ଓଡିଶା

odisha

ETV Bharat / bharat

ଆଜିର ରାଶିଫଳ; ଏହି ରାଶିଙ୍କ ଖୁସି-ମିଜାଜର ଦିନ, ଅର୍ଥଲାଭ ସହ ଖୁସିରେ କଟିବ ଦାମ୍ପତ୍ୟ ଜୀବନ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

ajira rasifala
ajira rasifala (Getty)

By ETV Bharat Odisha Team

Published : 4 hours ago

ମେଷ: ଆପଣଙ୍କ କ୍ରୀଡା ଭାବନା ଉଭୟ ଆପଣଙ୍କ ବ୍ୟବସାୟିକ ଓ ବ୍ୟକ୍ତିଗତ ଜୀବନରେ କାମ ଦେବ । ଆଜି ଆପଣଙ୍କ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଦିନ ହୋଇପାରେ ଓ ଆପଣ ନିଜ ବିଶେଷ ଗୁଣଗୁଡିକ ଭୁଲିବା ଉଚିତ ନୁହେଁ । ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ଭାଗ୍ୟ କଳ୍ପନା ଦୁନିଆଁରେ ଘୁରିବ ଏବଂ ଆପଣଙ୍କ ସୃଜନଶୀଳତା ଏବଂ କ୍ରମ ଉନ୍ନତି କରିବା ଗୁଣରେ ଆପଣଙ୍କର ବିଶ୍ୱାସ ମଜଭୁତ ହେବ । ଆଜି, ଗ୍ରହ ମାନଙ୍କର ପ୍ରଭାବରୁ ଆପଣ ସାହିତ୍ୟ, କଳା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

TODAY HOROSCOPE (ARIES)

ବୃଷ: ଆଜି ଆପଣ ନିଜ ଜୀବନର ସକାରାତ୍ମକ ଦୃଷ୍ଟିକୋଣଗୁଡିକ ବଢାଇବାରେ ଧ୍ୟାନ କେନ୍ଦ୍ରିତ କରିବେ । ସବୁ ଜିନିଷ ଠିକ କରିବା ଚେଷ୍ଟା ଆପଣ ମାନସିକ ଭାବେ ଶକ୍ତିହୀନ ହୋଇପାରନ୍ତି । ଏପରି ଅବସ୍ଥାରେ ଆପଣ କେହି ଜଣେ ନିଜ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବା କିମ୍ବା ଭିନ୍ନ ମତ ଥିବା ବ୍ୟକ୍ତିମାନଙ୍କ ନିକଟକୁ ଯିବା ଭଲ ହେବ । କିମ୍ୱା ଶାନ୍ତ ରହିବା ହିଁ ଆପଣଙ୍କ ପାଇଁ ଉତ୍ତମ ରହିବ । ଜଳାଶୟ ଗୁଡିକରୁ ଦୂରରେ ରହନ୍ତୁ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ। ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ ।

TODAY HOROSCOPE (TAURUS)

ମିଥୁନ: ଆପଣଙ୍କ ଷ୍ଟାଇଲ୍‍ ଓ ସ୍ଵାଦର ଧାରଣା ସମସ୍ତଙ୍କୁ ଚକିତ କରିଦେବ । ଲୋକମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ଚାତକ ପରି ଚାହିଁ ରହିବେ । ଆଜି ଆପଣ ଜଣେ ସେଲିବ୍ରିଟି ହୋଇଯିବେ । ଆପଣଙ୍କ ପ୍ରିୟଜନଙ୍କ ସହିତ ଏହି ସନ୍ଧ୍ୟା ଅତି ଆନନ୍ଦ ଏବଂ ହସଖୁସିରେ କଟିବ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

TODAY HOROSCOPE (GEMINI)

କର୍କଟ:ଆଜି ଆପଣଙ୍କ ପ୍ରେମ ଜୀବନ ପାଇଁ ଏକ ବହୁତ ଭଲ ଦିନ । ଆପଣଙ୍କ ଖୁସି କିଛି ଲୋକଙ୍କ ଦେହରେ ଆଦୌ ଯିବ ନାହିଁ, କିନ୍ତୁ ସେମାନେ ଆପଣଙ୍କ ସମ୍ପର୍କ କିମ୍ଵା ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ, ସେଥିପାଇଁ ଆପଣ ତାଙ୍କୁ ଉପେକ୍ଷା କରନ୍ତୁ । କିନ୍ତୁ ଆପଣ ନିଜ ପ୍ରତିଷ୍ଠାର ସୁରକ୍ଷା କରିବା ସୁନିଶ୍ଚିତ କରିବା ଗୁରୁତ୍ଵପୂର୍ଣ୍ଣ । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ ।

