ଓଡିଶା

odisha

ETV Bharat / bharat

ଆଜିର ରାଶିଫଳ; ଏହି ରାଶିଙ୍କ ପୂରଣ ହେବ ସବୁ ସ୍ୱପ୍ନ, ଏମାନେ ରୁହନ୍ତୁ ସତର୍କ

କେମିତି କଟିବ ଆଜିର ଦିନ । କାହାକୁ ମିଳିବ ଖୁସି ଖବର । କିଏ ରହିବେ ସତର୍କ । ସବୁ ପ୍ରଶ୍ନର ଉତ୍ତର ପାଇଁ ପଢନ୍ତୁ ଆଜିର ରାଶିଫଳ ।

AJIRA RASIFALA
AJIRA RASIFALA (Getty)

By ETV Bharat Odisha Team

Published : 4 hours ago

ମେଷ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ନୁହେଁ, ତେଣୁ ନିଜକୁ ଶାନ୍ତ ରଖି ସମୟକୁ ଅପେକ୍ଷା କରନ୍ତୁ ସୁଫଳ ପାଇପାରନ୍ତି । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆପଣ ଏହି ସମୟରେ ଆଘାତ ପାଇପାରନ୍ତି । ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ନିର୍ଣ୍ଣାୟକ ସମସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି । ନିଜକୁ ଦଳର ଉତ୍ସଠାରୁ ଦୂରେଇ ରଖିବା ଉଚିତ । ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ନିଜର ସମ୍ପତି ସମ୍ପନ୍ଧୀୟ କୌଣସି ସିଦ୍ଧାନ୍ତ ଆଜି ଆପଣ ନିଅନ୍ତୁ ନାହିଁ । ଆଜି ଆପଣ ପ୍ରତି ପଦକ୍ଷେପରେ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

AJIRA RASIFALA (ARIES)

ବୃଷ:ପୁର୍ବର ଦୁଃଖ କଷ୍ଟକୁ ଚିନ୍ତା ନ କରି ଆଜି ନିଜକୁ କର୍ମ ଚଞ୍ଚଳ ରଖିଲେ ଦିନଟି ଖୁସିରେ କଟିପାରେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଆପଣଙ୍କୁ ସାହିତ୍ୟ ଚର୍ଚ୍ଚା ପାଇଁ ଉତ୍ସୁକତା ପ୍ରଦାନ କରିପାରେ । ନିଜ ମାଆଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା ତାଙ୍କ ପ୍ରତି ସ୍ନେହାଶ୍ରଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ । ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ । ଗୋଟିଏ ଲଘୁଯାତ୍ରାରେ ଯାଇପାରନ୍ତି । ପରିବାର ଓ ଆର୍ଥିକ ସମସ୍ୟା ପ୍ରତି ସଜାଗ ରୁହନ୍ତୁ ଓ ଖୁସିରେ ଦିନ କାଟନ୍ତୁ ।

AJIRA RASIFALA (TAURUS)

ମିଥୁନ:ବିଭିନ୍ନ ଚିନ୍ତାଧାରା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ । ଆପଣ ଯେତେ କ୍ଳାନ୍ତ ଓ ଅବସାଦ ଅନୁଭବ କରୁଥିଲେ ମଧ୍ୟ ଆପଣଙ୍କର ପ୍ରିୟଜନଙ୍କୁ ଦେଖି ଖୁସି ହେବେ । ଆପଣଙ୍କର ଦୃଢ ମନୋବଳ ଏବଂ ଦକ୍ଷତାପୂର୍ଣ୍ଣ କାର୍ଯ୍ୟରେ ପରିଲକ୍ଷିତ ହେବ ଏବଂ ସହକର୍ମୀ ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଆସ୍ତେ ଆସ୍ତେ କମିଯାଇପାରେ । ତେଣୁ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ । ପାରିବାରିକ ଜୀବନ ଅତ୍ୟନ୍ତ ଶାନ୍ତିଦାୟକ ହୋଇପାରେ ।

