ଓଡିଶା

odisha

ETV Bharat / bharat

ଦୁର୍ଗିଆନା ମନ୍ଦିରକୁ ଧମକ ଫୋନ କଲ୍, ସୁରକ୍ଷା ବ୍ୟବସ୍ଥା କଡାକଡି - ଦୁର୍ଗିଆନା ମନ୍ଦିରକୁ ଧମକ ଫୋନ କଲ୍

Bomb Threat To Durgiana Temple: 2 ଦିନ ପରେ ପୁଣି ଦୁର୍ଗିଆନା ମନ୍ଦିରକୁ ଧମକ ଫୋନ କଲ୍ । ଅଧିକ ପଢନ୍ତୁ

Bomb Threat To Durgiana Temple
Bomb Threat To Durgiana Temple

By ETV Bharat Odisha Team

Published : Jan 25, 2024, 6:54 PM IST

ଚଣ୍ଡିଗଡ:ପଞ୍ଜାବର ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରକୁ ଧମକ କଲ୍ । ପୂର୍ବରୁ ଥରେ ବୋମା ଧମକ ମିଳିଥିବା ବେଳେ ଆଜି ସକାଳୁ ପୁନର୍ବାର ଧମକ ମିଳିଥିବା ନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଦୁର୍ଗିଆନା ମନ୍ଦିର ସଭାପତି ଲକ୍ଷ୍ମୀକାନ୍ତ ଚାଓ୍ବଲାକୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି । ଏହାସହ ମନ୍ଦିର ସମ୍ପାଦକ ଅରୁଣ ଖାନ୍ନାଙ୍କୁ ହତ୍ୟା କରାଯାଇଛି । ପ୍ରକାଶଥାଉକି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ମଧ୍ୟ ହତ୍ୟା ଧମକ ଦେଇଥିଲା । ତେବେ ଏହି ହତ୍ୟା ଧମକ ସହିତ ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏନେଇ ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିର କମିଟିର ଅଧିକାରୀ ରାମ ପାଠକ କହିଛନ୍ତି, "ଆଜି(ବୁଧବାର) ସକାଳୁ ଦୁର୍ଗିଆନା ମନ୍ଦିର କମିଟିର ଫୋନକୁ ଦୁଇ ଥର କଲ୍ ଆସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଦୁର୍ଗିଆନା ମନ୍ଦିର ସଭାପତି ଲକ୍ଷ୍ମୀକାନ୍ତ ଚାଓ୍ବଲା ଏବଂ ମନ୍ଦିର ସମ୍ପାଦକ ଅରୁଣ ଖାନ୍ନାଙ୍କୁ ବୋମା ପକାଇ ହତ୍ୟା କରାଯିବ । ମୁଁ ଏହି ବିଷୟରେ ମନ୍ଦିର କମିଟିକୁ ଅବଗତ କରିଛି । ଦୁର୍ଗିଆନା ମନ୍ଦିର କମିଟିରେ ମୁଁ 35 ବର୍ଷ ଧରି କାର୍ଯ୍ୟ କରୁଆସୁଛି । କିନ୍ତୁ ଏହା ପ୍ରଥମ ଥର ଯେ, ମୋତେ ଦୁଇଥର ଏଭଳି ଧମକପୂର୍ଣ୍ଣ କଲ୍ ଆସିଛି ।"

ଏହା ମଧ୍ୟ ପଢନ୍ତୁ : ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ଦୁଇ ଗିରଫ

ତେବେ ଏହି ଖବର ପରେ ପୋଲିସ ପ୍ରଶସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ କଡାକଡି ଯାଞ୍ଚ କରାଯାଉଛି । ଏହାସହ ପେଲିସ ଅଧିକାରୀ ମୁତୟନ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ କୁକୁରକୁ ମଧ୍ୟ ଯାଞ୍ଚ କାର୍ଯ୍ୟରେ ଲଗାଯାଇଛି । ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ପ୍ରତିକୂଳ ପରିସ୍ଥିତି ଦେଖାଯାଏ, ତାହେଲେ ଯଥାସମ୍ଭବ ଏହାର ମୁକାବିଲା କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ମଧ୍ୟ ମନ୍ଦିରକୁ ବୋମାରେ ଉଡାଇ ଦେବା ନେଇ ଧମକ ମିଳିଥିଲା । ଖଲିସ୍ତାନ ସମର୍ଥକ ଗୁରୁପତଓ୍ବନ୍ତ ପନ୍ନୁ ଦୁର୍ଗିଆନା ମନ୍ଦିରକୁ ଉଡାଇ ଦେବା ନେଇ ଧମକ ଦେଇଥିଲା । ଖଲିସ୍ତାନୀ ସମର୍ଥକ ଏକ ଭିଡିଓ ବାର୍ତ୍ତା ଜାରି କରି ଦୁର୍ଗିଆନା ମନ୍ଦିର ବନ୍ଦ କରି ଏହାର ଚାବି ହରମାନନ୍ଦିର ସାହିବଙ୍କୁ ଦେବାକୁ କହିଥିଲେ । ଏହା ପରେ ଅମୃତସର ପୋଲିସ ମଧ୍ୟ ଡି-ଡିଭିଜନ ପୋଲିସ ଷ୍ଟେସନରେ ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପନ୍ନୁଙ୍କ ଧମକ ପରେ ଦୁର୍ଗିଆନା ମନ୍ଦିର ବାହାରେ ସୁରକ୍ଷାକୁ ଆହୁରି ଜୋରଦାର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details