TODAY HOROSCOPE (CANCER)

ସିଂହ:ଆଜିର ଦିନ ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆପଣ ନିଜ ବ୍ୟାୟାମ ଅଭ୍ୟାସ ପାଇଁ ଏକ ଚାର୍ଟ ପ୍ରସ୍ତୁତ କରିବେ ଓ ଏହାକୁ ସଠିକ ଭାବେ ଅନୁସରଣ କରିବାକୁ ଚେଷ୍ଟା କରିବେ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯେହେତୁ ଆପଣ ଦୁର୍ବଳ ଅଛନ୍ତି ଏବଂ କେହି ଆପଣଙ୍କୁ କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରରୋଚିତ କରିପାରେ, ଯେଉଁଥିପାଇଁ ଆପଣ ପରେ ଅନୁତାପ କରିବେ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ ।

TODAY HOROSCOPE (LEO)

କନ୍ୟା: ଆଜି ଆପଣ ଟଙ୍କାକୁ ନେଇ ପୂର୍ବ ଠାରୁ ବହୁତ ଅଧିକ ଶକ୍ତିଶାଳୀ ଅନୁଭବ କରିବେ ଯାହା ଆପଣ କେବେ ବି ଅନୁଭବ କରି ନଥିବେ । ଆପଣ ଭବିଷ୍ୟତରେ ଯଦି କୌଣସି ଆର୍ଥିକ ଅସନ୍ତୁଳନତା ଆସେ ତା ପାଇଁ ଟଙ୍କାର ବ୍ୟବସ୍ଥା କରିବାର ଆବଶ୍ୟକତାକୁ ଆଜି ବୁଝିବେ । ଆପଣଙ୍କ ନେତୃତ୍ଵ ନେବା ଗୁଣ ଆପଣଙ୍କ ଚାରିପାଖରେ ଥିବା ଲୋକମାନଙ୍କ ଦ୍ଵାରା ପ୍ରଶଂସାଯୋଗ୍ୟ ହେବଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ, ପରିଣାମସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।

TODAY HOROSCOPE (VIRGO)


ତୁଳା:ଆଜି ଆପଣଙ୍କର ବହୁତ କାମ ରହିବ ଓ ଆପଣ କୌଣସି ପ୍ରକାରେ ସବୁ ସମ୍ଭାଳିନେବେ । ଆଜି ଦିନଟି ଆପଣଙ୍କ ଅନେକ କାର୍ଯ୍ୟବ୍ୟସ୍ତତାରେ ଯିବ ବିଶେଷକରି ସେଥିରେ ଚିଠି ଲେଖିବା ଓ ପୁରୁଣା ଲୋକଙ୍କ ସହ ଯୋଗାଯୋଗ କରିବା ଅନ୍ତର୍ଭୁକ୍ତ ରହିବ । ଏକ ଭଲ ଚାକିରି ପାଇଁ ଇଣ୍ଟର୍ଭ୍ୟୁର କଲ୍‍ ଆସିପାରେ । ଏଥିସହ କାର୍ଯ୍ୟସ୍ଥଳରେ ଘଟଣା ଆୟୋଜନ କରିବା ଦାୟିତ୍ଵ ଆପଣଙ୍କୁ ଦିଆଯାଇପାରେ । କ୍ରମଶଃ ଦିନଟି ଖୁସିରେ କଟିବ ।

TODAY HOROSCOPE (LIBRA)

ବିଛା: ଆଜି ଆପଣ ଛୋଟ ଛୋଟ କଥାରେ ଚିନ୍ତିତ ହୋଇପାରନ୍ତି ସେଥିପାଇଁ ଆରାମରେ ରହିବାକୁ ଚେଷ୍ଟା କରନ୍ତୁ । ସେଗୁଡିକୁ ଆପଣଙ୍କ ଖୁସିରେ ବାଧା ଦେବା ଓ ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ କରିବାକୁ ଦିଅନ୍ତୁ ନାହିଁ । ଅବଶ୍ୟ, ଦିନ ଶେଷ ବେଳକୁ ସମୟ ଭଲରେ ଯିବ । ଶାରିରୀକ ଭାବରେ ଆପଣ ଦୁର୍ବଳ ଏବଂ କ୍ଷୀଣ ଅନୁଭବ କରିବେ, କାର୍ଯ୍ୟରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିପାରିବେ ନାହିଁ, ତେ‌ଣୁ ସହ କର୍ମୀଙ୍କ ସହିତ ମତଭେଦ ସୃଷ୍ଟି ହେବ । ଅବଶ୍ୟ, ଦିନର ଦ୍ୱିତୀୟ ଭାବରେ ପରିସ୍ଥିତିରେ ଉନ୍ନତି ହୋଇପାରେ ଏବଂ ଆପଣ ଆଶା କରୁଥିବା ଫଳାଫଳ ପାଇପାରନ୍ତି ।

