ଓଡିଶା

odisha

ଆଜିର ରାଶିଫଳ; ମଉଜରେ ଦିନ କାଟିବେ ଏହି ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ - AJIRA RASIFALA

By ETV Bharat Odisha Team

Published : Sep 18, 2024, 12:00 AM IST

Ajira Rasifala 18 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ; ମଉଜରେ ଦିନ କାଟିବେ ଏହି ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ
ଆଜିର ରାଶିଫଳ; ମଉଜରେ ଦିନ କାଟିବେ ଏହି ରାଶି, ମାନସିକ ଅଶାନ୍ତି ଭୋଗିବେ ଏମାନେ (ETV Bharat Odisha)

ଆଜିର ରାଶିଫଳ (ARIES)

ମେଷ: ଆଶା କରିନଥିବା କିଛି ଘଟଣା ଘଟିପାରେ । ଯାହା ବି ସବୁ ହେଉଛି ଯଦିଓ ଆପଣ ବୁଝିପାରୁନାହାନ୍ତି, ଚାପଯୁକ୍ତ କାମଗୁଡିକରୁ ଦୂରରେ ରୁହନ୍ତୁ, କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରିତିକର ଓ ମଧୁମୟ ହେବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।

ଆଜିର ରାଶିଫଳ (TAURUS)

ବୃଷ: ଆଜି, ସମସ୍ତ ଭଲ ଜିନିଷରେ ଭରା ରହିବ ଏବଂ ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସମସ୍ତ ବ୍ୟସ୍ତତା ପଛରେ ଛାଡି ଦିଅନ୍ତୁ ଏବଂ ଆରାମରେ ନିଃଶ୍ୱାସ ନିଅନ୍ତୁ । ଆଜି ପ୍ରଫୁଲ୍ଲ ହୁଅନ୍ତୁ, ଘର ଦୃଷ୍ଟିକୋଣରୁ ନୀରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

ଆଜିର ରାଶିଫଳ (GEMINI)

ମିଥୁନ: ଆଜି, ଆପଣଙ୍କ ପାଇଁ ମିଶା ମିଶିର ଦିନ ରହିବ ଏବଂ ଆପଣଙ୍କ ପାଇଁ ଭଲ ଖବର ଏବଂ ଖରାପ ଖବର ମଧ୍ୟ ଆଣିବ । ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ ଏବଂ ପିଲାମାନେ ବ୍ୟସ୍ତତାର ମୁଖ୍ୟ କାରଣ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ନ କରିପାରେ ଏବଂ ଟଙ୍କା ଖର୍ଚ୍ଚ ହେବ । ଅବଶ୍ୟ ସନ୍ଧ୍ୟାବେଳେ ପରିସ୍ଥିତିରେ ଉନ୍ନତି ହେବ ଯେହେତୁ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି ।

ଆଜିର ରାଶିଫଳ (CANCER)

କର୍କଟ: ଦିନର ପ୍ରଥମ ଭାଗ ଆପଣଙ୍କ ଉପରେ ପ୍ରଭାବ ସଂପୁର୍ଣ୍ଣ ପ୍ରତିକୂଳ ରହିବ; ଭଗବାନଙ୍କ ନାମ ଉଚ୍ଚାରଣ କରିବା ଏବଂ ଧ୍ୟାନ କରିବା ଦ୍ୱାରା ହିଁ ଆପଣ ସେହି ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି; ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧିପାଇବ । ବ୍ୟବସାୟୀ ମାନେ ସେମନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।

ଆଜିର ରାଶିଫଳ (LEO)

ସିଂହ:ଆଜି, ଆପଣଙ୍କ ଦିନ ଆମୋଦପ୍ରମୋଦରେ କଟିବ । ସାଙ୍ଗମାନେ ଆପଣଙ୍କ ସହିତ ମୁଭି କିମ୍ୱା ଡ୍ରାଇଭିଂରେ ଯିବାରେ ଖୁସି ଅନୁଭବ କରିବେ । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଆପଣଙ୍କ ପାଖକୁ ଅଜସ୍ର ସଫଳତା ମିଳିପାରେ । ମଝିରେ ମଝିରେ ବିଶ୍ରାମ ନିଅନ୍ତୁ ନଚେତ୍‍ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଲଗାତାର ଭାବନାର ପ୍ରବାହ ଏବଂ ମନରେ ବିରକ୍ତିଭାବ ସନ୍ଧ୍ୟା ସୁଦ୍ଧା କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରାଇପାରେ ।

ଆଜିର ରାଶିଫଳ (VIRGO)

କନ୍ୟା: ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନିଅନ୍ତୁ । ଆପଣଙ୍କ ବ୍ୟବସାୟୀକ ସହଯୋଗୀଙ୍କଠାରୁ ଆପଣ ଲାଭ ପାଇପାରନ୍ତି । ଆଉ ମଧ୍ୟ ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି, ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି । ମ୍ୟୁଜିକ ବଜାନ୍ତୁ ଏବଂ ଆନନ୍ଦଉଲ୍ଲାସରେ ଉତ୍ସବ ପାଳନ କରନ୍ତୁ । ଆପଣଙ୍କ ବିଜିନେସ୍‌ ପାର୍ଟନରଙ୍କ ସହ ଅତି ଉତ୍ତମ ଭାବରେ ମଜା ନେଇପାରନ୍ତି ।

ଆଜିର ରାଶିଫଳ (LIBRA)

