ଓଡିଶା

odisha

ପ୍ରଚାର ବେଳେ ପଥର ମାଡ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ଆହତ - CM Jagan Injured

By ETV Bharat Odisha Team

Published : Apr 14, 2024, 6:51 AM IST

CM Jagan Injured in Stone Pelting: ନିର୍ବାଚନ ପ୍ରଚାର ବେଳେ ପଥର ମାଡରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ । ଫାଟିଗଲା ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat

ଅମରାବତୀ:ନିର୍ବାଚନ ପ୍ରଚାର ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପଥର ମାଡ । ଶନିବାର ବିଜୟୱାଡାରେ ଏକ ରୋଡ ସୋ' କରୁଥିବା ବେଳେ ଏହି ପଥର ମାଡ ହୋଇଛି । ଏଥିରେ ଜଗନ ଆହତ ହୋଇଛନ୍ତି । ତାଙ୍କ ବାମ ଆଖି ପତା ଉପରେ ଆଘାତ ଲାଗିଥିବା ଜଣାପଡିଛି । ଆକ୍ରମଣ ସମୟରେ ଜଗନଙ୍କ ସହ ୱାଇଏସଆରସିପି ବିଧାୟକ ଭେଲ୍ଲାମପଲ୍ଲୀ ଶ୍ରୀନିବାସ ରାଓ ଉପସ୍ଥିତ ଥିବାବେଳେ ସେ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜଗନ ମୋହନ ଗତକାଲି ବିଜୟୱାଡାରେ ରୋଡ ସୋ' କରୁଥିଲେ । ବିଜୟୱାଡାର ସିଂହ ନଗର ଠାରେ ବସରେ ଛିଡା ହୋଇ ରାସ୍ତାକଡରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ହାତ ହଲାଉଥିଲେ । ଏହି ସମୟରେ ଭିଡ ଭିତରୁ କେହି ଅଜ୍ଞାତ ବ୍ୟକ୍ତି ହଠାତ୍ ତାଙ୍କ ଉପରକୁ ପଥର ମାଡ କରିଥିଲା । ପଥର ଜଗନଙ୍କ ବାମ ଆଖିରେ ବାଜିଥିଲା ଏବଂ ସାମାନ୍ୟ କ୍ଷତ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ବସ ଭିତରେ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ । ଏହାର କିଛି ସମୟ ପରେ ଜଗନ ପୁଣିଥରେ ନିଜର ରୋଡ ସୋ' ଆରମ୍ଭ କରିଥିଲେ । ଆକ୍ରମଣରେ ଜଗନ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଘଟଣା ଜାଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବେଳାରେ ୟେଦୁରପ୍ପାଙ୍କ ପାଇଁ ବଢ଼ିଲା ଅଡୁଆ , ଯୌନ ନିର୍ଯାତନା ମାମଲାରେ CIDର ଜେରା - Yeddyurappa Appeared Before CID

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି, ''ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ପଥର ମାଡକୁ ମୁଁ ଦୃଢ ନିନ୍ଦା କରୁଛି । ରାଜନୈତିକ ମତଭେଦ କେବେ ବି ହିଂସା ଯାଏଁ ବଢିବା ଅନୁଚିତ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହୋଇ ସଭ୍ୟତା ଏବଂ ପରସ୍ପର ସମ୍ମାନକୁ ବଜାୟ ରଖିବା ଉଚିତ୍ । ବିଆରଏସ ନେତା ତଥା ତେଲେଙ୍ଗାନା ବିଧାୟକ କେଟି ରାମାରାଓ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ତେବେ ଜଗନଙ୍କ ଉପରେ ଏହି ଆକ୍ରମଣ ପାଇଁ ୱାଇଏସଆରସିପି ନେତା ତେଲୁଗୁ ଦେଶମ ପାର୍ଟିକୁ ଦାୟୀ କରିଛନ୍ତି ।

କହିରଖୁଛୁ କି, ମେ' ୧୩ ତାରିଖରେ ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ଏବଂ ୧୭୫ ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଶାସକ ଦଳ ୱାଇଏସଆରସିପି ସମେତ ପ୍ରମୁଖ ରାଜନୈତିକ ଦଳ ଗୁଡିକୁ ଜୋରସୋରରେ ପ୍ରଚାର ଚଳାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details