୟ ପଢ଼ନ୍ତୁ...ମକର ଭୋଗରେ ମହକୁଛି ବଡଦାଣ୍ଡ, ମହାପ୍ରଭୁଙ୍କ ଦର୍ଶନ କଲେ ହଜାର ହଜାର ଭକ୍ତ - PURI MAKAR SANKRANTI 2025

ଏହା ମଧ୍ୟ ପଢ଼ନ୍ତୁ...ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

'ଖୁବଶୀଘ୍ର ସମାଧାନର ବାଟ ବାହାରିବ':

ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, "ଆମେ ବିବାଦର ସମାଧାନ ପାଇଁ ଚେଷ୍ଟା ଜାରି ରଖିଛୁ । ସବୁ ନିଯୋଗ ସହ ପୁଣି ବୈଠକ ହେବ । କେଉଁ ସେବକ କେଉଁ ନୀତି କରିବା ପାଇଁ ଅଧିକୃତ ସେ ନେଇ ତାଲିକା କରାଯାଉଛି । ଖୁବଶୀଘ୍ର ସମାଧାନର ବାଟ ବାହାରିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.