AJIRA RASIFALA (GEMINI)

କର୍କଟ: ବନ୍ଧୁମାନଙ୍କ ଗହଣରେ ଆଜିର ଦିନଟିକୁ ମଉଜ ମଜଲିସରେ କାଟିବେ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । ନିଜର ଧର୍ମପତ୍ନୀଙ୍କ ସହ ମଉଜ ମଜଲିସ କରିପାରନ୍ତି ଏବଂ ତାଙ୍କ ଠାରୁ ଶୁଭ ଖବର ପାଇପାରନ୍ତି । ସୁଖ ପର୍ଯ୍ୟଟନ ପାଇଁ ଯୋଜନା କରିପାରନ୍ତି । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।

AJIRA RASIFALA (CANCER)

ସିଂହ: ଆଜି ଦିନଟି ସେତେ ଶୁଭଫଳ ପ୍ରଦାନ କରିବ ନହିଁ । ଦିନସାରା ଆପଣ ଚିନ୍ତାଗ୍ରସ୍ତ ରହିବେ । ଏହା ଆପଣଙ୍କ ଶାରୀରିକ ଓ ମାନସିକ ଅସ୍ଥିରତାର କାରଣ ହୋଇପାରେ । କାହା ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ଅସତ ବ୍ୟବହାର କରନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶତୃତାକୁ ଆମନ୍ତ୍ରଣ କରିପାରେ । ତେଣୁ ଭୁଲ ବୁଝାମଣାର ସମାଧାନ କରିଦିଅନ୍ତୁ । ନ୍ୟାୟାଳୟ ଏବଂ ବୈଧାନିକ କାର୍ଯ୍ୟ କରିବାକୁ ଥିଲେ ତାହା ଅନ୍ୟ କେଉଁ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ବିଦେଶରୁ ଆସିଥିବା ଶୁଭ ଖବର ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କଟାଇବାକୁ ପ୍ରେରଣା ଯୋଗାଇପାରେ ।

AJIRA RASIFALA (LEO)

କନ୍ୟା:ଆପଣ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ମଉଜ ମଜଲିସ କରି ସମୟ କଟାଇବେ । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ, ତେଣୁ ଆପଣ ଉଲ୍ଳସିତ ହେବେ । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ଅଛି । ବ୍ୟବସାୟୀ ମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ । ଗୋଟିଏ ରମଣୀୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି । ଦାମ୍ପତ୍ୟ ଜୀବନରେ ଆପଣ ନିଜକୁ ସୁଖୀମନେ କରିବେ ଏବଂ ନିଜକୁ ଭାଗ୍ୟଶାଳୀ ମନେକରିବେ ।

AJIRA RASIFALA (VIRGO)

ତୁଳା:ଆଜି ଦିନଟି ସୌଭାଗ୍ୟବାନ ଦିନ ଅଟେ । ଗୃହର ପରିବେଶ ସୁଖପ୍ରଦ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ଉତ୍ସାହ ବଢିପାରେ । ଆପଣଙ୍କର ବରିଷ୍ଠ କର୍ମଚାରୀମାନେ ଆପଣଙ୍କର କର୍ମରେ ସନ୍ତୋଷ ପ୍ରକାଶ କରିପାରନ୍ତି । ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ସରକାରୀ ଏବଂ ବୈଧ କାମ କରିବା ପାଇଁ ଆଜି ଶୁଭଦିନ ଅଟେ । ଲୋକମାନଙ୍କ ସହ ମିଳିମିଶି ବନ୍ଧୁତ୍ୱ ସ୍ଥାପନ କରନ୍ତୁ,ଏହା ଆପଣଙ୍କୁ ସାହାଯ୍ୟ କରିବ । ମାଆଙ୍କ ସାନିଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।

AJIRA RASIFALA (LIBRA)