TODAY HOROSCOPE (SCORPIO)

ଧନୁ:ଆଜି ଆପଣ ପରିଶ୍ରମରୁ କିଛିଟା ମୁକ୍ତ ରହିବେ । ଆଜି ଆପଣଙ୍କ ଜୀବନସାଥୀଙ୍କ ସହ ଫିଲ୍ମ ଦେଖିବାକୁ ଯାଆନ୍ତୁ । ଆପଣଙ୍କ ପରିବାର କିମ୍ଵା ବନ୍ଧୁମାନଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି । ସେ ଯାହା ବି ହେଉ, ଧିରେଧିରେ ଆପଣଙ୍କ ପକେଟ ହାଲୁକା ହେବ । ନିଜ ପରିବାରର ସଦସ୍ୟ ତଥା ବନ୍ଧୁମାନଙ୍କ ଗହଣରେ ହସ ଖୁସିରେ ଦିନଟିକୁ କାଟିପାରନ୍ତି । ଆପଣ ନିଜକୁ ଆଧ୍ୟାତ୍ମିକ ଏବଂ ବଦାନ୍ୟତା ପୂର୍ଣ୍ଣ କାମରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ଲାଭଭାନ ହେବାର ଯୋଗ ରହିଛି ।

TODAY HOROSCOPE (SAGITTARIUS)

ମକର:ଆପଣ ଅନ୍ୟମାନଙ୍କ ଠାରୁ ବହୁ ଉଚ୍ଚର ସ୍ଵାସ୍ଥ୍ୟକର ଜୀବନଶୈଳୀ ଅନୁସରଣ କରନ୍ତି ଓ ଆଜି ମଧ୍ୟ ଆପଣଙ୍କ ପାଇଁ ସ୍ଵାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା ରହିବ ନାହିଁ । କାର୍ଯ୍ୟସ୍ଥଳରେ, ଆପଣ ବାକିଆ ଥିବା କାମଗୁଡିକ ସଫଳତାର ସହିତ ଶେଷ କରିବେ ଓ ଆପଣଙ୍କ ଉପରିସ୍ଥ ଅଧିକାରୀ ଯିଏ ଆପଣଙ୍କ ଦ୍ଵାରା କରାଯାଇଥିବା ବିଳମ୍ଵ ପାଇଁ ରାଗିଥିବେ ସେ ମଧ୍ୟ ଏହା ଗ୍ରହଣ କରିବେ ଯେ ଆପଣ କାମ ଠିକ ଭାବେ କରିଛନ୍ତି ଓ ଅପେକ୍ଷା କରିବାରେ ଲାଭ ଥିଲା ।

TODAY HOROSCOPE (CAPRICORN)

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମଉଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।

TODAY HOROSCOPE (AQUARIUS)

ମୀନ: ଆଜି ଆପଣ ନିଜକୁ ଦାର୍ଶନିକ ମାନସିକ ସ୍ଥିତିରେ ପାଇବେ । ଆଜି ଆପଣ ଜିନିଷଗୁଡିକ କିପରି ଦେଖାଯାଉଛି ତାହା ନ ଦେଖି ସେଗୁଡିକ ବାସ୍ତବରେ କଣ ତାହା ଦେଖିବାକୁ ସକ୍ଷମ ହେବେ । ଆପଣ ଆଜି ଆପଣଙ୍କ ମାନସିକ ସ୍ଥିତି ଉପରେ ନିର୍ଭର କରି ପ୍ରବାହ ବିରୋଧରେ ବହିବାକୁ ଚେଷ୍ଟା କରିପାରନ୍ତି । ଆପଣ ଗୋଟିଏ ପରେ ଗୋଟିଏ କାମକୁ ହାତକୁ ନେବେ । ଦାମ୍ପତ୍ୟ ଜୀବନରେ ପ୍ରେମାଳାପ ତଥା ମଉଜ ମଜଲିସରେ ସମୟ ଅତିବାହିତ ହେବ । ବିଦ୍ୟାର୍ଥୀମାନେ ସଫଳତା ଅର୍ଜନ କରିବା ପାଇଁ ଆଜି ଏକ ଶୁଭ ଦିବସ ଅଟେ । ଅଜଣା ଜଳର ଉତ୍ସଠାରୁ ନିଜକୁ ଦୂରେଇ ରଖିବା ବିଧେୟ ଅଟେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ , ନହେଲେ ଦିନଟି ବ୍ୟର୍ଥ ଯାଇପାରେ ।

TODAY HOROSCOPE (PISCES)

ABOUT THE AUTHOR

...view details