ମେଷ:ଆଜି ଆପଣ ଟିକିଏ କଥାରେ ଚିଡଚିଡା ହେବେ କିମ୍ୱା ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜକୁ ଜଗିରଖି ଚଳିବା ଉଚିତ । ଜଣେ ବନ୍ଧୁଙ୍କର ଅପ୍ରତ୍ୟାଶିତ ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ । ସେହି ପରିସ୍ଥିତିରେ ଆପଣ ନିଜକୁ ସଞ୍ଜତ ରଖିବା ଉଚିତ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ । ବିଦ୍ୟାର୍ଥୀମାନେ ଏହି ସମୟରେ କ୍ଲାନ୍ତି ଅନୁଭବ କରିବେ ।
ବୃଷ:ଆପଣ ଦିନସାରା ହାଲୁକା ଏବଂ ଖୁସି ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ, କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ଧାର୍ମିକ କାର୍ଯ୍ୟ ପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି । ପ୍ରିୟଜନଙ୍କ ଠାରୁ ଅଲଗା ହୋଇପାରନ୍ତି । ମାତ୍ର ଏହିସବୁ ସମସ୍ୟାରୁ ଉପରବେଳା ମୁକ୍ତ ହୋଇଯିବେ ଏବଂ ନିଜ କାର୍ଯ୍ୟରେ ଆଗେଇ ଯିବାପାଇଁ ଉତ୍ସାହିତ ହେବେ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ:ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ, ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି । ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ, ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ । ସରକାରୀ ସାହାଯ୍ୟ ମିଳିପାରେ । କାହାର ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ ।
କର୍କଟ:ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି ଏବଂ ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରୀୟଜନଙ୍କ ଗହଣରେ ବିତାଇବାକୁ ଚାହୁଁଛନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ । ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ତାଙ୍କସହ ଯାତ୍ରାଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ, ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୂକ୍ତିତର୍କରୁ ଦୂରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ, ଯେହେତୁ ଆପଣ ଦୁର୍ବଳ ଅଛନ୍ତି ଏବଂ କେହି ଆପଣଙ୍କୁ କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରରୋଚିତ କରିପାରେ, ଯେଉଁଥିପାଇଁ ଆପଣ ପରେ ଅନୁତାପ କରିବେ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା:ଆଜିର ଦିନ ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ, ପରିଣାମସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।