ତୁଳା: ଆଜିଦିନ, ଆପଣ ସକ୍ରିୟ ଆଲୋଚନା ଏବଂ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ଏବଂ ଆପଣଙ୍କ ବିଶ୍ଳେଷଣାତ୍ମକ ଏବଂ ସୃଜନଶୀଳ ଗୁଣ ପାଇଁ ଏକ ପରୀକ୍ଷା ହେବ । ସୃଜନଶୀଳ ଲେଖା ପାଇଁ ଆପଣ ଚିନ୍ତାକରି ଆସୁଛନ୍ତି, ଏହା ଆପଣ ଦକ୍ଷତାର ସହିତ କରିପାରିବେ, ଯେହେତୁ ଏଭଳି କାର୍ଯ୍ୟ ପାଇଁ ଆଜି ହେଉଛି ଉତ୍କୃଷ୍ଟ ସମୟ । ଏଭଳି କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ ଏବଂ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ ।

ଆଜିର ରାଶିଫଳ (SCORPIO)

ବିଛା:ଯଦି ନିଜ ଜିଦିରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶୀକାର ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ଆପଣଙ୍କ ଭାବନାରେ ଅସ୍ଥିରତା ଦେଖା ଦେଇପାରେ ଏବଂ ତେଣୁ, ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ କୌଣସି ନୂଆ କାର୍ଯ୍ୟ କିମ୍ୱା ପ୍ରକଳ୍ପ ଆଜି ହାତକୁ ନେବେ ନାହିଁ । ତା ପରିବର୍ତ୍ତେ ଏଭଳି କିଛି କରନ୍ତୁ, ଶରୀର ଏବଂ ମନକୁ କ୍ଳାନ୍ତ ଏବଂ ଶକ୍ତିହୀନ କରିବ ନାହିଁ ।

ଆଜିର ରାଶିଫଳ (SAGITTARIUS)

ଧନୁ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ବେଳକୁ ଖରାପ ଆଡକୁ ଗତି କରିବ । ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ । ଅବଶ୍ୟ, ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିଦେଇପାରେ; ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ । ଆପଣଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇପାରେ । ଆପଣ ତାଙ୍କର ଯତ୍ନ ନେବା ପାଇଁ ପରାମର୍ଶ ଅଛି । ଆପଣଙ୍କର ଆର୍ଥିକ ଏବଂ ସାମାଜିକ ପରିସ୍ଥିତି ପ୍ରତିକୂଳ ଭାବରେ ପ୍ରଭାବ ପକାଇବ । ତେଣୁ ସତର୍କ ରୁହନ୍ତୁ ।

ଆଜିର ରାଶିଫଳ (CAPRICORN)

ମକର:ଆଜି ଆପଣ କୌଣସି ଜିନିଷରେ ଲକ୍ଷ୍ୟ ଏବଂ ଏକାଗ୍ରତା ରଖିଲେ, ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିପାରିବେ । ନିଜ ଜିଭ୍ୱା ଉପରେ ନିୟନ୍ତ୍ରଣ ରଖୁନ୍ତୁ । ଆପଣ ପରିବାର ସଦସ୍ୟ ଏବଂ ପ୍ରିୟଜନଙ୍କ ମଧ୍ୟରେ ହେଉଥିବା ସମସ୍ତ କଳହ ଏବଂ ବାଦ ବିବାଦ ସମାଧାନ କରିବାରେ ସହଜରେ ସଫଳ ହେବେ । ସନ୍ଧ୍ୟାବେଳକୁ, ପରିସ୍ଥିତିରେ ଉନ୍ନତି ହେବ ଏବଂ ଆପଣଙ୍କର ମନ ବ୍ୟାକୁଳତା ଏବଂ ବ୍ୟସ୍ତତାରୁ ନିଜକୁ ମୁକ୍ତି କରିପାରିବ ।

ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଆପଣଙ୍କର ରାଗ ମନୋଭାବ ଏବଂ ପ୍ରତିକୂଳ ଭାବନା ଦିନଟିକୁ କଠିନ କରିପାରେ । ଆଜି ଯାହା ଖାଉଛନ୍ତି ସେଥିପ୍ରତି ସଜାଗ ରହିବେ । ଅସୁସ୍ଥକର ଖାଦ୍ୟ ଆପଣଙ୍କ ଶରୀରକୁ ଖରାପ କରିପାରେ । ଆପଣଙ୍କର ସୃଜନଶୀଳ କାର୍ଯ୍ୟକଳାପ ଆଡକୁ ଗତି ଆପଣଙ୍କ ନାମ ଏବଂ ଯଶ ବଢାଇବ । ଦିନଟିକୁ ଅଧିକରୁ ଅଧିକ ଖୁସିବାସିରେ ପରିପୂର୍ଣ୍ଣ କରନ୍ତୁ ।

ଆଜିର ରାଶିଫଳ (PISCES)

ମୀନ:ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ କାରଣ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣାପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ । ଆଜିର ଦିବସଟି ଏଥିପାଇଁ ଉପଯୁକ୍ତ ଅଟେ । ଜଗିରଖି ଖାଦ୍ୟ ଖାଆନ୍ତୁ, କାରଣ ରୋଗ ସଂକ୍ରମଣର ଆଶଙ୍କା ଅଛି । ଆପଣଙ୍କ ମନରୁ ଦୁଃଶ୍ଚିନ୍ତାକୁ ଦୂର କରନ୍ତୁ ।

ABOUT THE AUTHOR

...view details