ବିଛା: ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ ନିଜକୁ ଦୁର୍ବଳ ଓ ଅଳସୁଆ ବୋଲି ଅନୁଭବ କରିବେ । ବ୍ୟବହାରରେ ଆପଣ ସ୍ୱଳ୍ପସମୟ ପାଇଁ କିଛି ତୃଟି ଲକ୍ଷ୍ୟ କରିପାରନ୍ତି, ଏହା ଆପଣଙ୍କୁ ଉତ୍ତେଜିତ କରିପାରେ । ତେଣୁ ଆପଣଙ୍କ ସହକର୍ମୀ କିମ୍ୱା ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ । ନିଜର ସନ୍ତାନମାନଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦିଅନ୍ତୁ ଏବଂ ସେମାନଙ୍କର ଅସୁବିଧା କଥା ବୁଝନ୍ତୁ । ନିଜର ଆର୍ଥିକ ସମାସ୍ୟାକୁ ଆଖି ଆଗରେ ରଖି ଖର୍ଚ୍ଚକୁ ସୀମିତ କରନ୍ତୁ । କୌଣସି ଜରୁରୀ ସିଦ୍ଧାନ୍ତ ନେବା ପାଇଁ ଆଜି ଶୁଭ ଦିନ ନୁହେଁ । ଆପଣ କିଛି ରାଜନୈତିକ ଘଟଣାରେ ସଂପୃକ୍ତ ହୋଇପାରନ୍ତି । ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ । ସବୁ ଠିକ୍‍ ହୋଇଯିବ ।

AJIRA RASIFALA (SCORPIO)

ଧନୁ:ଆଜି ବହୁ ସତର୍କତା ଅବଲମ୍ୱନ କରିବାକୁ ପଡିପାରେ । ଆପଣଙ୍କ ମାନସିକ ଉତ୍ତେଜନା କୌଣସି ସିଦ୍ଧାନ୍ତରେ ପହଞ୍ଚିବାରେ ବାଧା ସୃଷ୍ଟି କରିବ । ତେଣୁ କୌଣସି ନୂତନ ଯୋଜନା ହାତକୁ ନିଅନ୍ତୁ ନାହିଁ । ଆପଣଙ୍କର ତିକ୍ତ ଭାବ ପ୍ରଦର୍ଶନ ଏବଂ ବାକ୍ୟାଳାପରେ ଅସଞ୍ଜମତା ଆପଣଙ୍କୁ ଅସୁବିଧାରେ ପକାଇବ । ତେଣୁ ଶାନ୍ତ ରହିବାକୁ ପଡିବ । ମୂଲ୍ୟହୀନ ଚିନ୍ତାକୁ ମନରୁ ଦୂର କରିଦିଅନ୍ତୁ । ଅନୈତିକ ଓ ଅବୈଧ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ , ନଚେତ୍‍ ସମାଜରେ ଆପଣଙ୍କର ସମ୍ମାନହାନି ଘଟିବ । ବାହାରୁ ପାଟି ସୁଆଦିଆ ଖାଦ୍ୟ ଖାଇ ଶରୀରକୁ ବ୍ୟାଧିଗ୍ରସ୍ତ କରନ୍ତୁ ନାହିଁ, କି ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।

AJIRA RASIFALA (SAGITTARIUS)

