ମେଷ:କ୍ଲାନ୍ତି, ଆଳସ୍ୟ ଆପଣଙ୍କର ଆଜିର ଶତ୍ରୁ ଅଟନ୍ତି । ସେମାନେ ମିଳିତ ଭାବେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଦୋହଲାଇଦେବେ ଏବଂ ଆପଣଙ୍କୁ କ୍ରୋଧିତ କରାଇବେ । ଯେଉଁମାନେ କୌଣସି ଘଟଣାରେ ଆପଣଙ୍କୁ ଅଯଥାରେ ହଇରାଣରେ ପକାଇବାପାଇଁ ଚେଷ୍ଟା କରିବେ, ଆପଣ ସେହି ଲୋକଙ୍କୁ ପ୍ରତିରୋଧ କରନ୍ତୁ । ଚେଷ୍ଟା କରି ଚିତ୍ତକୁ ଶାନ୍ତରଖି ବର୍ତ୍ତମାନ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।
ବୃଷ: ଆଜି ଆପଣ କଳ୍ପନା ରାଇଜରେ ହଜିବେ । କର୍ମକ୍ଷେତ୍ରରେ କିଛି ଅଲଗା କରୁଥିବାରୁ ସହଯୋଗୀଙ୍କ ଠାରୁ ଚାପ ଅନୁଭବ କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ । ପରିବାର ଓ ସାଙ୍ଗମାନଙ୍କ ପାଇଁ ସମୟ ବାହାରିବ । ହସ, କୌତୁହଳ କରିବେ ଏବଂ ଅନ୍ୟମାନଙ୍କ ବିଷୟରେ ବ୍ୟସ୍ତ ନହୋଇ ନିଜ କାମ ନିଜେ କରିଚାଲିବେ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ ।
ମିଥୁନ:ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମଉଜ ମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ସାଥୀ ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ଆଜି ଦିନଟି କିଣାକିଣି, ପ୍ରଣୟ, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି । ଏହାମାନେ ଜୀବନର ସର୍ବଶ୍ରେଷ୍ଠ ମାର୍ଗ ସ୍ୱାସ୍ଥ୍ୟ ଭଲରହିବ ଏବଂ ଭଲ ନିଦ୍ରା ହେବ ।
କର୍କଟ:ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ଏକ ସୁସ୍ଥ ମାନବ ଜୀବନ ପାଇଁ ସର୍ବଶ୍ରେଷ୍ଠ ଉପହାର ଆପଣଙ୍କୁ ଆଜି ସହଜରେ ଉପଲବ୍ଧ ହେବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମଉଜ ମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍ ।
ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ । ଯଦି ବ୍ୟବସାୟ ପାଇଁ ପାଣ୍ଠି ବନ୍ଦୋବସ୍ତ କରିବା ପାଇଁ ଚାହୁଁଛନ୍ତି, ତେବେ ଏହା ହିଁ ଉତ୍କୃଷ୍ଟ ସମୟ । ଭଲ ପ୍ରଭାବରୁ ଆପଣ ଆଜି ସୃଜନଶୀଳ ହେବେ ଏବଂ ଏହି ଗୁଣ ଦ୍ୱାରା ଅନ୍ୟମାନଙ୍କୁ ସହଜରେ ପ୍ରଭାବିତ କରିପାରିବେ ।
କନ୍ୟା:ଆପଣ ଆଜି ନିଜକୁ ଦିନସାରା ନିଷ୍କ୍ରିୟ ଓ ତନ୍ଦ୍ରାଳୁ ମନେକରିବେ । କିନ୍ତୁ ଆଜି ଏକ ସାଧାରଣ ଦିବସ ଅଟେ । ଆଜି ଆପଣଙ୍କ ଶାରୀରିକ ଅସୁସ୍ଥତା ଏବଂ ମାଆଙ୍କର ଅସୁସ୍ଥତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଜଣେ ପ୍ରିୟଜନଙ୍କ ସଙ୍ଗେ ସାମାନ୍ୟ ଝଗଡା, ଜନସାଧାରଣଙ୍କ ମିଥ୍ୟା ଅପବାଦ କିମ୍ୱା ହଠାତ୍ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିପାରେ । ଜଳାଶୟ କିମ୍ୱା ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।