ମକର: ଆଜି ଦିନଟି ଶୁଭଫଳ ଦେବ ବୋଲି ଅନୁମାନ କରାଯାଉଅଛି । ସଫଳତା, ଭୌତିକ ଲାଭ ଏବଂ ଆର୍ଥିକ ସ୍ଥିତି ଓ ବ୍ୟବସାୟରେ ଉନ୍ନତି ହେବ। ଆପଣ ଲଟେରୀ ମଧ୍ୟ ଜିତିପାରିବେ, ତେବେ ଏହା ଆପଣଙ୍କ ପାଇଁ ଅସ୍ୱାଭାବିକ ହୋଇପାରେ । ତେଣୁ, ନିଜର କାର୍ଯ୍ୟଦକ୍ଷତାର ପରିଣାମସ୍ୱରୂପ ଲାଭ ମିଳିବ ଏବଂ ଏପରିକି ଯେଉଁ ଉତ୍ସକୁ ଆପଣ ଉତ୍ପାଦନକ୍ଷମ ନୁହେଁ ବୋଲି ଘୋଷଣା କରିସାରିଛନ୍ତି, ସେଠାରୁ ମଧ୍ୟ ଲାଭ ମିଳିପାରେ । କୌଣସି କାର୍ଯ୍ୟ ପାଇଁ ଚୁକ୍ତି ପତ୍ର ସ୍ୱାକ୍ଷରିତ ହେଲେ କିମ୍ବା କମିଶନ ଭାବରେ ବିପୁଳ ପରିମାଣର ଅର୍ଥ ଲାଭ ହେଲେ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ମଉଜ ମଜଲିସ କରନ୍ତୁ । ଜଣେ ଭିନ୍ନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ ଏବଂ ଏହି ସମ୍ପର୍କ ଦୀର୍ଘସ୍ଥାୟୀ ହେବାର ସମ୍ଭାବନା ରହିଛି । ଭଲ ପୋଷାକ ପିନ୍ଧନ୍ତୁ ଏବଂ ଆନନ୍ଦରେ ମଜ୍ଜି ରୁହନ୍ତୁ ।

AJIRA RASIFALA (CAPRICORN)

କୁମ୍ଭ:ଆପଣ ଆଜି ନିଜ କାର୍ଯ୍ୟରେ ସଫଳତା ପାଇବା ସଙ୍ଗେ ସଙ୍ଗେ ନିଜର ପ୍ରତିଷ୍ଠା ଲାଭ କରିବେ । ଆପଣ ଅତ୍ୟନ୍ତ ଅଭିମାନୀ ହେଲେ ମଧ୍ୟ ଆପଣଙ୍କ ମାନସିକ ସ୍ଥିତି ସ୍ଥିର ରହିବ । ଆପଣ ନିଜର କାର୍ଯ୍ୟର ଚରମ ସଫଳତା ଲାଭ କରିବା ପାଇଁ ସହକର୍ମୀ ବନ୍ଧୁଙ୍କ ସହାଚର୍ଯ୍ୟ ଲୋଡିପାରନ୍ତି । ଏଥି ପାଇଁ ଆପଣଙ୍କ ମନ ଉତଫୁଲିତ ହୋଇପାରେ । ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ପ୍ରଶଂସିତ ହେବେ । ବନ୍ଧୁ ଓ ପରିବାର ସହିତ ମୌଜ ମଜଲିସ କରିବେ । ଏହା ଆପଣଙ୍କ ଶରୀର ଓ ମନକୁ ସୁସ୍ଥ ଓ ସତେଜ ରଖିପାରେ । କୌଣସି କାରଣରୁ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇପାରେ ।

AJIRA RASIFALA (AQUARIUS)

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ଆପଣଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂ ଆପଣଙ୍କୁ ନୂଆ କ୍ୟାରିଅର୍ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଆପଣଙ୍କର ସମ୍ବେଦନଶୀଳ ଏବଂ ଉତ୍ସର୍ଗୀକୃତ ସ୍ୱଭାବ ଯୋଗୁଁ ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଯଦି ଆପଣ ଏକ ସ୍ଥିର ସମ୍ପର୍କରେ ନାହାଁନ୍ତି, ଆପଣଙ୍କୁ ଅନେକ ସୁଯୋଗ ମିଳିବ । ଦେଖିଚାହିଁ ଖର୍ଚ୍ଚ କରିବା ପାଇଁ ପରାମର୍ଶ ଦିଆଯାଉଛି । ଏହା ସୃଜନଶୀଳ କାର୍ଯ୍ୟ କରିବାର ଉପଯୁକ୍ତ ସମୟ ଅଟେ।

AJIRA RASIFALA (PISCES)

ABOUT THE AUTHOR

...view details